ରାଷ୍ଟ୍ରପତି ହେବା ପରେ, କେଉଁ କେଉଁ ସୁବିଧା ସବୁ ପାଉଛନ୍ତି Droupadi Murmu ?

ନମସ୍କାର ବନ୍ଧୁଗଣ, ଆମ ଦେଶର ପ୍ରଥମ ନାଗରିକ ହୋଇଥାନ୍ତି ରାଷ୍ଟ୍ରପତି । ସେ ଆମ ଦେଶର ଶାସନ ଭାରକୁ ନିଜ ହାତକୁ ନେଇଥାନ୍ତି । ତେବେ ଆମ ଦେଶର ତଥା ଭାରତର ବର୍ତ୍ତମାନ ରାଷ୍ଟ୍ରପତି ହେଉଛନ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଜଣେ ରାଷ୍ଟ୍ରପତି କେଉଁ କେଉଁ ସମ୍ମାନ ମିଳିଥାଏ ତା ସହ କଣ ସବୁ ସୁବିଧା ମାନ ମିଳିଥାଏ ଏହା ଜାଣିବା ପାଇଁ ସମସ୍ତେ ଚାହିଁଥାନ୍ତି । ତେଣୁ ଆଜି ଆମେ ଜଣାଇବା ପାଇଁ ଯାଉଛୁ ରାଷ୍ଟ୍ରପତିଙ୍କୁ ମିଳୁଥିବା ସମସ୍ତ ସୁବିଧା ସମ୍ପର୍କରେ । ଯାହା ଆପଣ ଆଗରୁ ବିଲକୁଲ ମଧ୍ୟ ଜାଣିନଥିବେ ।

ରାଷ୍ଟ୍ରପତିଙ୍କ ମାସିକ ଦରମା ହୋଇଥାଏ ପାଖା ପାଖି ପାଞ୍ଚ ଲକ୍ଷ ଟଙ୍କା । ଏହା ସହିତ ତାଙ୍କୁ ବିଭିନ୍ନ ପ୍ରକାର ଭର୍ତ୍ତା ମଧ୍ୟ ମିଳିଥାଏ । ବିଶ୍ଵ ସାରା ଯୁଆଡେ ମଧ୍ୟ ଗଲେ ବି ମାଗଣା ଯାତ୍ରାର ସୁବିଧା ସବୁଆଡେ ମିଳିଥାଏ । ରାଷ୍ଟ୍ରପତିଙ୍କ ଦେଖା ଶୁଣା କରିବା ପାଇଁ ରହିଛନ୍ତି ଦୁଇ ସହରୁ ଅଧିକ କର୍ମଚାରୀ । ରାଷ୍ଟ୍ରପତି ଭବନ ତଥା ରାଷ୍ଟ୍ରପତି ରହୁଥିବା ରାଇସିନା ହିଲରେ ୩୪୦ ରୁ ଅଧିକ କଠୋରୀ ରହିଛି ।

ତାଙ୍କ ଯାତାୟାତ ପାଇଁ ତାଙ୍କୁ ମିଳିଥାଏ ସ୍ଵତନ୍ତ୍ର ଗାଡି । ତାଙ୍କୁ କଷ୍ଟମାଇଜ ମର୍ସିଡିଜ ବେଞ୍ଜ ଏସ ୬୦୦ ମିଳେ । ଏହି ଗାଡି ୧୫ କେଜି TNT  ଆକ୍ରମଣ ୨ ମିଟର ଦୂରରୁ ସହ୍ୟ କରିପାରିବ । AK-47 ଗୁଳି ବି ଏହାକୁ ଭେଦ କରିପାରିବ ନାହିଁ । ବିସ୍ଫୋରକ, ବୋମା, ଓ ଗ୍ୟାସ ଆକ୍ରମଣରୁ ଏହା ସୁରକ୍ଷା ଦେବ । ଏହା ମାତ୍ରା ୮ ସେକେଣ୍ଡରୁ ଶୁନରୁ ୧୦୦ କିଲୋମିଟର ସ୍ପିଡରେ ଚାଲିପାରିବ ।

ଏହାର ସର୍ବଧିକ ସ୍ପିଡ ଘଣ୍ଟା ପ୍ରତି ୧୬୦ କିଲୋମିଟରରୁ  ଅଧିକ ରହିଛି । ରାଷ୍ଟ୍ରପତିଙ୍କ ଅବସର ପରେ ତାଙ୍କୁ ମାସିକ ଦେଢ ଲକ୍ଷ ଟଙ୍କା ପେନସନ ମିଳିଥାଏ । କର୍ମଚାରୀଙ୍କ ଖର୍ଚ୍ଚ ଲାଗି ଅତିରିକ୍ତ ୬୦ ହଜାର ଟଙ୍କା ବି ମିଳେ । ରହିବା ପାଇଁ ଟାଇପ-୮ ର ବାସ ଗୃହ ମଧ୍ୟ ମିଳିଥାଏ ।

ଜୀବନ ସାରା ମାଗଣା ମେଡିକାଲ ସୁବିଧା ମିଳିଥାଏ । ଜଣେ ସହଯୋଗୀ ସହ ଟ୍ରେନରେ ଏବଂ ବିମାନରେ ମାଗଣାରେ ଯାତ୍ରା ସୁବିଧା । ଦିତୀୟ ଥର ପାଇଁ ରାଷ୍ଟ୍ରପତି ଭ୍ରମଣରେ ଆସୁଛନ୍ତି ଓଡିଶା ।  ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟତି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *