ବାପାକୁ ଏକା ସାଥିରେ କରିବାକୁ ପଡିଲା ପୁଅ ର ଅନ୍ତିମ ସଂସ୍କାର ଓ ଝିଅ ର ବାହାଘର, ଦୁଃଖ କୁ ଲୁଚେଇ ବିବାହର ସବୁ ବିଧି କରିଲେ ବାପା

କାନପୁର ର ଦେହାତ ରେ ହୋଇଥିଲା ଏକ ରହସ୍ୟ ଜନକ ଘଟଣା । ଏଇଠି ଏକା ସହ ହୋଇଥିଲା ଭାଇ ର ମୃତ୍ୟୁ ଓ ଭଉଣୀ ର ବିବାହ । ପୁଅ ର ମୃତ୍ୟୁ ର ଦୁଃଖ କୁ ଲୁଚେଇ ବାପା ବାହାଘର ର ସବୁ ବିଧି ବିଧାନ କରିଥିଲେ । ଯେତେ ବେଳେ ଝିଅ ବିଦା ହେଲା ସେତେବେଳେ ପିତା ର ଆଖିରେ ଲୁହ ର ଝରଣା ବହିଥିଲା । ପୁଅର ମୃତ୍ୟୁ ର କଷ୍ଟ କୁ ମନରେ ରଖିକି ବାପା ଝିଅ ବାହାଘର ର ସବୁ ବିଧି ବିଧାନ ପାଳିଥିଲେ । ଏହା ପରେ ପୁଅ ର ଅନ୍ତିମ ସଂସ୍କାର କରିଥିଲେ ।ମଙ୍ଗଳପୁର ଥାନା ର କରୀୟା ଝାଲା ରୋଡ ରେ ରହୁଥିବା ଫୌଜି ରାମ ନରେଶ ଙ୍କର ଝିଅ ଅଞ୍ଜୁ ୟାଦବ ଙ୍କ ର ବୁଧବାର ରେ ବିବାହ ହୋଇଥିଲା ।

Image Courtesy: Google

ଘର ର ପାଖରେ ଥିବା ଗୋଟେ ପ୍ୟାଲେସ୍ ରେ ବାହାଘର ର ସବୁ ବିଧି ସମ୍ପନ୍ନ କରାଯାଉଥିଲା । ବରଯାତ୍ରୀ ର ସ୍ଵାଗତ ପାଇଁ ସବୁ ବ୍ୟବସ୍ତା କରଯାଉଥିଲା । ସେହି ସମୟରେ ଝିଅ ର ଭାଇ କିଛି ଜିନିଷ ଆଣିବା ପାଇଁ ତାଙ୍କ ଘରକୁ ଯାଇଥିଲା, ଫେରିକି ଆସିବା ସମୟରେ ଗୋଟେ ଗାଡି ସହ ତାର ବାଇକ୍ ର ଦୁର୍ଘଟଣା ଘଟିକି ତାର ମୃତ୍ୟୁ ହୋଇଥିଲା  । ଯାଉଥିବା ଲୋକ ମାନେ ଏହି ସୂଚନା ପୋଲିସ  କୁ ଦେଲେ, ପୋଲିସ ତାକୁ ଜିଲ୍ଲା ସ୍ତରୀୟ ହସ୍ପିଟାଲ୍ କୁ ପଠେଇଥିଲେ ।

Image Courtesy: Google

ଏହା ପରେ ଡାକ୍ତର ମାନେ ତାକୁ ମୃତ୍ୟୁ ଘୋଷିତ କରିଥିଲେ । ଝିଅ ର ଭାଇ ର ନାମ ହିମାଂଶୁ ୟାଦବ ଥିଲା । ସେ ଥିଲା ୧୯ ବର୍ଷ ର, ଏହି ଖବର ପୁଅର ବାପା ଜାଣିକି ହୋସ୍ପିଟାଲ ଯାଇଥିଲେ । ପୁଅ ର ଏହି ଅବସ୍ତା କୁ ଦେଖିକି ବାପା ପୁରା ହାରାସ ହେଇଯାଇଥିଲେ । ଏହା ପରେ ବାପା ପୁଅ ର ମୃତ୍ୟୁ ର କଷ୍ଟ କୁ ଛାତି ଭିତରେ ରଖିକି ଗେଷ୍ଟ ହାଉସ ପହଞ୍ଚିଲା । ଝିଅ ବାହାଘର ର ସବୁ ବିଧି ବିଧାନ ଠିକ ସେ କରିଲା ହେଲେ କାହାକୁ ପୁଅର ମୃତ୍ୟୁ ର ଖବର ଜଣେଇଲା ନାହିଁ ।

Image Courtesy: Google

ଏମିତିକି ସେ ତାର ଝିଅ ଅଞ୍ଜୁ, ତା ସ୍ତ୍ରୀ ଓ ଅଞ୍ଜୁ ର ଭାଇ ସୁମିତ କୁ ବି ଜଣେଇନଥିଲା । ସବୁ ସାରିବା ପରେ ସକାଳେ ଯେତେବେଳେ ସବୁ ହିମାଂଶୁ ର ମୃତ୍ୟୁ ର ଖବର ଜାଣିଲେ ସେତେବେଳେ ସବୁ ହାରାସ ହେଇଗଲେ । ପରିବାର କାନ୍ଦିଲା । ଅଞ୍ଜୁ ଏ କଥା ଶୁଣି ଶଶୁର ଘରୁ ତା ସ୍ଵାମୀ ସହ ବାପ ଘରେ ଆସି ପହଞ୍ଚିଲା ତା ଭାଇ ର ଶବ ଉପରେ ମୁଣ୍ଡ ରଖିକି କାନ୍ଦିଲା । ଏହି ଦୃଶ୍ୟ ଦେଖିକି ପଡୋଶୀ ମାନେ ବି କାନ୍ଦିଥିଲେ । ଏହା ପରେ ହିମାଂଶୁ ର ଅସ୍ତି କୁ ନେଇ ଯମୁନା ନଦୀରେ ବିସର୍ଜନ କରିକି ଅନ୍ତିମ ସଂସ୍କାର କରିଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *