ଚଳନ୍ତା ଟ୍ରେନରେ ଚାଳକ ଶୋଇପଡିଲେ କଣ ହେବ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ, ଟ୍ରେନ ଚଲାଇବା ପରେ ଯଦି ଚାଳକଙ୍କ ଆଖି ଲାଗିଯାଏ ବା ତାଙ୍କୁ ନିଦ ହୋଇଯାଏ ତେବେ ଟ୍ରେନ ଟ୍ରାକରୁ ତଳକୁ ଖସିଯିବ ନା ସୁରକ୍ଷିତ ରହିବ । ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବା ତ ଟ୍ରେନ ! ଟ୍ରେନ ସବୁଦିନା ହଜାର ହଜାର ଲୋକ ଯାତାୟାତ କରୁଛନ୍ତି ତେଣୁ ତାଙ୍କ ମନରେ ନିହାତି ପ୍ରଶ୍ନ ଆସୁଥିବ ଯଦି ଟ୍ରେନ ଡ୍ରାଇଭର ଶୋଇପଡନ୍ତି ତେବେ କଣ ହେବ । ଏହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ସମ୍ପୂର୍ଣ ତଥ୍ୟ ଦେବାକୁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଟ୍ରେନରେ ଦୁଇଜଣ ଚାଳକ ରହିଥାନ୍ତି । ଟ୍ରେନର ମୁଖ୍ୟ ଡ୍ରାଇଭରଙ୍କୁ ଲୋକୋ ପାଇଲଟ କୁହାଯାଇଥାଏ । ଏବଂ ତାଙ୍କର ସହଯୋଗୀଙ୍କୁ ଆସିଷ୍ଟାନ୍ତ ଲୋକୋ ପାଇଲଟ ବୋଲି କୁହାଯାଇଥାଏ । ଯଦି ଚଳନ୍ତା ଟ୍ରେନରେ ଲୋକୋ ପାଇଲଟ ଶୋଇପଡନ୍ତି କିମ୍ବା ଅଚାନକ ତାଙ୍କ ଦେହ ଖରାପ ହୋଇଯାଏ ତେବେ ସେହିଭଳି ପରିସ୍ଥିତିରେ ଆସିଷ୍ଟାନ୍ତ ଲୋକୋ ପାଇଲଟ ଟ୍ରେନକୁ ସମ୍ଭାଳି ଥାଏ ।

ଏବଂ ଟ୍ରେନରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ଥାଏ । ଏଠାରେ ଏକ ପ୍ରଶ୍ନ ନିହାତି ଆସୁଛି ଯଦି ଦୁଇଜଣ ଡ୍ରାଇଭର ଶୋଇପଡନ୍ତି ତେବେ କଣ ହେବ । ଚଳନ୍ତା ଟ୍ରେନରେ ଯଦି ଦୁଇ ଚାଳକ ଶୋଇପଡନ୍ତି ତେବେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ଭାରତୀୟ ରେଳବାହୀ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ତା କରି ରଖିଛି ।ରେଳ ଇଞ୍ଜିନରେ ବିଜିଲାନ୍ସ କଣ୍ଟ୍ରୋଲ ଡିଭାଇସ ଲଗାଇ ରଖିଛି ।

ଟ୍ରେନ ଇଞ୍ଜିନରେ ଲାଗିଥିବା ଏହି ଡିଭାଇସ ଡ୍ରାଇଭର ଉପରେ ନଜର ରଖିଥାଏ । ଯଦି ଟ୍ରେନ ଡ୍ରାଇଭର ଏକ ମିନିଟ ଭିତରେ କୌଣସି ପ୍ରତିକ୍ରିୟା ନ କରନ୍ତି ତେବେ ମାତ୍ର ୧୭ ସେକେଣ୍ଡ ଭିତରେ ଏକ ଅଡିଓ ଭିଜୁଆଲ ଆସିଥାଏ । ଇଣ୍ଡିକେସନ ଆସିବା ପରେ ବଟମ ଦବାଇ ଡ୍ରାଇଭରକୁ ଏହାର ଉତ୍ତର ଦେବାକୁ ପଡିଥାଏ । ଯଦି ଡ୍ରାଇଭର ବଟମ ଦବାଇ ଏହାର ଉତ୍ତର ନ ଦିଏ ତେବେ ଟ୍ରେନରେ ଅଟୋମେଟିକ ବ୍ରେକ ଲାଗିବା ଆରମ୍ଭ ହୋଇଯାଇଥାଏ ।

ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି  ଆଉ ଏହିଭଳି ପ୍ରଶ୍ନ ଆପଣଙ୍କ ମନରେ ଉଠୁଛି ତେବେ ଆପଣଙ୍କର ଚିନ୍ତା କରିବା କୌଣସି ଆବଶ୍ୟକ ନାହିଁ । ଟ୍ରେନରେ ଲାଗିଥିବା ସେନ୍ସର ଟ୍ରେନକୁ ସୁରକ୍ଷିତ ହେବା ଏବଂ ନହେବାର ସୂଚନା ଅଫିସକୁ ଦେଇଥାଏ । ଯାହାଫଳରେ ଯାତ୍ରୀଙ୍କ ଉପରେ କୌଣସି ବିପଦ ଆସିନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *