ରାନୀ ପଣ୍ଡାଙ୍କ ରାଗର ଶିକାର ହେଲେ ରଜ କୁଇନର ଜଜ ମାନେ, କହିଲେ କୁକୁର ଲଗେଇ ଏହି ଜଜମାନଙ୍କର ମୁହଁରେ…

ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ଆମର ସମସ୍ତ ଦର୍ଶକମାନଙ୍କୁ ହାର୍ଦ୍ଦିକ ହାର୍ଦ୍ଦିକ ଶୁଭେଚ୍ଛା । କହିବାକୁ ଗଲେ ଓଡିଶାରେ ରଜ ସଂକ୍ରାନ୍ତିକୁ ବହୁତ ହିଁ ଧୁମଧାମରେ ପାଳନ କରାଯାଏ । ବିଶେଷ କରି କୁଆଁରୀ ଝିଅମାନେ ଏହି ଉତ୍ସବକୁ ବହୁତ ହର୍ଷ ଉଲ୍ଲାସର ସହ ପାଳନ କରନ୍ତି ।

କହିବାକୁ ଗଲେ ରଜ ସଂକ୍ରାନ୍ତିଙ୍କୁ ଦ୍ରୁଷ୍ଟିରେ ରଖି ୨୦୧୩ରେ ରଜ କୁଇନ ଶୋକୁ ଆରମ୍ଭ କରଯାଇଥିଲା । ସେହି ଦିନ ଠାରୁ ପ୍ରତି ବର୍ଷ ଜଣେ ବିଜେତା ମଧ୍ୟ ହୋଇଥାଏ । ସବୁ ବର୍ଷ ଏହି ଶୋ ଆସିଥାଏ । ଏହି ବର୍ଷ ବି ଏହି ଶୋ ଆରମ୍ଭ ହୋଇଯାଇଛି । ଏମିତିରେ ଏହି ଶୋକୁ ଓଡିଶାର ଲକ୍ଷ ଲକ୍ଷ ଦର୍ଶକମାନେ ଦେଖନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏହି ଶୋକୁ ନେଇ ବହୁତ ବିବାଦ ଦେଖାଯାଉଛି । ଏହି ଶୋରେ ଝିଅମାନେ ନିଜର ପ୍ରତିଭା ଦେଖାଇଥାନ୍ତି ।

କିନ୍ତୁ କିଛି ଦିନ ହେବ ଏହି ଶୋରେ ଝିଅମାନଙ୍କର ଅପମାନ କରାଯାଉଥିବାର ଦେଖି କିଛି ଲୋକମାନେ ଏହା ବିରୁଦ୍ଧରେ ସ୍ଵର ଉତ୍ତଳନ କରିଛନ୍ତି । କହିବାକୁ ଗଲେ ଏହି ଶୋକୁ ଯେତେବେଳେ କୌଣସି ଝିଅ ଆସିଥାଏ ତେବେ ସେମାନଙ୍କ ମଧ୍ୟରୁ କିଛି ଝିଅଙ୍କୁ ଜିକେ ସମ୍ବନ୍ଧିତ ପ୍ରଶ୍ନ କରାଯାଏ । ଯାହାର ଉତ୍ତର ସେମାନେ ଭୁଲ ଦିଅନ୍ତି ନଚେତ ଏକ ଭିନ୍ନ ପ୍ରକାରର ଉତ୍ତର ଦିଅନ୍ତି । ଏମିତିରେ ସେଠି ବସିଥିବା ଜଜମାନେ ତାଙ୍କୁ ଥଟ୍ଟା କରିବାକୁ ଲାଗନ୍ତି ।

ଏହାକୁ ଦେଖି ବର୍ତ୍ତମାନ ସମସ୍ତେ ରାଗି ଯାଇଛନ୍ତି ଓ ଏହା ବି କୁହାଯାଉଛି କି ଏହିଭଳି ଶୋକୁ ଓଡିଶାରେ ବ୍ୟାନ କରିଦେବା ଉଚିତ । ରଜ କୁଇନ ଶୋରେ ପ୍ରତିଯୋଗୀମାନଙ୍କ ସହ ବ୍ୟବହାର ଓ ଜାଣିଶୁଣି ଅଜବ ଅଜବ ପ୍ରଶ୍ନ ସହ ଝିଅମାନଙ୍କୁ ବେଜିତ କରିବାକୁ ନେଇ ବର୍ତ୍ତମାନ ଚାରିଆଡେ ଏହି ଜଜମାନଙ୍କର କଡା ସମାଲୋଚନା କରାଯାଉଛି । ଏହି ବିବାଦରେ ବର୍ତ୍ତମାନ ରାନୀ ପଣ୍ଡା ବି ମୁହଁ ଖୋଲିଛନ୍ତି ।

କହିବାକୁ ଗଲେ ରାନୀ ପଣ୍ଡା ସବୁବେଳେ ମିଡିଆ ସାମ୍ନାରେ ଯେ କୌଣସି ବି ପ୍ରସଙ୍ଗରେ ବୟାନ ଦେଇ ଚର୍ଚାରେ ରହିଥାନ୍ତି । ଏବେ ରାନୀ ପଣ୍ଡା ବି ଏହି ଜଜମାନଙ୍କୁ ନିଜ ଅନ୍ଦାଜରେ ଗାଳି କରିଛନ୍ତି । ରାନୀ ପଣ୍ଡାଙ୍କ ଫେସବୁକ ପେଜରେ ଶେୟାର କରାଯାଉଥିବା ଏକ ପୋସ୍ଟ ବର୍ତ୍ତମାନ ସମସ୍ତଙ୍କ ମୋବାଇଲରେ ଘୁରି ବୁଲୁଛି । ଯେଉଁଥିରେ ରାନୀ ପଣ୍ଡା ରଜ କୁଇନର ଜଜମାନଙ୍କୁ ନେଇ କହିଛନ୍ତି କି, ଯୋଉ ଜଜ ସବୁ ବସୁଛନ୍ତି ତାଙ୍କୁ କଉ ଶଳା ବସାଉଛି । ସେ ବାଡି ପୋଡାକୁ ଟିକେ ଡାକିଲ, ମୁଁ ତା ମୁହଁରେ କୁକୁର ଲଗେଇ କି ମୁତେଇ ଦିଏ । ‘

କିଛି ଦିନ ପୂର୍ବେ ରଜ କୁଇନରେ ଜଜମାନଙ୍କ ବ୍ୟବହାରକୁ ନେଇ ସୁଲଗ୍ନା ମହାନ୍ତି କିଛି ବୟାନ ଦେଇଥିଲେ । ଝିଅମାନଙ୍କୁ ଏପରି ଖରାପ ରୂପରେ ଅପମାନ କରିବାର ଅଧିକାର ଏମାନଙ୍କୁ କିଏ ଦେଇଛି ବୋଲି ସୁଲଗ୍ନା ମହାନ୍ତି ପ୍ରଶ୍ନ କରିଥିଲେ । ସୁଲଗ୍ନା ମହାନ୍ତି ଆଗକୁ କହିଲେ କି, ସେମାନେ ଏତେ ଆଟିଚ୍ୟୁଡ ଦେଖେଇ ପ୍ରଶ୍ନ ପଚାରୁଛନ୍ତି, ଯେମିତି ସେମାନେ ନିଜ କୌନ ବନେଗା କାରୋଡପତିରୁ ସାତ କୋଟି ଜିତିକି ଆସିଛନ୍ତି । ‘

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *