“Ram Teri Ganga Maili” ର ଏହି ଅଭିନେତ୍ରୀ ଆଜି ଦେଖା ଯାଉଛନ୍ତି ଏମିତି 

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ବଲୀଉଡ ଏମିତି ଗୋଟେ ଜଗତ ଯେଉଁଠାରେ ଅଭିନେତା ଅଭିନେତ୍ରୀ କେବଳ ସେହି ସମୟ ପର୍ଯ୍ୟନ୍ତ ରୁହନ୍ତି ଯେଉଁ ପର୍ଯ୍ୟନ୍ତ ଦର୍ଶକ ମାନେ ତାଙ୍କ ଅଭିନୟ ପସନ୍ଦ କରନ୍ତି ଓ ତାଙ୍କୁ ଦେଖିବାକୁ ଇଛା କରନ୍ତି । ଆପପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ କିଛି ଏମିତିକା ଅଭିନେତ୍ରୀ ବା ଅଭିନେତା ଅଛନ୍ତି ଯିଏ ଗୋଟେ ବା ଦୁଇଟା ଫିଲ୍ମ କରି ଅଭିନୟ ଦୁନିଆରୁ ବହୁତ ଦୂରେଇ ଯାଇଥାନ୍ତି ।

ତେବେ ଏହି ଭଳି ଅଭିନେତା ଅଭିନେତ୍ରୀ କେବଳ ଗୋଟେ ଫିଲ୍ମ ଦ୍ଵାରା ବହୁତ ନା ପାଇଥାନ୍ତି କିନ୍ତୁ ତା ପରେ ମଧ୍ୟ ଅଲଗା କିଛି ଚଳଚିତ୍ର କରନ୍ତି ନାହିଁ । ଏହି ଭଳି ଜେନ ଅଭିନେତ୍ରୀ ଅଛନ୍ତି ଯିଏ ରାମ ତେରି ଗଙ୍ଗା ମେଲି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିଥିଲେ କିନ୍ତୁ ଆଜି ସେ କଣ କରୁଛନ୍ତି କେହି ଜାଣି ନାହାନ୍ତି ।

Image Courtesy: Google

ମନ୍ଦାକିନୀଙ୍କ ବିଷୟରେ ଆପଣ ମାନେ ଜାଣିଥିବେ ସେ ବହୁତ ଭଲ ଭଲ ଓ ବଡ ଚଳଚିତ୍ରରେ କାମ କରିଛନ୍ତି । ତେବେ ମନ୍ଦାକିନୀ ବହୁତ ଛୋଟ ସହର ମେରଠ ବାସୀ ଥିଲେ ଓ ଅଭିନୟ କରିବା ଇଛାରେ ମୁମ୍ବାଇ ଆସିଥିଲେ । ଯେମିତି ଗୋଟେ ଝିଅର ସ୍ଵପ୍ନ ହୋଇଥାଏ ମନ୍ଦାକିନୀ ମଧ୍ୟ ସମସ୍ତଙ୍କ ଭଳି ନିଜ ଇଛା ପୂର୍ଣ୍ଣ କରିବା ପାଇଁ ଅଡିସନ ଦବା ଆରମ୍ଭ କଲେ ଓ ବହୁତ ଶୀଘ୍ର ପାଇ ମଧ୍ୟ ଗଲେ ଓ ତାଙ୍କର ପ୍ରଥମ ଚଳଚିତ୍ର ଥିଲା ରାମ ତେରି ଗଙ୍ଗା ମେଲି ହୋ ଗଇ ।

Image Courtesy: Google

ଏହି ଫିଲ୍ମରେ ମନ୍ଦାକିନୀ ବହୁତ ବୋଲ୍ଡ ସିନ ମଧ୍ୟ କରିଥିଲେ ଯାହା ପରେ ଦର୍ଶକ ମାନଙ୍କ ମନ କିଣିବାରେ ସେ ସଫଳ ମଧ୍ୟ ହୋଇଥିଲେ । ତେବେ ଏହି ଫିଲ୍ମ ପରେ ଡାଇରେକ୍ଟର ମାନେ ତାଙ୍କ ଘରେ ଲାଇନ ଲଗାଉଥିଲେ ଓ ସେ ଆଉ କିଛି ଫିଲ୍ମ ମଧ୍ୟ କରିଥିଲେ ଯାହା ସୁପର ଡୁପର ହିଟ ହୋଇଥିଲା କିନ୍ତୁ ଯେତେବେଳେ ତାଙ୍କ କେରିଆର ଚରମ ସୀମାରେ ଥିଲା ସେହି ସମୟରେ ମନ୍ଦାକିନୀ ବହୁତ ବଡ ଭୁଲ କରି ବସିଲେ ।

Image Courtesy: Google

ମନ୍ଦାକିନୀ ସେହି ସମୟରେ ମୁମ୍ବାଇ ଡନ ଦାଉଦ ଇବ୍ରାହିମକୁ ଭଲ ପାଇ ବସିଲେ । ତେବେ ଦାଉଦ ସହ ମନ୍ଦାକିନୀଙ୍କ ସମ୍ପର୍କ ହେଲା ପରେ ତାଙ୍କୁ କେହି ନିଜ ଫିଲ୍ମରେ ରଖିଲେ ନାହିଁ ଯାହା ପରେ ତାଙ୍କ ଅଭିନୟ ଦୁନିଆ ସମାପ୍ତ ହବାକୁ ଲାଗିଲା ଏହା ପରେ ସେ ମୁମ୍ବାଇ ଛାଡି ଚାଲି ଗଲେ । ତେବେ ବର୍ତମାନ ସେ ନିଜ ପରିବାର ସହ ରହୁଛନ୍ତି ଓ ଦେଖିବାକୁ ଆଜିବି ବହୁତ ସୁନ୍ଦର ଅଟନ୍ତି ଓ ଆପଣଙ୍କୁ କହିବାକୁ ଚାହୁଞ୍ଚୁ ଯେ ତାଙ୍କର ଦୁଇଟି ଛୁଆ ଅଛନ୍ତି ଓ ମନ୍ଦାକିନୀ ଗୋଟେ ଔଷଧୀୟ ଦୋକାନ ଚଲଊଛନ୍ତି  ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *