ସୋମବାର 2 ଡିସେମ୍ବର 2019 – ଏହି ୪ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ପରିଶ୍ରମର ଫଳ, ଭାଗ୍ୟରେ ଧନର ବର୍ଷା ହବ

ଆମେ ଆପଣଙ୍କୁ ୦୨ ଡିସେମ୍ବରର ରାଶିଫଳ କହିବାକୁ ଯାଉଛୁ । ଆମ ଜୀବନରେ ରାଶିଫଳର ମହତ୍ଵ ବହୁତ ରହିଥାଏ । ରାଶିଫଳ କାରଣରୁ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବିଷୟରେ ଆମେ ଅନୁମାନ ଲଗାଇଥାଉ । ରାଶିଫଳର ନିର୍ମାଣ ଗ୍ରହ ଓ ନକ୍ଷତ୍ରଙ୍କ ଚଳନକୁ ନେଇ ହେଇଥାଏ । ପ୍ରତିଦିନ ଗ୍ରହଙ୍କ ସ୍ଥିତି ଆମର ଭବିଷ୍ୟତକୁ ପ୍ରଭାବିତ କରିଥାଏ । ଏହି ରାଶି ଫଳରେ ଆପଣଙ୍କୁ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ବୈବାହିକ ଜୀବନ ସହ ଜଡିତ ସମସ୍ତ ସୂଚନା ମିଳିବ । ତେବେ ଆସନ୍ତୁ ଜାଣିବା ଆପଣଙ୍କର ଆଜିର ରାଶିଫଳ ।

ମେଷ ରାଶି :-

ଆଜି ଆପଣ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ କାହାର କଥାରେ ପଡି କୌଣସି ନିସ୍ପତି ନିଅନ୍ତୁ ନାହିଁ । ପାରିବାରିକ ଜୀବନ ସମାନ୍ତର ଭାବେ ଗତି କରିବ । ଉପାର୍ଜନ ମଧ୍ୟ ସମ୍ଭାବତଃ ଠିକ ରହିବ । ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା କରିପାରନ୍ତି । ସନ୍ଧ୍ୟା ସମୟରେ କିଛି ଗୃହ ସାମଗ୍ରୀ କ୍ରୟ କରିବା ପାଇଁ ବଜାର ଯାଇ ପାରନ୍ତି ।

ବୃଷ ରାଶି :-

ଆଜି ପରିବାରରେ ସୁଖ ଶାନ୍ତି ରହିବ । ଆଜି ଆପଣ ସମସ୍ତ କାର୍ଯ୍ୟରେ ଉର୍ଣ୍ଣତି କରିବେ । ଯଦି କୌଣସି ପରୀକ୍ଷା କିମ୍ବା ଚାକିରି ପାଇଁ ଯାଉଛନ୍ତି ତେବେ ସଫଳତା ଆପଣଙ୍କ ହାତମୁଠାରେ ରହିବ । ନିଜର ଭବିଷ୍ୟତ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । କୌଣସି ବନ୍ଧୁଙ୍କ କୃର ବ୍ୟବହାର ପାଇଁ ଆପଣ ଦୁଃଖି ହେଇ ପାରନ୍ତି ।

ମିଥୁନ ରାଶି :-

ଆଜି ଆପଣଙ୍କ ସାହାସରେ ବୃଦ୍ଧି ଘଟିବ, ଆପଣ ପରିଶ୍ରମ କରିବାକୁ ଭୟ କରିବେ ନାହିଁ । ଗାଡି ଚାଳନାରେ ସତର୍କତା ଅବଲମ୍ବନ କରିବେ । ଆଜି ସ୍ୱଳ୍ପ ଅର୍ଥ ଖର୍ଚ୍ଚ ହେଇ ପାରେ । ଆପଣଙ୍କ ସାଥିମାନେ ଆପଣଙ୍କ ଉଦାରତାର ଫାଇଦା ଉଠାଇବାକୁ ଚେଷ୍ଟା କରିପାରନ୍ତି । ନିଜର ଜୀବନ ସାଥି ସହ ବାହାରକୁ ଭ୍ରମଣ କରିବାକୁ ଯିବାପାଇଁ ଯୋଜନା କରିପାରନ୍ତି ।

କର୍କଟ ରାଶି :-

ଆଜି ଆପଣଙ୍କ ପାରିବାରିକ ଜୀବନ ବହୁତ ଭଲ ରହିବ । ନିଜର ଜୀବନ ସାଥି ସହ ଭଲ ସମୟ ଅତିବାହିତ ହେବାର ସମ୍ଭାବନା ଅଛି । ଅଚାନକ ଧନ ଲାଭର ଯୋଗ ଅଛି । ନିଜର ସନ୍ତାନ ପାଇଁ ଆଜି ଆପଣ ଚିନ୍ତିତ ରହି ପାରନ୍ତି । ନିଜର କାର୍ଜ୍ୟାଳୟର ଉଚ କର୍ମଚାରୀ ମାନେ ଆପଣଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ ।

ସିଂହ ରାଶି :-

ଆଜିର ଦିନ ଆପଣଙ୍କ ପାଇଁ ମଧ୍ୟମ ରହିବ । ପରିବାରର ସଦସ୍ୟ ଓ ଜୀବନସାଥୀଙ୍କ ସହ ପୂର୍ବାପେକ୍ଷା ଭଲ ସମ୍ପର୍କ ରହିବ । ଅଧିକ ପରିଶ୍ରମ କରିବାକୁ ପଡିବ । ନିଜର ଭୁଲରୁ ଆପଣଙ୍କୁ ଖ୍ଯାତି ସହିବାକୁ ପଡିପାରେ । ମନରେ ଭକ୍ତିଭାବ ଜାଗ୍ରତ ହେବ । ନିଜର କାର୍ଯ୍ୟଳୟରେ ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେବ ।

କନ୍ୟା ରାଶି :-

ଆଜି ଆପଣଙ୍କୁ ଋଣ ଓ ବୀମା ସମ୍ବଧରେ ବିଚାର କରିବା ଉଚିତ । ଆଜି ଆପଣଙ୍କର ଧନର ସ୍ଥିତି ମଜଭୁତ ରହିବ । ସମ୍ପର୍କରେ ସୁଧାର ଆସିବ । ଆପଣଙ୍କୁ ସଫଳତାର କିଛି ନୂଆ ମନ୍ତ୍ର ମିଳିପାରେ । ଆଜି ଆପଣ ମିଥ୍ୟା ବଚନରୁ ଦୂରରେ ରୁହନ୍ତୁ ଅନ୍ଯଥା ଅସୁବିଧାର ସମୁଖୀନ ହେଇ ପାରନ୍ତି ।

ତୁଳା ରାଶି :-

ଆଜି ଆପଣଙ୍କ ଉପରେ ଶାରୀରିକ ପରିଶ୍ରମର ଭାର ଅଧିକ ରହିବ । ନିଜର ନକରାତ୍ମକ ଚିନ୍ତାଧାରା ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜର ଅତିରିକ୍ତ ସମୟ ନିସ୍ଵାର୍ଥ ସେବାରେ ନିୟୋଜିତ କରନ୍ତୁ ଏହା ଦ୍ଵାରା ଆପଣଙ୍କୁ ଖୁସି ମିଳିବ ଏବଂ ହୃଦୟ ଶାନ୍ତ ରହିବ । ଆପଣ ଆଜି ନିଜର ସମସ୍ତ କାର୍ଯ୍ୟ ଯାହା ଅଟକି ଥିଲା ତା ଉପରେ ନିଜର ସଂଘର୍ଷ ଦ୍ଵାରା ବିଜୟ ଲାଭ କରିବେ ।

ବିଛା ରାଶି :-

ଆଜି ଆପଣ ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । ସେୟାର ବଜାର କିମ୍ବା ମ୍ୟୁଚୁଆଲ ଫଣ୍ଡ ଇତ୍ୟାଦିରେ ଆପଣଙ୍କୁ ଲାଭ ମିଳିବ । ନିଜର ବରିଷ୍ଠ ଓ ସହକର୍ମୀଙ୍କ ସମ୍ପୂର୍ଣ ସହଯୋଗ ପାଇବେ । ନିଜର ମୂଲ୍ଯବାନ ବସ୍ତୁକୁ ଧ୍ୟାନର ସହ ରଖନ୍ତୁ । ଭୂମି ବା ଭାବନା କ୍ରୟ କରିବାର ଯୋଜନା କରିପାରନ୍ତି ।

ଧନୁ ରାଶି :-

ଆଜି କୌଣସି ନୂଆ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ । ଯଦି ଆପଣ ରାଜନୈତିକ କ୍ଷେତ୍ରରେ କାମ କରୁଛନ୍ତି ତେବେ ଆପଣ ଆଜି ପ୍ରଶଂସାର ପାତ୍ର ହେବେ । ନିଜର ଉପଯୁକ୍ତ ବୁଦ୍ଧି ପାଇଁ ଆପଣ ସମସ୍ତ ସମସ୍ୟାର ସମାଧାନ କରିପାରିବେ । କୌଣସି ବ୍ୟକ୍ତି ବିଶେଷ ସହ ବିବାଦ ହେଇ ପାରେ । କୌଣସି ଅଟକି ରହିଥିବା ଧନ କିମ୍ବା ହଜିଥିବା ବସ୍ତୁ ଆଜି ଆପଣ ଫେରି ପାଇବେ ।

ମକର ରାଶି :-

ଆଜି ଆପଣଙ୍କର ମନୋସ୍କାମନା ପ୍ରାର୍ଥନା କାରଣରୁ ପୂର୍ଣ୍ଣ ହେବ । ନିଜର ଅଣ୍ଟା ଠାରୁ ତଳ ଅଂଶରେ କୌଣସି ରୋଗ ଆପଣଙ୍କୁ ଅସୁବିଧାରେ ପକାଇପାରେ । ପରୀକ୍ଷା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସାଂସ୍କୃତିକ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ମନ ନିୟୋଜିତ ରହିବ ।

କୁମ୍ଭ ରାଶି :-

ଆଜି ଯଦି ଆପଣ କୌଣସି କ୍ଷେତ୍ରରେ ଧନ ନିବେଶ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ହେବ । ବିଦେଶରୁ ଶୁଭ ସମାଚାର ମିଳିବ । ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ପାରିବାରିକ ଜୀବନ ଭଲ ରହିବା ସହ ପ୍ରେମ ସମ୍ବଧ ନିବିଡ ରହିବ । ଆପଣଙ୍କର ଆଜି ଧନଲାଭର ଯୋଗ ରହିଛି ।

ମୀନ ରାଶି :-

ଆଜି ଆପଣଙ୍କୁ ନିଜର ପିତାଙ୍କ ଠାରୁ ଲାଭ ମିଳିବ । ଆଜି ଆପଣ ନିଜ ଜିନିଷ ନିଜ ଦାଇତ୍ଵରେ ରଖନ୍ତୁ, ନଚେତ ଆପଣଙ୍କ ଜିନିଷ ହଜିବାର କିମ୍ବା ଚୋରି ହେବାର ସମ୍ଭାବନା ହେଇପାରେ । ଆପଣଙ୍କର ପରିବାରର ଆର୍ଥିକ ସ୍ଥିତି ସୁଧୁରିବ । ଆପଣଙ୍କ ଉତମ ବ୍ୟବହାର ପାଇଁ ଆପଣ ସମସ୍ତଙ୍କର ପ୍ରିୟ ପାତ୍ର ହେବେ । ଆଜି ଗୃହ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି ।

ଆଶା କରୁଛୁ ଉପରେ ଦିଆଯାଇଥିବା ରାଶିଫଳ ଆପଣଙ୍କର ସହାୟକ ହେବ । ଭିନ୍ନ ଭିନ୍ନ ଜାତକ ହେତୁ କୌଣସି ବ୍ୟକ୍ତି ବିଶେଷଙ୍କ ରାଶିଫଳରେ କିଛି ସାମଞ୍ଜସ୍ୟ ରହିପାରେ ତେଣୁ ସଠିକ ଉପଦେଶ ପାଇଁ ଆପଣ କୌଣସି ପଣ୍ଡିତ କିମ୍ବା ଜ୍ୟୋତିଷଙ୍କ ପରାମର୍ଶ ନେବା ଆପଣଙ୍କ ପାଇଁ ମଙ୍ଗଳ ମୟ ହେବ ।

Leave a Reply

Your email address will not be published. Required fields are marked *