ରବିବାର 17 ନଭେମ୍ବର 2019 – ଦେବଗୁରୁ ବୃହଷ୍ପତ୍ତି ଆଜି ଏହି ୪ଟି ରାଶିଙ୍କ ଭାଗ୍ୟ ଚମକେଇବେ, ପ୍ରଭାବ ଓ ପ୍ରତାପ ରେ ବୃଦ୍ଧି ହେବ

ଏହି ଗୁରୁବାର ଦିନ ଏହି ଚାରୋଟି ରାଶିଙ୍କ ପାଇଁ ଚମତ୍କାରୀ ଦିନ ଅଟେ, ଆସନ୍ତୁ ଜାଣିବା କେଉଁ କେଉଁ ରାଶି ଉପରେ ଭଗବାନ ବୃହଷ୍ପତ୍ତି ନିଜ କୃପା ଦେଖଉଛନ୍ତି । ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ଆପଣଙ୍କ ନୂଆ ସାଙ୍ଗ ହେବେ, ଯାହା ମିତ୍ରତା ଆପଣଙ୍କ ଭବିଷ୍ୟ ପାଇଁ ଲାଭକାରୀ ହୋଇବ । ଯଦି ଆଜି ଆପଣ ଯାତ୍ରା କରୁଛନ୍ତି ତାହେଲେ ନିଜ ଜିନିଷ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଆଜି ନିଜ ଶବ୍ଦ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ଜୀବନସାଥୀ ସହ କଥା ବାର୍ତା ଖରାପ ହୋଇ ପାରେ । ବ୍ୟର୍ଥ ହଇରାଣ ହବାକୁ ପଡି ପାରେ, ଏହା ପରେ ଆୟ ରେ ବୃଦ୍ଧି ହେବ ଓ କାର୍ଯ୍ୟ ରେ ସଫଳତା ମିଳିବା ଆରମ୍ଭ ହେବ । ବହୁତ ଜାଗା ରେ ଭଗବାନ ବୃହସ୍ପତିଙ୍କ କୃପାରୁ ଆପଣ ହାନିରୁ ବଞ୍ଚିବେ, ବ୍ୟବସାୟ ରେ ଲାଭ ହେବାର ଯୋଗ ପ୍ରସ୍ତୁତ ହେଉଛନ୍ତି ।

ବୃଷ ରାଶି :

ଆଜି ସମ୍ପର୍କୀୟ ଲୋକଙ୍କ ଦ୍ଵାରା ଉପହାର ପାଇ ପାରନ୍ତି, ଆତ୍ମଚିନ୍ତନରୁ ସମସ୍ଯା ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ । ଆର୍ଥିକ ଲାଭ ପାଇଁ ନୂଆ ଅବସର ପାଇବେ, ଦିନ ଆରମ୍ଭରୁ ଆପଣ ନିଜକୁ ଏନର୍ଜେଟିକ ପାଇବେ । ଚାକିରି ବା କ୍ୟାରିୟର ପାଇଁ ଅତ୍ୟଧିକ ପରିଶ୍ରମ ଆବଶ୍ୟକ ଅଟେ । ଆଜି ଭଳି ଦିନରେ ଆପଣଙ୍କୁ ସୁଖ ଓ ସଫଳତା ପ୍ରାପ୍ତି ହେବ, ପରିବାର ଲୋକଙ୍କ ସହ ବହୁତ ଭଲ ସମୟ ବ୍ଯତୀତ ହେବ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଦିନ ଅଟେ ।

ମିଥୁନ ରାଶି :

ମିଥୁନ ରାଶି ଲୋକ କାହା ସହ ବାଦ ବିବାଦରେ ପଡନ୍ତୁ ନାହିଁ, ଏହା କଲେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ପାରିବାରିକ ଚିନ୍ତାକୁ ନିଜ ମନ ଶାନ୍ତି ଖରାପ କରିବା ପାଇଁ ସମୟ ଦିଅନ୍ତୁ ନାହିଁ । ସାଙ୍ଗମାନଙ୍କ ସାହାଜ୍ଯ ପାଇ ପାରିବେ, ପିତାଙ୍କ ମତ ଉପଯୁକ୍ତ ହେବ ଆପଣଙ୍କ ପାଇଁ ଲାଭକାରୀ ଅଟେ । ସନ୍ତାନ ଓ ପତ୍ନୀ ତରଫରୁ ଶୁଭ ସମାଚାର ପାଇବେ, କିଛି ଦାଇତ୍ଵ ଓ ଜରୁରୀ କାମ ଆପଣଙ୍କୁ ସରିବାକୁ ପଡିବ ।

କର୍କଟ ରାଶି :

ଅଧିକାରୀମାନେ ଆପଣଙ୍କ କାମ ପାଇଁ ଆପଣଙ୍କୁ ସୁବେଛା ଜଣେଇବେ । ଯଦି ଆପଣ ବିଜନେସମେନ ଅଟନ୍ତି, ତାହେଲେ ଆଜି ଆପଣଙ୍କୁ ଲାଭ ପ୍ରାପ୍ତ ହେବାର ଯୋଗ ହେଉଛି । କାରୋବାର ଓ ଚାକିରି ରେ ଭଲ ସଫଳତା ପାଇବାର ଯୋଗ ହେଉଛି, ଯୁବକମାନଙ୍କ ପାଇଁ ଚାକିରି ଆସାର ଭଲ ଅଛି ଚେଷ୍ଟା କରନ୍ତୁ ଫଳ ଅବଶ୍ୟ ପାଇବେ । ଦାମ୍ପତ୍ୟ ଜୀବନ ରେ କିଛି ଚିନ୍ତାର ବିଷୟ ହୋଇ ପାରେ, କୌଣସି ନୂଆ କାମ ପାଇଁ ଘର ବଡ ଲୋକଙ୍କ ମତ ନିଅନ୍ତୁ । ଧର୍ଯ୍ୟ ସହ କାମ କରନ୍ତୁ ସଫଳତା ଅବଶ୍ୟ ପାଇବେ, ପତି ପତ୍ନୀଙ୍କ ମଧ୍ୟ ରେ ବାଦ ବିବାଦ ହୋଇ ପାରେ । ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ କାମ ଖରାପ ହୋଇ ପାରେ ।

ସିଂହ ରାଶି :

ସିଂହ ରାଶି ଲୋକ ବିପଦ କାମରୁ ନିଜକୁ ଦୂରେଇକି ରଖନ୍ତୁ । ଲାଭ, ମାନ ସମ୍ମାନ ବୃଦ୍ଧି ହେବାର ଯୋଗ ହବ, ପରିଶ୍ରମ କାର୍ଯ୍ୟରେ ଆପଣଙ୍କୁ ବହୁତ ଭଲ ପରିଣାମ ମିଳିବ । ଆଜି ବ୍ୟବସାୟ ପାଇଁ ନୂଆ ରାସ୍ତା ଦେଖାଯିବ, ଆପଣଙ୍କ ପରିଶ୍ରମ ସଫଳ ହେବ । ସନ୍ତାନ ପକ୍ଷରୁ ଶୁଭ ସମାଚାର ପାଇବେ, ପାର୍ଟନର ସ୍ୱାସ୍ଥ୍ୟ ଧ୍ୟାନ ରଖନ୍ତୁ । ଏମିତିଆ ସବୁ ପ୍ରକାର ଜିନିଷ ଠାରୁ ଦୂରେଇକି ରୁହନ୍ତୁ ଯାହା ଆପଣଙ୍କ ପାଇଁ ହାନିକାରକ ଅଟେ । ଆଜି ଦିନ ଅଫିସ ପୁରୁଣା କାମ ସାରିବାରେ ପଳେଇବ, ବ୍ୟକ୍ତିଗତ ମାର୍ଗଦର୍ଶନ ଆପଣଙ୍କ ସମ୍ପର୍କରେ ଭଲ ରହିବ ।

କନ୍ୟା ରାଶି :

ଆଜି ଆପଣଙ୍କ ଘର ଲୋକଙ୍କ ସହ ଝଗଡା ହବାର ପ୍ରବଳ ଯୋଗ ହେଉଛି ସେଥିପାଇଁ ନିଜ କଥା ବାର୍ତ୍ତା ଉପରେ ବିଶେଷ କରି ଧ୍ୟାନ ଦିଅନ୍ତୁ । ଛୁଆଙ୍କ ରୋଗ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ, ଚାକିରି ଉପର ଲୋକଙ୍କ କୃପା ଦ୍ରୁଷ୍ଟି ଦ୍ଵାରା ସମୟ ବଦଳି ପାରେ । ଲୋକଙ୍କ ସହ ଦେଖା ସାକ୍ଷାତ ବା ଘର ଲୋକଙ୍କ ସହ କୁଆଡେ ବୁଲିବାକୁ ଯାଇ ପାରନ୍ତି । କାମ ଓ ପରିଶ୍ରମ ଦୁଇଟି ଅଧିକ କରିବାକୁ ପଡିବ କିନ୍ତୁ ଚିନ୍ତିତ ହୁଅନ୍ତୁ ନାହିଁ ସଫଳତା ମିଳିବ ।

ତୁଳା ରାଶି :

ଆଜି କିଛି ନିଜର ଲୋକ ଆପଣଙ୍କ ପାଖକୁ ଆସିବା ପାଇଁ ଚେଷ୍ଟା କରିବେ କିନ୍ତୁ ନିଜ ସୀମା ଭିତରେ ରହି ଆଗକୁ ବଢନ୍ତୁ । ଆଜି ଆପଣଙ୍କ ଜୀବନରେ ସୁଖ ଆସିବ, କୌଣସି ବିଜନେସ ପୁରୁଣା ଡିଲ ଆପଣଙ୍କ ପାଇଁ ଲାଭକାରୀ ହୋଇ ପାରେ । ଆପଣଙ୍କ ପ୍ରାୟତଃ କାମ ବିନା କୌଣସି ଅସୁବିଧା ସଫଳ ହୋଇବ, ବିରୋଧୀ ପକ୍ଷ ଦୁର୍ବଳ ରହିବ । ସନ୍ଧ୍ୟାରେ ଘର ଲୋକଙ୍କ ସହ କେଉଁଠି ବୁଲିବାକୁ ଯାଇ ପାରନ୍ତି, ଆପଣଙ୍କୁ ଶାନ୍ତି ଓ ସଫଳତା ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ସ୍ଥିର ରହିବ, ଗୋପନୀୟ ଶତ୍ରୁ ଠାରୁ ବଞ୍ଚିକରି ରୁହନ୍ତୁ ।

ବିଛା ରାଶି :

ଆଜି ଆପଣଙ୍କ ମନରେ ବହୁତ ପ୍ରକାର ଭାବନା ଆସିବ ଯାହା ଦ୍ଵାରା ଆପଣ ଚିନ୍ତିତ ରହିବେ ଏହାକୁ ଶାନ୍ତ କରିବା ପାଇଁ ଚେଷ୍ଟା କରନ୍ତୁ ଅଲଗା କାମ ରେ ମନ ଦିଅନ୍ତୁ । ସାଙ୍ଗମାନଙ୍କ ସହ ରହିବାର ପ୍ଲାନିଙ୍ଗ ହୋଇପାରେ । ଆଜି ଆପଣଙ୍କୁ କେହି ଭଡକେଇବା ପାଇଁ ଚେଷ୍ଟା କରି ପାରନ୍ତି ସାବଧାନ ରୁହନ୍ତୁ ଓ କାହା କଥାରେ ଆସି ନିଜସ୍ୱ ହରାନ୍ତୁ ନାହିଁ । କୌଣସି ବଡ ସରପ୍ରାଇଜ ଆଜି ଭଳି ଦିନ ରେ ପାଇବାର ଯୋଗ ଅଛି ।

ଧନୁ ରାଶି :

ଆଜି କୌଣସି କଥା ପାଇଁ ଚିନ୍ତା କରନ୍ତୁ ନାହିଁ, କାହାର ବିପରୀତ କାମ କରନ୍ତୁ ନାହିଁ । ଆପଣଙ୍କୁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ ଆବଶ୍ୟକତା ଅନୁଯାଇ ଖର୍ଚ କରନ୍ତୁ । ଆଜି ଆପଣଙ୍କ ପୁରୁଣା ସମ୍ପର୍କୀୟମାନଙ୍କ ସହ ଭେଟ କରିବାର ଅତ୍ୟନ୍ତ ଶୁଭ ସମୟ କରିଛନ୍ତି ଗଣେଶ ମହାପ୍ରଭୁ ସମସ୍ତଙ୍କ ସହ ଦେଖା ସାକ୍ଷାତ ଭଲ ରହିବ । ପୂର୍ବରୁ କରିଥିବା ଭୁଲ ସୁଧାରିବା ପାଇଁ ଅତ୍ୟନ୍ତ ଶୁଭ ଦିନ ଅଟେ ଓ ଆପଣଙ୍କୁ ଏହାକୁ ଭଲ କରିବା ପାଇଁ ସୁଯୋଗ ମିଳିବ ଏହାକୁ ଭଲ କରିବା ପାଇଁ ଚେଷ୍ଟା କରନ୍ତୁ ।

ମକର ରାଶି :

ଘର ଲୋକ ଆପଣଙ୍କ ଖର୍ଚ ଅଭ୍ୟାସରୁ ଚିନ୍ତିତ ରହିବେ, ଆପଣଙ୍କୁ ଭବିଷ୍ୟତ ପାଇଁ ଟଙ୍କା ଯୋଗାଇବା ଉଚିତ ଅଟେ । ଯଦି ଆପଣଙ୍କ ଟଙ୍କା କେଉଁଠି ଅଟକିଛି ତାହେଲେ ଆଜି ପାଇବାର ଯୋଗ ହେଉଛି । ଆଜି ଆପଣ କୌଣସି ଶାନ୍ତ ସ୍ଥାନରେ ଏକା ବସି ଚିନ୍ତନ କରିବେ, ଆପଣଙ୍କ ପାର୍ଟନର ଅସ୍ଥିର ଅବସ୍ଥା ଆପଣଙ୍କ ରୋମାନ୍ସ କୁ ଖରାପ କରି ପାରେ । କିଛି ସାଙ୍ଗ ଗୁପ୍ତ ଭାବରେ ବି ଆପଣଙ୍କୁ ସାହାଜ୍ଯ କରି ପାରନ୍ତି, ଯଦି ସମ୍ଭବ ତାହେଲେ ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।

କୁମ୍ଭ ରାଶି :

ଆଜି ଆତ୍ମବିଶ୍ଵାସ କମ ରହିବ ଓ ସଫଳତା ମିଳିବାର ସନ୍ଦେହ ଅଟେ, ଆଜି ଆପଣଙ୍କୁ ନିଜ କାମରେ ଧ୍ୟାନ ଦେଇ ପରିଶ୍ରମ କରିବାକୁ ପଡିବ । ଆଜି ନୂଆ ପ୍ରେମ ସମ୍ପର୍କ ହବାର ଯୋଗ ହେଉ ଅଛି କିନ୍ତୁ ବ୍ୟକ୍ତିଗତ ବା ଗୋପନୀୟ କଥା କାହାକୁ କହିବାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ଶରୀର ଥକା ଭଳି ଲାଗିବ ଓ ମନ ଅଳସୁଆ ଲାଗିବ କିନ୍ତୁ ମନ ଦେଇ କାମ କରିବା ପାଇଁ ଚେଷ୍ଟା କରନ୍ତୁ ।

ମୀନ ରାଶି :

ଆଜି କୌଣସି କାମ ଆପଣଙ୍କ ମନ ଅନୁଯାଇ ହେଇ ପାରିବ ନାହିଁ, ଏହା ପାଇଁ ନିଜକୁ ରେଡି ରଖନ୍ତୁ । ଆପଣ କୌଣସି କଥା ନେଇ ରାଗି ପାରନ୍ତି, ଆପଣଙ୍କୁ ନିଜ ସାମର୍ଥ୍ୟ କୁ ଭଲ ଭାବରେ ପ୍ରଦର୍ଶନ କରିବାକୁ ପଡିବ । ଆପଣଙ୍କ ପ୍ରୟାସରେ ଅସୁବିଧା ହୋଇପାରେ, ଆଜି ଆପଣ ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ଦ୍ଵାରା କେହି ଆଘାତ ନ ହୁଅନ୍ତୁ ।

Leave a Reply

Your email address will not be published. Required fields are marked *