ସବୁ ଭାରତୀୟ ଘରେ ରସୁଣ ଅତି ସହଜରେ ମିଳିଯିବ । ଏହା ସହିତ ହିନ ଆପଣ ରସୁଣର ଉପକାରୀ ବି ସହଜରେ ପାଇ ପାରିବେ । ରସୁଣ ଖାଇବା ଦ୍ଵାରା ଆମର ଇମ୍ୟୁନିଟି ସିଷ୍ଟମ ମଜବୁତ ହୋଇଥାଏ, ଯଦି ଆମେ ପ୍ରତିଦିନ ରସୁଣ ଖାଇବା ତାହେଲ ବହୁତ ରୋଗରୁ ଦୂରେଇ ରହିପାରିବା, ରସୁଣ ଏଣ୍ଟିବ୍ଯାକ୍ତ୍ରିଅଲ ଗୁଣରେ ଭରପୁର ହୋଇଥାଏ ତାହା ସହିତ ଏଥିରେ ଏନ୍ଟି ଫଙ୍ଗଲ ଗୁଣ ବି ମିଳିଥାଏ । ଆଜି ଆମେ ଆପଣଙ୍କୁ ରସୁଣ ଖାଇବାର ଉପକାରିତା ବିଷୟରେ କହିବୁ ।
ରାତିରେ ଶୋଇବା ସମୟରେ ଗୋଟେ କଞ୍ଚା ରସୁଣ ଖାଇଲେ ଶରୀରର ଷ୍ଟାମିନା ବଢିଥାଏ । ଯାହାଦ୍ୱାରା ଶରୀର ଦୁର୍ବଳ ଲାଗିବାରୁ ବଞ୍ଚିଥାଏ । ରସୁଣ ଖାଇଲେ କୋଲେଷ୍ଟ୍ରୋଲ ସ୍ତର କମ ହୋଇଥାଏ ଏବଂ ହୃଦୟ ସହିତ ଯୋଡି ହୋଇଥିବା ସବୁ ସମସ୍ୟାକୁ ବି ଶେଷ କରିଦେଇଥାଏ । ଏହାକୁ ଖାଇବା ଦ୍ଵାରା ଶରୀରର ଓଜନ କଣ ହୋଇଥାଏ ।

ରସୁଣ ପାଖୁଡାରେ ବହୁତ ସାରା ଗୁଣ ଥାଏ ଯାହା କ୍ୟାନ୍ସର ରୁ ବଞ୍ଚାଇ ଥାଏ । ରସୁଣ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଏକ ଭଲ ମସଲା ଭାବେ ମଧ୍ୟ ଲୋକପ୍ରିୟ । ଅଧିକାଂଶ ଖାଦ୍ୟ ଆଇଟମରେ ରସୁଣର ବ୍ୟବହାର ହୋଇଥାଏ। କେବଳ ରୋଷେଇ ନୁହେଁ ବରଂ ଔଷଧ ଭାବେ ମଧ୍ୟ ରସୁଣର ବ୍ୟବହାର ହୋଇଥାଏ । ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ପୁରୁଷମାନେ ଖାଲି ପେଟରେ ରସୁଣ ଖାଇଲେ ଅନେକ ଉପକାର ପାଇଥାନ୍ତି। ରସୁଣରେ ଥିବା ପ୍ରାକୃତିକ ଆଣ୍ଟି ବାୟୋଟିକ ଅନେକ ସଂକ୍ରମଣ ଠାରୁ ସୁରକ୍ଷା ଦେଇଥାଏ ।
୧ – ଔଷଧ ଭଳି କାମ କରେ
ରସୁଣ ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ସହଜରେ ସଫା ହୋଇଥାଏ । ଅର୍ଥାତ୍ ପେଟକୁ ପରିଷ୍କାର ରଖିବାରେ ରସୁଣ ଏକ ଔଷଧ ଭଳି କାମ କରିଥାଏ ।

୨- ବ୍ୟାକ୍ଟେରିଆ ନଷ୍ଟ କରେ
ରସୁଣ ଖାଇବା ଦ୍ୱାରା ପେଟ ସମସ୍ୟା ହୋଇନଥାଏ । ଏହା ଦ୍ୱାରା ପେଟରେ ଥିବା ବ୍ୟାକଟେରିଆ ନଷ୍ଟ ହୋଇଥାନ୍ତି ।
୩- ଥଣ୍ଡାଦିନରେ ଉପକାରୀ
ଯଦି ଥଣ୍ଡାଦିନରେ ଶିରା ପ୍ରଶିରା ଝିମଝିମ ହୋଇଥାଏ ତେବେ ରସୁଣ ଖାଇବା ଏଥିରୁ ଉପଶମ ମିଳିଥାଏ ।
୪- ରକ୍ତ ସଂଚାଳନ ଠିକ୍ ହୁଏ
ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ରକ୍ତ ସଂଚାଳନ ଠିକ ଭାବେ ହୋଇଥାଏ ଏବଂ ହୃଦୟ ସହ ଜଡିତ ରୋଗ ହେବାର ଆଶଙ୍କା କମ୍ ଥାଏ ।

୫- ଉଚ୍ଚ ରକ୍ତଚାପ ବେଳେ
ଯଦି ଉଚ୍ଚ ରକ୍ତଚାପ ସମସ୍ୟା ଥାଏ ,ତେବେ ରସୁଣକୁ ଖାଲି ପେଟରେ ଖାଇବା ଲାଭଦାୟକ ରହିବ ।
୬ -କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରେ
ରସୁଣ କୋଲେଷ୍ଟ୍ରଲ ସମସ୍ୟା ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।