ରାତିରେ ମତେ ଘରକୁ ଡାକିଲେ ସ୍କୁଲ ଶିକ୍ଷକ, ନଯିବାରୁ ମୋ ସହ… ଦେଖନ୍ତୁ Video କଣ କହୁଛନ୍ତି ଏହି ମହିଳା ଜଣଙ୍କ

ବନ୍ଧୁଗଣ ଚାକିରି କରାଇଦେବି ଆଉ ବିଲ କରାଇଦେବି ରାତିରେ ଆସ ବୋଲି ଡାକୁଛନ୍ତି ଶିକ୍ଷକ । ଏଭଳି ସଙ୍ଗିନ ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲାର ବାରିମଳା ଗାଁ ର । ଜଣେ ବିଧବା ମହିଳା ଏ ନେଇ ଅଭିଯୋଗ କରିଛନ୍ତି ଆଉ ନିଜ ବୟାନରେ କହିଛନ୍ତି କି “ଶିକ୍ଷକ ଜଣକ ମୋ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଡାକୁଥିଲେ କିନ୍ତୁ ମୁଁ ମନା କରିଲି ଆଉ ମୋତେ ରାଗରେ ଚାକିରିରୁ ବାହାର କରିଦେଲେ ଆଉ ମୋ ପିଲାକୁ ସ୍କୁଲରେ ବାଡାବାଡି କରି ବାହାର କରି ଦେଇଛନ୍ତି ।

ଜଣ ୧୭ରେ ସ୍କୁଲ କମିଟି ବୈଠକ କରାଇ ମୋର ସ୍କୁଆରେ ରୋଷେଇ କରିବା ପାଇଁ ଡ଼ାକିଥିଲେ । ପାଖାପାଖି ୩ମାସ ହେଲାଣି ମୁଁ ଏଠାରେ କାମ କରୁଛି । ଏହା ପରେ ସେମାନେ ମୋତେ ୧୦୦୦ ଟଙ୍କା ମାଗିଲେ । ଯେତେବେଳେ ମୁଁ ଟଙ୍କା ନେଇକି ଗଲି କିନ୍ତୁ ସେମାନେ ରଖିଲେ ନାହି । ସେମାନେ ମୋତେ କହିଲେ ରବିବାର ଦିନ ଛୁଟି ଅଛି ଆମ ସହ ପ୍ରଧାନଶିକ୍ଷକଙ୍କ ଅଫିସକୁ ରାତିରେ ଜୀବ ପୁଅକୁ ନେବ ନାହି ଆମେ ତାଙ୍କ ସହ କଥା କରାଇଦେବୁ ଅପଣାଙ୍କ ବିଲ ହୋଇଯିବ ଦରମା ମିଳିବ ଚାକିରି ବି ହୋଇଯିବ ।

ମୁଁ ମନା କରିବାରୁ ମୋତେ ଚାକିରିରୁ ବାହାର କରିଦେଲେ କହିଲେ ତୁମ ନାଁ କଟି ଯାଇଛି ଆଉ ଆସିବ ନାହି । ତା ପରେ ମୋ ପୁଅକୁ ବାଡେଇଲେ ଆଉ ମୁଁ ଭାବିଲି ମୋ ପୁଅ ଦୁଷ୍ଟ ହେଉଛି ସେଥିପାଇଁ ମୁଁ ବି ଘରେ ମାରେ ପାଟି କରେ । ତା ପରେ ମୋ ପୁଅକୁ ଟିସି ଦେଇ ସ୍କୁଲରୁ ବାହାର କରିଦେଲେ ଆଉ କହିଲେ ତୋ ମା କଣ କରିବାର ଅଛି କରୁ । ଯେତେବେଳେ ମୋ ପୁଅ ଖାଇବାକୁ ମାଗିଲା ସ୍କୁଲରେ ଶିକ୍ଷକ କହିଲେ ତୁ ଖାଇବା ପାଇଁ ମାରି ଯାଉଣୁ । ଖାଇବା ପାଇଁ ମୋ ପୁଅକୁ ବାଡେଇଛନ୍ତି ହାତ ଭାଙ୍ଗି ଦେଇଛନ୍ତି ।

ମାଡ ହେଇଛି ବୋଲି ଗୁରୁବାର ଦିନ ମୁଁ ଥାନାରେ ଏତାଲା ଦେଇଛି ମିଡିଆ ବାଲା ବି ଦେଖିଛନ୍ତି ମୁଁ ମେଡିକାଲ ଯାଇଥିଲି ଫୋଟୋ ସବୁ ରଖିଛି । ସ୍କୁଲର ହେଡମାଷ୍ଟରଙ୍କ ନାଁ ହେଉଛି ଖଗେଶ୍ଵର ଓ ଅନ୍ୟ ଜଣେ ଭାଗ୍ଯାନା । ପିଲାକୁ ମାଡ ହେବା ପରେ ମୁଁ ସ୍କୁଲକୁ ଯାଇଥିଲି ଶନିବାର ଦିନ ସାର ଙ୍କ ସହ ଦେଖା ହେଲା ଆଉ ପିଲାଙ୍କ ସହ ମାଡଗୋଳ କରି ପୁଅର ହାତ ଭାଙ୍ଗି ଯାଇଛି ବୋଲି କହିଲେ । ମୋତେ ଅଶ୍ଳୀଳ ଭାଷାରେ ଗାଳି ଦେଇ ପୁଅର ଟିସି ବାହାର କରି ଦେଇଛି ତୁମ ପୁଅକୁ ନେଇ ପଳାଇ ଯାଅ ।

ବର୍ତ୍ତମାନ ମୁଁ ଚାହୁଁଛି ଯେଉଁ ଭୁଲ କରିଛନ୍ତି ଶିକ୍ଷକମାନେ ସେମାନେ ମାନନ୍ତୁ ମୋ ପିଲାକୁ ସ୍କୁଲକୁ ନିଅନ୍ତୁ ସେ ପାଠ ପଢିବ ମୋର ୩ ମାସର ଦରମା ମୋତେ ଦିଆଯାଉ । ମୋ ସ୍ଵାମୀ ନ ଥିବାରୁ ସେମାନେ ମୋର ଫାଇଦା ଉଠାଇଛନ୍ତି । ମୁଁ ବିଧବା ଥିବାରୁ ସ୍କୁଲକୁ ଯାଇଥିଲି କାମ ମାଗିବାକୁ ଆଉ ଯାହାର ପରିଣାମ ମୋତେ ଆଜି ମିଳୁଛି” ।  ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *