ରବିବାର 10 ନଭେମ୍ବର 2019- ଏହି ତିନୋଟି ରାଶିଙ୍କ ଜୀବନ ରେ ହୋଇ ପାରେ ବଡ ଘଟଣା, ସ୍ୱାସ୍ଥ୍ୟ ପାଇଁ ରହିବେ ଚିନ୍ତିତ

ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି ଆପଣଙ୍କୁ ଶାରୀରିକ ଅସୁସ୍ଥ ଅନୁଭବ ହେବ, ବହୁତ ଭଲ ସାଙ୍ଗ ଆଜି ଆପଣଙ୍କ ସାହାଯ୍ୟ ପାଇଁ ଆଗକୁ ଆସିବେ ଏବଂ ଆପଣଙ୍କୁ ଖୁସି ବି ରଖିବେ । ବ୍ୟର୍ଥ ହଇରାଣ ହବାକୁ ପଡି ପାରେ, ଏହା ପରେ ଆୟ ରେ ବୃଦ୍ଧି ହେବ ଓ କାର୍ଯ୍ୟ ରେ ସଫଳତା ମିଳିବା ଆରମ୍ଭ ହେବ । ସ୍ଥାନ ପରିବର୍ତନ କଲେ ମନ ପ୍ରସନ୍ନ ରହିବ, ମାଁଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ କରି ଧ୍ୟାନ ଦିଅନ୍ତୁ । ଆଜି ପୁରା ଦିନ ଆପଣ ବ୍ୟସ୍ତ ରହିବେ କିନ୍ତୁ କୌଣସି କାମ ଆପଣଙ୍କ ପୂର୍ଣ୍ଣ ହେବ ନାହିଁ ।

ବୃଷ :

ଆଜି ଆପଣ ଦାଇତ୍ଵ ଭାର ନିଜ ମୁଣ୍ଡ ରେ ନେଇ ପାରିବେ, ଆପଣଙ୍କ ଜୀବନ ସଠିକ ଭବିଷ୍ୟ ଆଡୁକୁ ଅଗ୍ରସର ହେଉଛି ଏବଂ ଏମିତିଆ ସମୟ ରେ ଆପଣଙ୍କୁ ନିଜ ଧ୍ୟାନ ସଠିକ ଜାଗା ରେ କେନ୍ଦ୍ରିତ କରିକି ରଖିବା ଉଚିତ । ହଟାତ ଅଟକିଥିବା ଟଙ୍କା ଆଜି ପାଇପାରିବେ, ଛାତ୍ର ଛାତ୍ରାଙ୍କ ପାଇଁ ଅତି ଶୁଭ ଦିନ ଅଟେ । ଚାକିରି ବା କ୍ୟାରିୟର ପାଇଁ ଅତ୍ୟଧିକ ପରିଶ୍ରମ ଆବଶ୍ୟକ ଅଟେ ।

ମିଥୁନ :

ଆଜି ଆପଣଙ୍କୁ ପୁରୁଣା ଧାରରୁ ମୁକ୍ତି ମିଳିବ, ଭାଗ୍ୟ ଭରସା ରେ ରୁହନ୍ତୁ ନାହିଁ ପରିଶ୍ରମ କରନ୍ତୁ । ଧ୍ୟାନ ରଖନ୍ତୁ ଅପେକ୍ଷା କଲେ ସବୁକିଛି ପାଇ ପାରିବେ ହଡବଡ ହେଲେ ଆସିବା ଜିନିଷ ବି ଯାଇ ପାରେ । କଥା ବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ ନହେଲେ ହେଉଥିବା କାମ ବି ଅଟକି ଯାଇ ପାରେ ।

କର୍କଟ :

ଆପଣଙ୍କ କାମକୁ ନେଇ ଲୋକେ ପ୍ରଶଂସା କରି ପାରନ୍ତି ଓ ବହୁତ ଶୀଘ୍ର ଏହାର ଫଳ ଆପଣ ପାଇବେ । ଅଲ୍ପ ଚିନ୍ତା ରହିବ, ବିବେକ ପ୍ରଯୋଗ କଲେ ଲାଭ ପ୍ରାପ୍ତି ହେବ । କଥା ହେଲା ବେଳେ ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ, ଆପଣଙ୍କ ବ୍ୟକ୍ତିତ୍ବ ସମସ୍ତଙ୍କୁ ଦେଖାଯିବ । ଶିକ୍ଷା କ୍ଷତ୍ରରେ ସାହାଯ୍ୟ ପାଇବେ ଓ ନିଜ ପ୍ରୟାସ ପାଇଁ ସଫଳତା ବି ପାଇବେ ।

ସିଂହ :

ସିଂହ ରାଶି ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ସମ୍ବନ୍ଧ ରେ ଅଲଗା ପିଲାଙ୍କୁ ସାହାଯ୍ୟ କରିବାକୁ ପଡି ପାରେ । କାର୍ଯ୍ୟକ୍ଷତ୍ର ଅନୁଯାଇ ଆଜିର ଦିନ ଆପଣ ସବୁ କାମ ପାଇଁ ସଫଳତା ପାଇ ପାରନ୍ତି ଏହାର ଭରପୁର ଲାଭ ଉଠାନ୍ତୁ । ପ୍ରେମ ରେ ସଫଳତା ପ୍ରାପତ ହେବ, ନିଜ ପାର୍ଟନର ଙ୍କୁ  ପର୍ଯ୍ୟାପ୍ତ ସମୟ ଦିଅନ୍ତୁ ।

କନ୍ୟା :

ଆଜି ଯାତ୍ରା ଆପଣଙ୍କୁ ଥକାନ ଓ ଚିନ୍ତା ଦେଇ ପାରେ କିନ୍ତୁ ଯାତ୍ରା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭ କାରୀ ଅଟେ । ଆଜି ଆପଣଙ୍କ ସାଙ୍ଗ ଓ ସମ୍ବନ୍ଧିମାନଙ୍କ ସହ ସମ୍ପର୍କ ଘନିଷ୍ଟ ହେବାର ଯୋଗ ହେଉଛି । ଚାକିରି ଖୋଜୁଥିବା ଲୋକଙ୍କ ଖୋଜା ସମାପ୍ତ ହେବ, ହଟାତ ଅତ୍ୟଧିକ ଖର୍ଚ ହବାର ଯୋଗ ଅଛି । ହଡବଡ ହେଲେ ହାନି ହୋଇପାରେ ସାବଧାନ ରୁହନ୍ତୁ, ଆପଣଙ୍କ କାର୍ଯ୍ୟ ରେ ଉନ୍ନତ୍ତି ଦେଖାଯିବ ।

ତୁଳା :

ଆଜି ଆପଣଙ୍କୁ ଆର୍ଥିକ ଲାଭ ମିଳିବ, ଆପଣଙ୍କ ବ୍ୟବସାୟ ରେ ହଟାତ ବୃଦ୍ଧି ହେବାର ସଂକେତ ଦେଖାଯିବ । ବରିଷ୍ଠ ଲୋକଙ୍କ ସହ ପରିଚୟ ହେବ, ଉନ୍ନତ୍ତି ହେବ । ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ, ସ୍ୱାସ୍ଥ୍ୟ ଖରାପରୁ ଚିନ୍ତିତ ରହିବେ । ବହୁତ ଦିନରୁ ଅଟକିଥିବା କାମ ପୂର୍ଣ ହେବ ଓ ଏହା କାରଣରୁ ମନ ଖୁସି ରହିବ ।

ବିଛା :

ଆଜି ପରିବାର ରେ ସୁଖ ଶାନ୍ତି ଓ ସମୃଦ୍ଧି ବାତାବରଣ ହୋଇ ରହିବ, ମାନ ସମ୍ମାନ ପ୍ରାପ୍ତି ହେବ । ଅଲଗା ଲୋକ ବିନା କାରଣରୁ ଆପଣଙ୍କ ସହ ଝଗଡା କରି ପାରନ୍ତି ସମ୍ଭାଳି କରି ରହିବେ । ବଡ କମ୍ପାନୀ ରୁ ଚାକିରି ପାଇଁ ଡାକେରା ଆସି ପାରେ, ରାଜନୈତିକ ଲୋକଙ୍କୁ ମାନ ସମ୍ମାନ ରେ ବୃଦ୍ଧି ହେବ । ଆଜି ଯେଉଁ ଲୋକ ନୂଆ କାମ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ସେ ଆରମ୍ଭ କରନ୍ତୁ ନାହିଁ ଦିନ ଭଲ ନାହିଁ ।

ଧନୁ :

ଆଜି ଆପଣ ବଡ ନିଷ୍ପତ୍ତି ଭାବି ଚିନ୍ତି କରି ନିଅନ୍ତୁ, ବ୍ୟବସାୟ ରେ ହାନି ହବାର ଯୋଗ ହେଉଛି ସେଥିପାଇଁ ସତର୍କ ରୁହନ୍ତୁ । ଗାଡି ଚଲଉଥିବା ସମୟ ରେ ବା ମେସିନ କାମ କରୁଥିବା ସମୟ ରେ ବିଶେଷ ଧ୍ୟାନ ଦିଅନ୍ତୁ । ସରକାରୀ ଲୋକଙ୍କ ପାଇଁ ଦିନ ସଫଳ ଅଟେ, ଆପଣ ଯେଉଁ କାମ ପରିଶ୍ରମ ରେ କରୁଛନ୍ତି ସେହାକୁ ମନ ଦେଇ କରନ୍ତୁ ଆପଣଙ୍କୁ ଭଲ ସଫଳତା ମିଳିବାର ଆଶା ଅଛି ।

ମକର :

ଆଜି ବ୍ୟବସାୟ କରୁଥିବା ଲୋକଙ୍କୁ ନୂଆ ଆସାର ମିଳି ପାରେ ବା ପାର୍ଟନର୍ସିପ ହୋଇପାରେ । ନିଷ୍ପତ୍ତି ନବାରେ ହଇରାଣ ହୋଇପାରନ୍ତି, ମନ ଧ୍ୟାନ ଦେଇ ନିଶ୍ଚୟ କରନ୍ତୁ ଆପଣ କଣ କରୁଛନ୍ତି ଓ କଣ ଚାହୁଞ୍ଚନ୍ତି । ଆଜି ଆପଣ ଧାର୍ମିକ କାର୍ଯ୍ୟ ରେ ବ୍ୟସ୍ତ ରହିବେ । ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ ।

କୁମ୍ଭ :

ଆଜି ଜମି ବାଡି କାମ ଆଗକୁ ବଢିବ, ଜୀବନସାଥି ସାହାଯ୍ୟ ଆପଣଙ୍କୁ ନୂଆ ଊର୍ଜା ପ୍ରଦାନ କରିବ । ପ୍ରେମ ସମ୍ବନ୍ଧ ଚିନ୍ତା ର ବିଷୟ ହୋଇ ପାରେ, ବିପଦ ଡାକନ୍ତୁ ନାହିଁ ଭାଇମାନଙ୍କ ସାହାଯ୍ୟ ନିଅନ୍ତୁ ସୁଖ ପ୍ରାପ୍ତି ହେବ । ଆପଣଙ୍କ ଖର୍ଚ ଆପଣଙ୍କ ଆୟ ରୁ ଅଧିକ ହେବ, ବିନା କାରଣ ଖର୍ଚ୍ଚ ରୁ ବଞ୍ଚନ୍ତୁ ନଚେତ ପସ୍ତେଇବାକୁ ପଡି ପାରେ ।

ମୀନ :

ବ୍ୟବସାୟ ରେ ଉନ୍ନତ୍ତି ହେବାର ଯୋଗ ହେଉଛି, ବିବାହିତ ଜୀବନ ସୁଖମୟ ହେବ । କିଛି କିଣିବା ଆଗରୁ ସେହି ଜିନିଷ ଉପଯୋଗ କରନ୍ତୁ ଯାହା ଆପଣଙ୍କ ପାଖ ରେ ଅଛି । ଆଜି ଆପଣଙ୍କୁ କିଛି ଭଲ ଖବର ମିଳି ପାରେ । ଆଜି ଆପଣ ଅଲଗା ଲୋକଙ୍କୁ ସାହାଯ୍ୟ କରିବେ ଓ ହୃଦୟରୁ ସେବା ମଧ୍ୟ କରିବେ ।

Leave a Reply

Your email address will not be published. Required fields are marked *