ସବୁ ସଙ୍କଟ ରୁ ଉଧାର କରିବେ ଭଗବାନ ଭୋଲେନାଥ ,ଜାଣନ୍ତୁ କେଉଁ ସମସ୍ୟା ପାଇଁ କେମିତି କରିପାରିବେ ପ୍ରସନ୍ନ

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ସବୁଠୁ ସହଜ , ହୃଦୟରୁ ଧ୍ୟାନ କଲେ ଆପଣଙ୍କୁ ସବୁ ସମସ୍ୟାର ସମାଧାନ ମିଳି ଯାଇଥାଏ । ଭଗବାନ ଶିବ ବହୁତ ଭୋଳା ଓ ଭକ୍ତଙ୍କ ଭକ୍ତି ରୁ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ସେଥିପାଇଁ ଭୋଲେନାଥ କୁହା ଯାଇଥାନ୍ତି । ଏମିତି କୁହାଜାଇଥାଏ କି ଯାହା ଉପରେ ଭଗବାନ ଭୋଲେନାଥ ପ୍ରସନ୍ନ ହୋଇଥାନନ୍ତି ତାକୁ କୌଣସି ପ୍ରକାର ଦୁଃଖ ହବାକୁ ଦିଅନ୍ତି ନାହିଁ ।

ଜଦି ଆପଣ ମନ ଶୁଦ୍ଧ ଓ ପାବନ ହୋଇ ଠାକୁରଙ୍କୁ ଡାକିବେ ତାହେଲେ ସେ ନିଜେ ପ୍ରସନ୍ନ ହୋଇଜିବେ ।

ଶୀଘ୍ର ବିବାହ  ପାଇଁ :

କୁହାଯାଏ କି ସୋମବାର ଦିନ ଜଦି ଆପଣ ଖିର ରେ କେଶର ପକାଇ ଶିବଲିଙ୍ଗ ରେ ଅଭିଷେକ କରନ୍ତି ତାହେଲେ ଆପଣଙ୍କ ଜୀବନର ସବୁ ଦୁଃଖ ଏବଂ କଷ୍ଟ ଦୂରହୋଇଥାଏ ଏବଂ ଶୀଘ୍ର ବିବାହର ଜୋଗ ଲାଗିଥାଏ ।

ସୁଖ ଓ ଶାନ୍ତି ପାଇଁ :

ଯଦି ଆପଣ ସବୁ ମନୋକାମନା ପୂର୍ଣ୍ଣ କରିବାକୁ ଚାହୁଁଛନ୍ତି ତାହେଲେ ସୋମବାର ଦିନ 21 ବେଲପତ୍ର ରେ ଓମ ନମଃ ଶିବାୟ ଲେଖିକି ଶିବଲିଙ୍ଗ ରେ ଅର୍ପଣ କରନ୍ତୁ । ଏହା କଲେ ଆପଣଙ୍କ ସବୁ ମନୋକାମନା ପୂର୍ଣ ହବ । ସୁଖ ଓ ସମୃଦ୍ଧି ସମସ୍ତଙ୍କ ଇଛା ଥାଏ , ଜଦି ଆପଣ ବି ସୁଖ ଓ ସମୃଦ୍ଧି ପାଇବାକୁ ଚାହଁନ୍ତି ତାହେଲେ ନନ୍ଦୀ ବଳଦ କୁ ଘାସ ଖୁଆନ୍ତୁ ଦିନ ମଙ୍ଗଲ ହବ । କୁହାଜାଏ କି ସୋମବାର ଦିନ ଜଦି ଆପଣ ଗରିବ ଏବଂ ଅସହାୟ ଲୋକଙ୍କୁ ଭୋଜନ ଦିଅନ୍ତି ତାହେଲେ ଆପଣଙ୍କ ଘରେ କେବେ ବି ଅନ୍ନ ପାଇଁ ଅସୁବିଧା ହବନାହି ଏବଂ ପିତୃ ମାନଙ୍କୁ ବି ଶାନ୍ତି ମିଳିଥାଏ ।

ରୋଗ ରୁ ମୁକ୍ତ ପାଇଁ :

ଯଦି ଆପଣ ବହୁତ ଦିନ ରୋଗ ରୁ ପୀଡିତ ଅଛନ୍ତି ଓ ଡାକ୍ତରକୁ ଦେଖେଇଲେ ବି ରୋଗ ରୁ ମୁକ୍ତ ହେଉନାହାନ୍ତି ତାହେଲେ ଶିବଲିଙ୍ଗ ରେ 101 ଥର ଜଳ ଅଭିଷେକ କରନ୍ତୁ । ଜଳ ଅଭିଷେକ କଲା ବେଳେ ଓମ ଜୁ ସାଃ ମନ୍ତ୍ର ର ଜାପ କରନ୍ତୁ ଏହା କଲେ ଆପଣ ରୋଗ ରୁ ମୁକ୍ତ ହୋଇପାରିବେ । ଜଦି ଆପଣ ଧନ ବୃଦ୍ଧି ଚାହାନ୍ତି ଏହା ପାଇଁ ଆପଣଙ୍କୁ ନିଜ ଘରେ ପାରଦର ନିର୍ମିତ ଶିବଲିଙ୍ଗ ସ୍ଥାପିତ କରନ୍ତୁ ଓ ନୀତି ଦିନ ନିୟମ ଅନୁଯାଇ ପୂଜା କରନ୍ତୁ ଆପଣଙ୍କ ଧନ ରେ ବୃଦ୍ଧି ନିଶ୍ଚିନ୍ତ ହବ ।

Leave a Reply

Your email address will not be published. Required fields are marked *