ମଙ୍ଗଳବାର 1 ଡିସେମ୍ବର 2020- ଆଜି ବଜରଙ୍ଗବାଲିଙ୍କ କୃପାରୁ ଏହି ୩ଟି ରାଶିଙ୍କୁ ମିଳିବ ବଡ ଖୁସି ଖବର

ଆଜି ଆମେ ଆପଣଙ୍କୁ ମଙ୍ଗଳବାର ୧ ଡିସେମ୍ବର ୨୦୨୦ ରାଶିଫଳ କହୁଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।

ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଅପାନ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

Image Courtesy: Google

ମେଷ

ଆଜି ସ୍ଵଭାବରେ ଉଗ୍ରତା ଏବଂ କ୍ରୋଧ ରହୁଥିବା କାରଣରୁ ଆପଣଙ୍କ କାମ କରିବାରେ ମନ ଲାଗିବ ନାହିଁ। ବାଦ-ବିବାଦରେ କୌଣସି ଅସନ୍ତୋଷର ବାତାବରଣ ହୋଇପାରେ। ଶତ୍ରୁ ଆପଣଙ୍କ କ୍ଷତି କରିପାରନ୍ତି, ଏହାର ଧ୍ୟାନ ରଖିବେ| ଉଚ୍ଚ ପଦାଧିକାରିମାନଙ୍କ କୃପାଦୃଷ୍ଟି ରହିବ, ଏହାଫଳରେ ପ୍ରମୋଶନ ହେବାର ସୁଯୋଗ ମିଳିବ। ପିତାଙ୍କର ତରଫରୁ ଲାଭ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ ।

ବୃଷ

ଅଦାଲତ ସମ୍ବନ୍ଧୀୟ ସମସ୍ୟାର ଫଳାଫଳ ଆପଣଙ୍କ ସପକ୍ଷରେ ହୋଇପାରେ । ସୌଭାଗ୍ୟ ହେତୁ ଉଚ୍ଚ ଅଧିକାରୀ ଆଜି ଆପଣଙ୍କ ସପକ୍ଷରେ ରହିବେ ,ଯାହା ଫଳରେ ଆପଣଙ୍କୁ ବହୁତ ଲାଭ ହେବ । ଆଜିର ଦିନ ଆତ୍ମବିଶ୍ୱାସତାର ଦିନ ଅଟେ । ଆଜି ନୂଆ କାର୍ଯ୍ୟ ହାତକୁ ନେବା ହିତକର ନୁହେଁ। ବାହରର ଖାଦ୍ୟ ଖାଆନ୍ତୁ ନାହିଁ। କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ମୌନ ବ୍ରତ ଅଧିକ ଭଲ ପ୍ରମାଣିତ ହେବ। ଧନ ଖର୍ଚ୍ଚ ହୋଇପାରେ।

ମିଥୁନ

ଆଜି ଆପଣ ନିଜର ସୀମାଠାରୁ ବାହାରକୁ ଆସି କୌଣସି ପ୍ରକାରର ବିପଦ ଉଠାଇବାକୁ ଚ଼ାହିଁବେ । ଆପଣ ନିଜ ଜୀବନରେ ବହୁତ କିଛି ଜିନିଷ ଆଗକୁ ବଢ଼ାଇବାକୁ ଚ଼ାହିଁବେ,ଯେପରିକି ଆପଣଙ୍କର ସମ୍ପର୍କ ଏବଂ ବ୍ୟବସାୟ ଇତ୍ୟାଦି । ଜଗନ୍ନାଥଙ୍କର ଆଶୀର୍ବାଦରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଦେଖାଯିବ। ମନରେ ଫୂର୍ତ୍ତି ଏବଂ ସତେଜ ଅନୁଭବ କରିବେ। ପାରିବାରିକ ବାତାବରଣ ଖୁସି ଓ ଆନନ୍ଦ ପୂର୍ଣ୍ଣ ରହିବ।

Image Courtesy: Google

କର୍କଟ

ଆଜି ଆପଣଙ୍କ ନିଜ ବନ୍ଧୁମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଖୁସି ଆଣିଦେବ ।କୌଣସି ଭୁଲ ବୁଝାମଣା ଠିକ କରିବା ପାଇଁ ଚେଷ୍ଟା କରନ୍ତୁ । ଆଜି ସଫଳତା ହାସଲ କରିବେ । ଏହି ସମୟ ପୁରୁଣା ସ୍ମୃତିକୁ ମନେପକେଇବାର ସମୟ ଅଟେ । କ୍ରୋଧ ଏବଂ ହତାସାର ଭାବନା ନିଜର ମନ ଉପରେ ପ୍ରଭାବ ନପକାଉ ସେଥିପାଇଁ ଚେଷ୍ଟା କରିବେ। ଶାରୀରିକ ସ୍ଵାସ୍ଥ୍ୟ ଟିକେ ଖରାପ ହୋଇପାରେ, ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ।

ସିଂହ

ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ଚାକିରି ଏବଂ ବ୍ୟବସାୟରେ ଆପଣଙ୍କୁ ଲାଭର ସମାଚାର ମିଳିବ। ଉଚ୍ଚ ଅଧିକାରୀ ଆପଣଙ୍କଠାରୁ କାର୍ଯ୍ୟଗୁଡ଼ିକର ପ୍ରଶଂସା ମିଳିବ। ବୈବାହିକ ଯୋଗ ଅଛି। ମହିଳା ମିତ୍ରମାନଙ୍କର ବିଶେଷ ଲାଭ ହେବ।

କନ୍ୟା

ଏବେ ଆପଣଙ୍କର ପ୍ରସ୍ତୁତ ହେବାର ମସୟ ଆସିଛି । ଆଜି ଆପଣ ଜୀବନର ସବୁଠାରୁ କଷ୍ଟ କ୍ଷେତ୍ରକୁ ବାଛିବେ ,ଯଦିଓ ତାହା ଅର୍ଥ ସମ୍ବଦ୍ଧୀୟ ହୋଇଥାଏ, ଘର କିମ୍ବା କାର୍ଯ୍ୟ ସମ୍ବଦ୍ଧୀୟ ହୋଇଥାଏ ଏବଂ ତାହା ଉପରେ କାର୍ଯ୍ୟ କରିବା ଆରମ୍ଭ କରନ୍ତୁ । ଘରସଜ୍ଜା ଉପରେ ବିଶେଷ ଧ୍ୟାନ ଦେବେ। ନୂଆ ଘରପାଇଁ ଦ୍ରବ୍ୟ କିଣିବାର ସଂଭାବନା ଅଛି। ବ୍ୟାପାରିମାନଙ୍କ ଏବଂ ଚାକିରି କରୁଥିବା ଲୋକମାନଙ୍କର ଲାଭ ତଥା ପଦୋନ୍ନତିର ଆଶା ରଖିପାରନ୍ତି। ପାରିବାରିକ ସୁଖ-ଶାନ୍ତିର ବାତାବରଣ ରହିବ।

Image Courtesy: Google

ତୁଳା

ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ । ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ । ପାରିବାରିକ ଶାନ୍ତିର ମାହୌଲ ଆପଣଙ୍କ ମନକୁ ସ୍ଵସ୍ଥ ରଖିବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ଚାକିରିରେ ସାଥୀ କର୍ମଚାରିମାନଙ୍କର ସହଯୋଗ ମିଳିବ। ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।

ବିଛା

ସୁନ୍ଦର ବସ୍ତ୍ର କିମ୍ବା ବସ୍ତ୍ରାଭୂଷଣ କ୍ରୟ କରିବେ। ମଧ୍ୟାହ୍ନ ପରେ ବିଦେଶରୁ ଭଲ ସମାଚାର ପ୍ରାପ୍ତ ହେବ। ଆଜି ଆପଣ ନିଜର ଖରାପ ବ୍ୟବହାରକୁ ଛାଡ଼ି ଭଲ ବ୍ୟବହାରକୁ ସ୍ୱୀକାର କରିବା ଉଚ଼ିତ୍ । ଆଜି ଆପଣ ନିଜ ସମ୍ପର୍କ ଉପରେ ମଧ୍ୟ ନଜର ରଖିବେ ଏବଂ ତାଙ୍କୁ ଆହୁରୀ ଉଚ୍ଚାରେ ପହଁଞ୍ଚାଇବାକୁ ଭାବିବେ । ଆଜି ଆପଣ ଆଶ୍ଚର୍ଯ୍ୟ ହେବେ ,ବହୁଦିନର ସମସ୍ୟାର ସମାଧାନ ଆପଣ କରିଦେଲେ ଯାହା ଆପଣ ବହୁ ଦିନରୁ କରିପାରୁ ନଥିଲେ । ଏହି ସମସ୍ୟା ଆପଣଙ୍କର ପ୍ରିୟଜନ ମାନଙ୍କ ମଧ୍ୟରେ ଚ଼ାଲିଥିଲା ।

ଧନୁ

ଆଜି ଆପଣଙ୍କ ମନ ବହୁତ ଆସ୍ୱସ୍ତି ଅନୁଭବ କରିବ। ଶାରୀରିକ ସୁସ୍ଥତା ଆପଣଙ୍କ ଉତ୍ସାହ ବୃଦ୍ଧି କରିବ। ଘର-ପରିବାରର ଚିନ୍ତା ସାଥିରେ ଖର୍ଚ୍ଚ ମାମଲାରେ ମଧ୍ୟ ଆଜି ଚିନ୍ତିତ ରହିବେ|ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବେ। କଫ, ଶ୍ୱାସ କିମ୍ବା ପେଟର ଯନ୍ତ୍ରଣାରେ ଅସୁବିଧା ହୋଇପାରେ। ଆଜି ଆପଣ ବିଶ୍ରାମ କରନ୍ତୁ କାରଣ ଆପଣଙ୍କୁ କିଛି ସମସ୍ୟା ପାଇଁ ଅସୁବିଧା ହୋଇ ପାରେ । ବେଶୀ ଚ଼ିନ୍ତା କରନାହିଁ, ଆପଣଙ୍କର ସମସ୍ତ ସମସ୍ୟା ଶୀଘ୍ରହିଁ ଶେଷ ହୋଇଯିବ । ପରିବାରରେ ଖୁସି ଏବଂ ଆନନ୍ଦର ମାହୌଲ ରହିବ।

Image Courtesy: Google

ମକର

ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଏହାର ପୂର୍ଣ୍ଣ ଫାଇଦା ଉଠାନ୍ତୁ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ । କାର୍ଯ୍ୟରେ ଅସଫଳତା ହତାସ ସୃଷ୍ଟି କରିପାରେ। ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖିବେ। ପେଟ ସମ୍ବନ୍ଧୀତ ରୋଗରେ ଯନ୍ତ୍ରଣା ହୋଇପାରେ।

କୁମ୍ଭ

ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ । କୌଟୁମ୍ବିକ କ୍ଲେଶ ଆପଣଙ୍କ ମନକୁ ବ୍ୟଥିତ କରିପାରେ। ମାତାଙ୍କର ସ୍ଵାସ୍ଥ୍ୟ ଚିନ୍ତା ସୃଷ୍ଟି ହୋଇପାରେ। ସାର୍ବଜନିକ ଜୀବନରେ ଅପଯଶ କିମ୍ବା ଅପକୀର୍ତ୍ତି ଆପଣଙ୍କ ମାନ-ପ୍ରତିଷ୍ଠାକୁ ହାନି ପହଁଚାଇପାରେ।

ମୀନ

ପ୍ରଣୟ, ରୋମାନ୍ସ, ମନୋରଞ୍ଜନ ଏବଂ ମଉଜ-ମସ୍ତୀରେ ଭରପୂର ରହିବ ଆଜିର ଦିନ। ସାର୍ବଜନିକ ଜୀବନରେ ଆପଣ ମହତ୍ତ୍ୱ ପ୍ରାପ୍ତ କରିବେ। ଯଶ ଏବଂ କୀର୍ତ୍ତିରେ ବୃଦ୍ଧି ହେବ। ଭାଗିଦାରୀ ସହିତ ଲାଭ ହେବ। ଆପଣଙ୍କ ଖର୍ଚ୍ଚ ଯୋଗୁଁ ଅତିରିକ୍ତ କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବାପାଇଁ ଉପଦେଶ। କାହା ସହିତ ଯୁକ୍ତି ହେବାର ଆଶଂକା ଅଛି। ଆର୍ଥିକ ମାମଲାରେ କିମ୍ବା ଆଦାନ-ପ୍ରଦାନରେ ସାବଧାନ ରହିବେ।

Leave a Reply

Your email address will not be published. Required fields are marked *