ନିଜ ରାଶି ଅନୁସାରେ କରନ୍ତୁ ଏହି ଉପାୟ, ଧନରେ ସର୍ବଦା ଭରି ରହିବ ଆପଣଙ୍କ ତିଜୋରି

ଧନ ଦୌଲତ, ସୁଖ ଓ ସମୃଦ୍ଧି ପାଇବା ପାଇଁ ସବୁ ଇଛା କରନ୍ତି ଏବଂ ଧନୀ ହେବା ପାଇଁ ଲୋକ ମାନେ ବହୁତ କଷ୍ଟ କରନ୍ତି । ହେଲେ କଷ୍ଟ କରିବା ସହ ଯଦି କିଛି ଉପାୟ କରାଯିବ ତାହାଲେ ଆପଣ ଧନୀ ହେଇପାରିବେ । ଯେଉଁ ଲୋକ ଧନୀ ହବାର ସ୍ଵପ୍ନ ଦେଖୁଛି ସେ ପୁର୍ଣିମା ଦିନ କୁହାଯାଇଥିବା ଉପାୟ କୁ କାର୍ଯ୍ୟ କରିଲେ, ତେବେ ଜଲ୍ଦି ହିଁ ତା ଉପରେ ଲକ୍ଷ୍ମୀ ମା ଙ୍କ ର କୃପା ହୋଇଥାଏ । ଆପଣ ନିଜ ରାଶି ଅନୁଯାଇ ପୁର୍ଣିମା ଦିନ ଏହି ଉପାୟ କରନ୍ତୁ ।

ମେଷ ରାଶି

 

ଧନ ଦୌଲତ ପାଇବା ପାଇଁ ଏହି ରାଶି ର ଲୋକ ପୁର୍ଣିମା ଦିନ ତୁଳସୀ ମା ଙ୍କ ପୂଜା କରନ୍ତୁ ଏବଂ ତୁଳସୀ ଗଛ ସାମ୍ନା ରେ ଘିଅ ର ଦୀପ ଲଗାନ୍ତୁ । ତୁଳସୀ ର ପୂଜା କରିବା ଫଳରେ ଜୀବନ ରେ କେବେବି ଧନ ର ଅଭାବ ହେବ ନାହି । ଏହା ଛଡା ତୁଳସୀ ପତ୍ର କୁ ସବୁବେଳେ ବିଷ୍ଣୁ ଭଗବାନ ଙ୍କୁ ପାଦ ତଳେ ଅର୍ପଣ କରିବେ ।

ବୃଷ ରାଶି

ବୃଷ ରାଶି ର ଲୋକ ମାନେ ପୁର୍ଣିମା ଦିନ ଓସ୍ତ ର ଗଛ ର ପୂଜା କରିବେ ଏବଂ ଏହାର ପତ୍ର କୁ ନିଜର ତିଜୋରି ରେ ରଖିଦେବେ । ଏହି ଉପାୟ ମାଧ୍ୟମ ରେ ଧନ ଲାଭ ହବ ।

ମିଥୁନ ରାଶି

ମିଥୁନ ରାଶି ର ଲୋକମାନେ ପୂର୍ଣ୍ଣିମ ଦିନ ରେ ଗାଈ କୁ ରୁଟି ଓ ଘାସ ଖାଇବାକୁ ଦିଅନ୍ତୁ । ଏହା ଛଡା ଏହି ରାଶି ର ଲୋକ ମାନେ ଯେତେ ଦାନ କରିବେ ଚାକିରି କ୍ଷେତ୍ର ରେ ସେତେ ଉନ୍ନତି କରିବେ ।

କର୍କଟ ରାଶି

କର୍କଟ ରାଶି ର ଲୋକମାନେ ପୂର୍ଣ୍ଣିମା ଦିନ ରେ ଓସ୍ତ ର ଗଛ ରେ ଜଳ ଓ ପାଣି ଏକା ସହ ଚଢାନ୍ତୁ ଏବଂ ଏହି ଗଛ ପାଖରେ ପରିକ୍ରମା କରନ୍ତୁ । ଏହା ଫଳରେ ତାଙ୍କ ଜୀବନ ରେ ଲକ୍ଷ୍ମୀ ମା ଙ୍କ କୃପା ରହିବ ।

ସିଂହ ରାଶି

ନିଜ ବ୍ୟାପାର କୁ ଉନ୍ନତ କରିବା ପାଇଁ ପୂର୍ଣ୍ଣିମା ଦିନ ଏହି ଉପାୟ କରନ୍ତୁ ହଳଦୀ କୁ ଗୋଟେ ନାଲି ରଙ୍ଗ ର କପଡା ରେ ବାନ୍ଧିକି ମନ୍ଦିରରେ ରଖନ୍ତୁ ,କିଛି ସମୟ ପରେ ସେହି କପଡା ଟିକୁ ମନ୍ଦିରରୁ ଆଣି ନିଜ ବ୍ୟାପାର ସ୍ଥାନ କୁ ନେଇ ଗୋଟେ ଏଭଳି ସ୍ଥାନ ରେ ରଖନ୍ତୁ କେହିବି ତାକୁ ଦେଖିପାରିବେନି ।

କନ୍ୟା ରାଶି

କନ୍ୟା ରାଶି ର ଲୋକ ମାନେ ପୂର୍ଣ୍ଣିମା ଦିନ ୧୧ଟି କଉଡି ନେଇ ଗୋଟେ ନାଲି ରଙ୍ଗର କପଡା ରେ ବାନ୍ଧି ଦିଅନ୍ତୁ । ଏହା ପରେ ଆକୁ ନେଇକି ଲକ୍ଷ୍ମୀ ମା ଙ୍କ ପାଖରେ ରଖି ଦିଅନ୍ତୁ ଓ ସେଇଠି ଲକ୍ଷ୍ମୀ ପାଠ କରନ୍ତୁ, ତା ପର ଦିନ ସକାଳେ ସେହି କଉଡି ସହ କପଡା କୁ ନେଇ ନିଜ ତିଜୋରି ରେ ରଖିଦିଅନ୍ତୁ ।

ତୁଳା ରାଶି

ଏହି ରାଶି ର ଲୋକମାନେ ପୂର୍ଣ୍ଣିମା ଦିନ ଗୋଲାପି ରଙ୍ଗ ର କଇଁ ଫୁଲ କୁ ଲକ୍ଷ୍ମୀ ମାଙ୍କୁ ଅର୍ପଣ କରନ୍ତୁ । ପରେ ସେହି ଫୁଲ କୁ ନେଇକି ତିଜୋରି ରେ ରଖିଦିଅନ୍ତୁ ।

ବିଛା ରାଶି

ଏହି ରାଶି ର ଲୋକମାନେ ପୁର୍ଣିମା ଦିନ ରେ ଶିବ ଙ୍କୁ ଜିରା ଚାଉଳ ଅର୍ପଣ କରିବେ । ଏହା ସହ ଘିଅ ର ଦୀପ ମଧ୍ୟ ଜଳେଇବେ । ଶିବ ଙ୍କ କୃପା ରୁ ଆପଣ ଧନୀ ହୋଇପାରିବେ ।

ଧନୁ ରାଶି

ଏହି ରାଶି ର ଲୋକ ମାନେ ଧନ ଲାଭ ପାଇଁ ଚନ୍ଦ୍ର କୁ ଖିରୀ ଅର୍ପଣ କରନ୍ତୁ । ଏହା ପରେ ଏହି ଖିରୀ କୁ ପରଦିନ ଗୋଟେ ଗାଈ କୁ ଖୁଆଇ ଦେବେ ।

ମକର ରାଶି

ଏହି ରାଶି ର ଲୋକ ମାନେ ପୁର୍ଣିମା ଦିନ ରେ ଶିବ ଙ୍କ ଅଭିଷେକ କରନ୍ତୁ । ଅଭିଷେକ କରିବା ପରେ ଲକ୍ଷ୍ମୀ ଙ୍କ ମନ୍ତ୍ର ପାଠ କରନ୍ତୁ । ମା ଙ୍କୁ ଧଳା ରଙ୍ଗର କଇଁ ଫୁଲ ଅର୍ପଣ କରନ୍ତୁ ।

କୁମ୍ଭ ରାଶି

କୁମ୍ଭ ରାଶି ର ଲୋକ ମାନେ ପୂର୍ଣ୍ଣିମା ଦିନ ଲକ୍ଷ୍ମୀ ଏବଂ ବିଷ୍ଣୁ ଙ୍କ ପୂଜା କରନ୍ତୁ । ଏହା ଛଡା ଓସ୍ତ ଗଛ ଉପରେ ପାଣି ଅର୍ପଣ କରନ୍ତୁ  । ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହେବେ । ଆପଣଙ୍କର ଧନପ୍ରାପ୍ତି ହେବେ ।

ମୀନ ରାଶି

ଏହି ରାଶି ର ଲୋକମାନେ ପୂର୍ଣ୍ଣିମା ଦିନ ରେ ସକାଳେ ଗାଧେଇକି ନିଜ ଘର ସାମ୍ନା ଦ୍ଵାର ରେ ଆମ୍ବ ପତ୍ର ରେ ତୋରଣ କରନ୍ତୁ ଏବଂ ହଳଦୀ ଓ ସିନ୍ଦୁର ସାହାର୍ଯ୍ୟ ରେ କବାଟ ରେ ଲକ୍ଷ୍ମୀ ମା ଙ୍କ ର ପାଦ ଚିହ୍ନ କରନ୍ତୁ । ଏହା କରିବା ଦ୍ଵାର ଲକ୍ଷ୍ମୀ ମା ଆପଣ ଙ୍କ ଉପରେ ପ୍ରସନ୍ନ ହେବେ ।

Leave a Reply

Your email address will not be published. Required fields are marked *