ଗୁରୁବାର 21 ନଭେମ୍ବର 2019 – ସ୍ଵପ୍ନ ଦୁନିଆରୁ ବାହାଋ ଆଜି ଏହି ଚାରୋଟି ରାଶିଙ୍କୁ କରିବାକୁ ହେବ ସତ୍ୟତାର ସାମ୍ନା, ସାହସ କରି ଆଗକୁ ବଢନ୍ତୁ

ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ଆପଣଙ୍କ ସାଙ୍ଗ ଓ ସମ୍ପର୍କୀୟ ଆପଣଙ୍କ ପାଇଁ ଅଲଗା ଭାବନା ରଖିବେ, ନୂଆ ସଫଳତା ପ୍ରାପ୍ତି ର ଯୋଗ ହେଉଛି । ବ୍ୟର୍ଥ ହଇରାଣ ହବାକୁ ପଡି ପାରେ, ଏହା ପରେ ଆୟ ରେ ବୃଦ୍ଧି ହେବ ଓ କାର୍ଯ୍ୟ ରେ ସଫଳତା ମିଳିବା ଆରମ୍ଭ ହେବ । ଆର୍ଥିକ କାର୍ଯ୍ୟ ରେ ପ୍ରଗତି ହୋଇ ପାରେ ଯୋଗ ହେଉଛି । ସାମାଜିକ କାର୍ଯ୍ୟ ରେ ବାଧା ଆସି ପାରେ, ଏହା ପାଇଁ ଆପଣଙ୍କ ମନ ଚିନ୍ତିତ ରହିବ ।

ବୃଷ ରାଶି :

ଆଜି ଆପଣଙ୍କ ଟଙ୍କା ଐଶ୍ଵର୍ଯ୍ୟ ଉପରେ ଖର୍ଚ ହେବ, ସମସ୍ତଙ୍କୁ ନିଜ ଆଡୁକୁ ଆକର୍ଷିତ କରିବାର ଅତ୍ୟନ୍ତ ଶୁଭ ଦିନ ଅଟେ । ଧାର୍ମିକ କାର୍ଯ୍ୟ ରେ ମନ ଲାଗିବ, ସଞ୍ଚିତ ଧନ ଖର୍ଚ ହେବ । ହଟାତ ଅଟକିଥିବା ଟଙ୍କା ଆଜି ପାଇପାରିବେ, ଛାତ୍ର ଛାତ୍ରାଙ୍କ ପାଇଁ ଅତି ଶୁଭ ଦିନ ଅଟେ । ଚାକିରି ବା କ୍ୟାରିୟର ପାଇଁ ଅତ୍ୟଧିକ ପରିଶ୍ରମ ଆବଶ୍ୟକ ଅଟେ । ଆଜି ଭଳି ଦିନରେ ଆପଣଙ୍କୁ ସୁଖ ଓ ସଫଳତା ପ୍ରାପ୍ତି ହେବ, ପରିବାର ଲୋକଙ୍କ ସହ ବହୁତ ଭଲ ସମୟ ବ୍ୟତୀତ ହେବ ।

ମିଥୁନ ରାଶି :

ଆଜି ଆପଣଙ୍କ ଘର ପରିବାର ତରଫରୁ ଆପଣ କିଛି ଭଲ ଖବର ପାଇବେ, ଲାଭ ଅବସର ହାତକୁ ଆସିବେ । କଥା ବାର୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ ନହେଲେ ହଉଥିବା କାମ ବି ଅଟକି ଯାଇ ପାରେ । ସାଙ୍ଗମାନଙ୍କ ସାହାଯ୍ୟ ପାଇ ପାରିବେ, ପିତାଙ୍କ ମତ ଉପଯୁକ୍ତ ହେବ ଆପଣଙ୍କ ପାଇଁ ଲାଭକାରୀ ଅଟେ ।

କର୍କଟ ରାଶି :

ଆଖ ପାଖ ଲୋକଙ୍କ ସାହାଯ୍ୟ ଆପଣଙ୍କୁ ଖୁସି ପ୍ରଦାନ କରିବ, କାରୋବାର ଓ ଚାକିରି ରେ ଭଲ ସଫଳତା ପାଇବାର ଯୋଗ ହେଉଛି, ଯୁବକମାନଙ୍କ ପାଇଁ ଚାକିରି ଆସାର ଭଲ ଅଛି ଚେଷ୍ଟା କରନ୍ତୁ ଫଳ ଅବଶ୍ୟ ପାଇବେ । ମାଁ ବାପାଙ୍କ ଆଶୀର୍ବାଦରୁ ଆପଣ ସଫଳତାର ନୂଆ ଶିଖରକୁ ପାଇ ପାରିବେ । ଆପଣଙ୍କ ମନ ଚିନ୍ତା ସମାପ୍ତ ହୋଇଯିବ ଓ ଆପଣ ମାନସିକ ରୂପ ରେ ପ୍ରଫୁଲ୍ଲିତ ଅନୁଭବ କରିବେ ।

ସିଂହ ରାଶି :

ଆଜି ଆର୍ଥିକ ରୂପରେ ଲାଭ ଏବଂ ଯଶ ପ୍ରାପ୍ତି ହେବ, ଆପଣଙ୍କୁ କିଛି ଏମିତି ରୋଗ ହୋଇ ପାରେ ଯାହା ଦ୍ଵାରା ଆପଣ କିଛି ଦିନ ପାଇଁ ଅସୁସ୍ଥ ହୋଇ ପାରନ୍ତି । ସନ୍ତାନ ପକ୍ଷରୁ ଶୁଭ ସମାଚାର ପାଇବେ, ପାର୍ଟନର ସ୍ୱାସ୍ଥ୍ୟ ଧ୍ୟାନ ରଖନ୍ତୁ । ପ୍ରେମ ରେ ସଫଳତା ପ୍ରାପ୍ତ ହେବ, ନିଜ ପାର୍ଟନରଙ୍କୁ ପର୍ଯ୍ୟାପ୍ତ ସମୟ ଦିଅନ୍ତୁ । ଧନ ଜଡିତ ସମସ୍ୟା ଦୂର ହେବ, ଚାକିରି କ୍ଷେତ୍ର ରେ କରାଯାଇ ଥିବା ପ୍ରୟାସ ସଫଳ ହେବ ।

କନ୍ୟା ରାଶି :

ଆଜି ଆପଣଙ୍କ ପାର୍ଟନର ସହ ରୋମାନ୍ସ କରିବା ପାଇଁ ସମୟ ମିଳିବ, ମନ ସନ୍ତୁଷ୍ଟ ଓ ଶାନ୍ତ ରହିବ । ଛୁଆଙ୍କ ଅତ୍ୟାବସକ କାମ ପୂର୍ଣ କରିବେ, ଆପଣଙ୍କୁ ଭବିଷ୍ୟତ ପାଇଁ ଟଙ୍କା ଯୋଗେଇବା ଉଚିତ ନଚେତ ବହୁତ ବଡ ଅସୁବିଧା ରେ ପଡି ପାରନ୍ତି । ହଡବଡ ହେଲେ ହାନି ହୋଇପାରେ ସାବଧାନ ରୁହନ୍ତୁ, ଆପଣଙ୍କ କାର୍ଯ୍ୟ ରେ ଉନ୍ନତ୍ତି ଦେଖାଯିବ । ଛୁଆଙ୍କ ରୋଗ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ, ଚାକିରିରେ ଉପର ଲୋକଙ୍କ କୃପା ଦ୍ରୁଷ୍ଟି ଦ୍ଵାରା ସମୟ ବଦଳି ପାରେ ।

ତୁଳା ରାଶି :

ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ଆଜି ଆପଣଙ୍କ ଦିନ ଆନନ୍ଦମୟ ହୋଇବ । ଆପଣଙ୍କ ଧନ ବଢିବ ଯାହା ଆପଣଙ୍କ ଆର୍ଥିକ ସ୍ଥିତି ଭଲ କରିବ, ବିବାହିତ ଜୀବନ ରେ କିଛି ଭଲ ଦେଖିବାକୁ ପାଇବେ । ଆପଣଙ୍କ ପ୍ରାୟତଃ କାମ ବିନା କୌଣସି ଅସୁବିଧା ସଫଳ ହୋଇବ, ବିରୋଧୀ ପକ୍ଷ ଦୁର୍ବଳ ରହିବ ।

ବିଛା ରାଶି :

ଆଜି ବିଦ୍ୟାର୍ଥୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡି ପାରେ, ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ ଓ ବୀମା ସହ ଜଡିତ କଥା ଉପରେ ଧ୍ୟାନ ଦବା ଅନିବାର୍ଯ୍ୟ ଅଟେ । କାର୍ଯ୍ୟ ପ୍ରତି ଜୋସ ଓ ଉତ୍ସାହ ବଢିବ, ନିଜ ମନ କଥା ଉପରେ ପୂର୍ଣତଃ ବିଶ୍ଵାସ ରଖନ୍ତୁ । କୌଣସି ବଡ ସରପ୍ରାଇଜ ଆଜି ଭଳି ଦିନ ରେ ପାଇବାର ଯୋଗ ଅଛି । ଚାକିରି ପାଇଁ ଆଜି ଦିନ ଅତ୍ୟନ୍ତ ଶୁଭ ଅଟେ ।

ଧନୁ ରାଶି :

ଆଜି ଆପଣଙ୍କ ଘରେ ପୀଡିତ ଲୋକଙ୍କ ଅବସ୍ତା ସୁଧୁରିବାକୁ ଲାଗିବ, ନୂଆ ଆରମ୍ଭ ସମସ୍ତଙ୍କ ପାଇଁ ଭଲ ଓ ଶୁଭ ରହିବ । ଆଜି ଶାରୀରିକ ଭାବରେ ରୋଗ ଆପଣଙ୍କୁ ହୋଇ ପାରେ ସେଥିପାଇଁ ସାବଧାନ ରୁହନ୍ତୁ । ପ୍ରେମୀ ବା ଜୀବନସାଥୀ ସହ ଟିକେ କୁହା ଶୁଣା ହୋଇ ପାରେ ଧ୍ୟାନ ରଖିବେ ।

ମକର ରାଶି :

ଆଜି କାମ କାର୍ଯ୍ୟ ଅଧିକ ହୋଇ ପାରେ, କାର୍ଯ୍ୟ ସ୍ଥଳ ବାରମ୍ବାର ପରିବର୍ତନ ଆପଣଙ୍କୁ ଭ୍ରମିତ କରି ପାରେ । ଆଜି ଆପଣ ଧାର୍ମିକ କାର୍ଯ୍ୟ ରେ ବ୍ୟସ୍ତ ରହିବେ । ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ବ୍ୟବସାୟ କାମ ପାଇଁ ଘର ପରିବାର ଠାରୁ ଦୂରକୁ ଯାଇ ପାରନ୍ତି, ସନ୍ତାନର ପ୍ରଗତି ହେବ । ଆଜି ଆପଣଙ୍କୁ ବହୁତ ବଡ ଆର୍ଥିକ ହାନି ହୋଇ ପାରେ ସମ୍ଭାଳିକି ନିଷ୍ପତ୍ତି ନିଅନ୍ତୁ ।

କୁମ୍ଭ ରାଶି :

ଆଜି ବ୍ୟବସାୟ କ୍ଷେତ୍ର ରେ ଆପଣ ବହୁତ ଶୀଘ୍ର ପ୍ରଗତି କରିବେ, ପରିଶ୍ରମ ଫଳ ପ୍ରାପ୍ତି ହେବ । ନୂଆ ପ୍ରୟୋଗ ଆପଣଙ୍କୁ କିଛି ଶିଖେଇବ, ଜୀବନସାଥୀ ସାହାଯ୍ୟ ପ୍ରାପ୍ତ କରିବେ । ଧନ ହାନି ସମ୍ଭାବନା ଅଟେ, ଭାବି ଚିନ୍ତି କରି ନିଷ୍ପତ୍ତି ନିଅନ୍ତୁ ସମ୍ବନ୍ଧୀୟ ମାନଙ୍କ ଆଡୁ ଖୁସି ଖବର ଆସି ପାରେ ।

ମୀନ ରାଶି :

ଆଜି ଆପଣଙ୍କ ରାଗ ଅଭ୍ୟାସ ଆପଣଙ୍କ ପାଇଁ ହାନି କାରକ ହୋଇ ପାରେ ସେଥିପାଇଁ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କ ମାନ ସମ୍ମାନ ରେ ବୃଦ୍ଧି ହେବ, ଲୋକ ଆପଣଙ୍କ ଅସ୍ତିତ୍ଵ ଦ୍ଵାରା ପ୍ରଭାବିତ ହେବ । ଆଜି ଆପଣଙ୍କୁ କିଛି ଭଲ ଖବର ମିଳି ପାରେ । ଆଜି ଆପଣ ଅଲଗା ଲୋକଙ୍କୁ ସାହାଯ୍ୟ କରିବେ ଓ ହୃଦୟରୁ ସେବା ମଧ୍ୟ କରିବେ ।   

Leave a Reply

Your email address will not be published. Required fields are marked *