ଖୁବ ଶୀଘ୍ର ଆପଣଙ୍କ PANକାର୍ଡ ହୋଇଯିବ ରଦ୍ଦ, ଦେଖନ୍ତୁ ଏଥିରୁ ବଞ୍ଚିବା ପାଇଁ କଣ କରିବାକୁ ହେବ

ନମସ୍କାର ବନ୍ଧୁଗଣ, ଆଧାର କାର୍ଡ ସହ ଯଦି ଆପଣ ନିଜର ପ୍ୟାନ କାର୍ଡକୁ ଲିଙ୍କ କରାଇନାହାନ୍ତି ତେବେ ଶୀଘ୍ର କରିଦିଅନ୍ତୁ । ଯଦି ଆପଣ ଆଧାର କାର୍ଡ ସହ ପ୍ୟାନକାର୍ଡ ଲିଙ୍କ ନକରନ୍ତି ତେବେ ଆପଣଙ୍କ ଖୁବ ଶୀଘ୍ର ନିଷ୍କ୍ରିୟ ହୋଇଯିବ ପ୍ୟାନ କାର୍ଡ । ଆଧାର ଏବଂ ପ୍ୟାନକାର୍ଡ ଲିଙ୍କକୁ ନେଇ ଆସିଛି ବଡ ଖବର । ଯେଉଁମାନେ ଏବେ ଯାଏ ଲିଙ୍କ କରିନାହାନ୍ତି ସେମାନଙ୍କୁ ବଡ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ତେବେ ଏହା ସହ ଜଡିତ ଥିବା କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ନଜର ପକାଇବା ।

ଏବେ ସୁଧା ଜାରି କରାଯାଇଥିବା ୬୧ କୋଟିରୁ ପାଖାପାଖି ୪୮ କୋଟି ପ୍ୟାନ କାର୍ଡକୁ ଆଧାର କାର୍ଡ ସହ ଯୋଡା ଯାଇସାରିଛି । ଯେଉଁମାନେ ମାର୍ଚ୍ଚ ୩୧ ତାରିଖ ସୁଧା ଆଧାର କାର୍ଡକୁ ପ୍ୟାନ କାର୍ଡ ସହ ଲିଙ୍କ ନକରନ୍ତି ସେମାନେ ବହୁତ ସୁବିଧାରୁ ବାଦ ପଡ଼ିପାରନ୍ତି । ଆଧାର ସହ ପ୍ୟାନ କାର୍ଡ ଲିଙ୍କ ନହେଲେ ପ୍ୟାନ କାର୍ଡକୁ ନିଷ୍କ୍ରିୟ କରାଯିବାର ନିସ୍ପତି ନିଆଯାଇଛି ।

ପୂର୍ବରୁ ସରକାର ଆଧାର ଏବଂ ପ୍ୟାନ କାର୍ଡକୁ ଲିଙ୍କ କରିବା ବାଧ୍ୟତା ମୂଳକ କରିଛନ୍ତି । ଆଧାର ସହ ପ୍ୟାନ ଲିଙ୍କ ପାଇଁପଇସା ଦେବାକୁ ପଡିବ କିନ୍ତୁ ଆଗରୁ ଏହା ମାଗଣା ହେଉଥିଲା । ଏହି ନିୟମ କରିବାର କାରଣ ହେଉଛି ଲୋକେ ମାଗଣା ଥିଲେ ମଧ୍ୟ କରୁନଥିଲ ଯାହାଫଳରେ କଡା କଡି ଆଇନ କରିଦିଆଯାଇଛି । ଆଧାର ସହ ପ୍ୟାନ ଲିଙ୍କ ପାଇଁ ହଜାର ଟଙ୍କା ଦେବାକୁ ପଡିବ ।

ଆଧାର ଏବଂ ପ୍ୟାନ କାର୍ଡ ଦୁଇଟି ଯାକ ପରିଚୟ ପତ୍ରକୁ ବାଧ୍ୟତାମୂଳକ କରି ଦିଆଯାଇଛି । ଯେକୌଣସି ସରକାରୀ କାର୍ଯ୍ୟ ହେଉ ବା ବେସରକାରୀ କାର୍ଯ୍ୟ ହେଉ ସବୁଥିରେ ଆଧାର କାର୍ଡ ଏବଂ ପ୍ୟାନ କାର୍ଡର ଆବଶ୍ୟକତା ପଡୁଛି । ତେଣୁ ଆଧାର କାର୍ଡ ନିଷ୍କ୍ରିୟ ହେବା ପୂର୍ବରୁ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ତୁରନ୍ତ ଆଧାର କାର୍ଡ ସହ ପ୍ୟାନ କାର୍ଡକୁ ଲିଙ୍କ କରାଇଦିଅନ୍ତୁ ।

ନଚେତ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସମୟ ଥାଉ ଥାଉ ଏହି କାମ କରିବା ଉଚିତ ନହେଲେ ଆପଣ ସମସ୍ତ କାର୍ଯ୍ୟ ପାଇଁ ଲୋଡା ହେଉଥିବା ଆଧାର ଏବଂ ପ୍ୟାନ କାର୍ଡ ନିମନ୍ତେ ହଇରାଣ ହେବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *