ସୋରିଷ ତେଲର ଲାଭ: ହୃଦୟରୁ ତ୍ଵଚା ଯାଏ ସବୁ କିଛି ପାଇଁ ଏହିଭଳି ଅଟେ ସୋରିଷ ତେଲର ଫାଇଦା- ନିଶ୍ଚୟ ଦେଖନ୍ତୁ

ଭାରତୀୟ ରୋଷେଇ ପାଇଁ ସୋରିଷ ତେଲ ସବୁଠାରୁ ଅଧିକ ଉପଯୋଗୀ ଅଟେ, କେତେକ ଜାଗାରେ ଏହି ତେଲକୁ ଲୋକ ପିତା ନା ରେ ବି ଚିହ୍ନିଛନ୍ତି । ସୋରିଷ ତେଲ ରେ ଓମେଗା-୩ ଏବଂ ଓମେଗା-୬ (ଫ୍ୟାଟି ଏସିଡ) ହୋଇଥାଏ । ଏହା ଦ୍ଵାରା ତିଆରି ହୋଇଥିବା ଖାଦ୍ୟ ସ୍ଵାଦ ବି ବଦଳି ଯାଇଥାଏ, ଏହି ତେଲ କେବଳ ରୋଷେଇ ପାଇଁ ନୁହେଁ ତା ଛଡା ତ୍ଵଚା, ଗଣ୍ଠି ଗୁଡିକ, ମାଂସପେଶୀ ଓ ହୃଦୟ ଚିକିତ୍ସା ପାଇଁ ମଧ୍ୟ ଲାଭକାରୀ ଅଟେ ।

ତ୍ଵଚା ପାଇଁ ଲାଭକାରୀ :

ସୋରିଷ ତେଲ ତ୍ଵଚା ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ, ଏହା ଭିଟାମିନ-ଈ ପରି ପୂର୍ଣ୍ଣ ହୋଇଥାଏ । ଯଦି ଏହି ତେଲ ର ଆପଣ ସେବନ କରନ୍ତି ତାହେଲେ ଏହା ଲାଭକାରୀ କିନ୍ତୁ ଯଦି ଏହାକୁ ତ୍ଵଚା ଉପରେ ଲଗେଇବେ ତାହେଲେ ମଧ୍ୟ ଏହା ଆପଣଙ୍କ ଶରୀରକୁ ନରମ ରଖିଥାଏ ।

ହୃଦୟର ଧ୍ୟାନ ରଖି ଥାଏ :

ଗୋଟେ ରିସର୍ଚ ଅନୁଯାଇ ଖାଇବା ଜିନିଷରେ ସୋରିଷ ତେଲ ଉପଯୋଗ କଲେ ହୃଦୟ ସ୍ୱାସ୍ଥ୍ୟ ଭଲ ରହିଥାଏ । ସୋରିଷ ତେଲରେ ଏୟୁଏଫଏ ଥାଏ ଯାହା ବ୍ଲଡ ରେ ଫ୍ୟାଟ ଲେବଲ ସଠିକ କରିଥାଏ ଓ ବ୍ଲଡ ସରକୁଲେସନ ଭଲ କରିଥାଏ ଯାହା ଦ୍ଵାରା ହୃଦୟ ସ୍ଵସ୍ଥ ରୁହେ । ସୋରିଷ ତେଲରେ ଅଲ୍ଫା ଲିନୋଲେନିକ ଏସିଡ ଥାଏ, ଯାହା ହୃଦୟର ଛୋଟ ଛୋଟ ରୋଗରୁ ବଞ୍ଚାଇ ଥାଏ ।

ବ୍ୟଥା ହୋଇନଥାଏ :

ଗଣ୍ଠି ଗୁଡିକ ଉପରେ ସୋରିଷ ତେଲ ମାଲିସ କଲେ ଲାଭ ହୋଇଥାଏ, ଏହା ଛଡା ସୋରିଷ ତେଲ ସେବନ କଲେ ଶରୀର ବ୍ୟଥା ଆରାମ ହୋଇଥାଏ ।

ଭୋକ ବଢେଇବା ପାଇଁ ସାହାଯ୍ୟ କରେ :

ଯଦି ଆପଣଙ୍କୁ ଭୋକ ଲାଗୁ ନାହିଁ ତାହେଲେ ସୋରିଷ ତେଲ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ, ଏହି ତେଲ ଆମ ପେଟରେ ଏପିଟାଇଜର ରୂପରେ କାମ କରିଥାଏ ଯାହା ଦ୍ଵାରା ଭୋକ ଲାଗିଥାଏ ।

ଇନଫେକସନ ରୁ ବଞ୍ଚାଏ :

ସୋରିଷ ତେଲ ଏନ୍ଟି ବେକ୍ଟେରିଅଲ, ଏନ୍ଟି ଫଙ୍ଗଲ ଏବଂ ଏନ୍ଟି ଭାୟରଲ ହୋଇଥାଏ, ଏହାର ବାହାର ଓ ଭିତର ପ୍ରୟୋଗ ଦ୍ଵାରା ଆମେ ଅନେକ ପ୍ରକାର ଇନଫେକସନରୁ ବଞ୍ଚି ପାରିବୁ । ଏହା ଛଡା ଏହା ପେଟ ଭିତରେ ହେଉଥିବା ଡାଇଜେଷ୍ଟିବ ଇନଫେକସନ ଦୂର କରିଥାଏ ।

ଆସଥ୍ମା ରେ କାମ କରିଥାଏ :

ଆସଥ୍ମାରୁ ପୀଡିତ ଲୋକଙ୍କ ପାଇଁ ସୋରିଷ ତେଲ ବରଦାନ ପରି କାମ କରିଥାଏ, ସୋରିଷ ତେଲରେ ପର୍ଯ୍ୟାପ୍ତ ମାତ୍ରାରେ ମେଗ୍ନିଶିଅମ ମିଳିଥାଏ ଯାହା ଆସଥ୍ମା ରୋଗୀଙ୍କ ପାଇଁ ବିଶେଷ ରୂପରେ ଲାଭକାରୀ ଅଟେ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଆଗକୁ ମଧ୍ୟ ଏହିଭଳି ଅନେକ ସ୍ୱାସ୍ଥ୍ୟ ଟିପ୍ସ ଜାଣିବାକୁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *