ଆପଣଙ୍କୁ ଆହୁରି ରୋଗୀ ବନେଇ ପାରେ ଆଣ୍ଟିବାୟୋଟିକ୍ସ ବାରମ୍ବାର ସେବନ, ରିସର୍ଚରେ ସାମ୍ନାକୁ ଆସିଲା ଏହି ବଡ କଥା

ଜର, ଥଣ୍ଡା ବା କାସ ଆଦି ସମସ୍ୟା କମ ନହେଲେ ଲୋକ ଆଣ୍ଟି ବାୟୋଟିକ ଖାଇବା ଆରମ୍ଭ କରି ଦିଅନ୍ତି । ସାମାନ୍ୟ ସଂକ୍ରମଣ ହେଲେ ୪ ଦିନରୁ ୫ ଦିନ ଭିତରେ ଆଣ୍ଟି ବାୟୋଟିକ କାମ କରିଥାଏ ଓ ରୋଗ ଭଲ ହୋଇ ଯାଏ । କିନ୍ତୁ ବାରମ୍ବାର ଏହା କରିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକେଇ ପାରେ । ବର୍ତମାନ ଅଧ୍ୟୟନ ଅନୁଯାଇ ବାରମ୍ବାର କୌଣସି ଛୋଟ ସଂକ୍ରମଣ ପାଇଁ ଆଣ୍ଟିବାୟୋଟିକ ସେବନ ଆପଣଙ୍କୁ ଆହୁରି ଅଧିକ ରୋଗୀ ବନେଇ ପାରେ ଓ ଆପଣଙ୍କୁ ହସ୍ପିଟଲ ଯିବାକୁ ପଡି ପାରେ ।

ଅଧ୍ୟୟନ ଅନୁଯାଇ ତିନି ବର୍ଷ ଭିତରେ ଥଣ୍ଡା ଜର ବା ଅନ୍ୟ ସଂକ୍ରମଣ ପାଇଁ ବ୍ୟବହାର ହଉଥିବା ଆଣ୍ଟିବାୟୋଟିକ ସେବନ ଦ୍ଵାରା କେତେ ଲୋକ ଅନ୍ୟ ସଂକ୍ରମଣ ରେ ପୀଡିତ ହୋଇ ହସ୍ପିଟଲ ରେ ଭର୍ତି ହୋଇଥିଲେ ।

ଏଆଇ ସାହାଯ୍ୟରେ ଦୂର ହୋଇ ପାରେ ନିଦ ସମସ୍ୟା :

ଆଜିକା ସମୟରେ ଲୋକ ଏତେ ବ୍ୟସ୍ତ ଅଛନ୍ତି ଯେ ନିଦ ସମସ୍ୟା ହବା ସ୍ଵଭାବିକ କଥା ହୋଇ ଯାଇଛି । ବୈଜ୍ଞାନିକମାନେ ଏହି ନିଦ ଅସୁବିଧା ପାଇଁ ଭଲରୁ ଭଲ ଔଷଧ ବାହାର କରିବା କାମ ରେ ଅଗ୍ରସର ଅଛନ୍ତି । ବର୍ତମାନ ଅଧ୍ୟୟନ ଅନୁଯାଇ ବୈଜ୍ଞାନିକ କହିଛନ୍ତି ଯେ ଆର୍ଟିଫିଶିୟଳ ଇଣ୍ଟେଲିଜେନ୍ସ (ଏଆଇ) ସାହାଜ୍ଯ ଦ୍ଵାରା ଏହି ଅସୁବିଧାକୁ ଭଲ ଭାବରେ ବୁଝିବା ଓ ଔଷଧ ତିଆରି ସମ୍ଭବ ହୋଇ ପାରିଛି ।

ବୈଜ୍ଞାନିକମାନଙ୍କ କହିବା ଅନୁଯାଇ ବିଭିନ୍ନ ପ୍ରୟୋଗଶାଳା ରେ ଓ ଅଧ୍ୟୟନ କେନ୍ଦ୍ର ରେ ନିଦ ଜଡିତ ଡାଟା ବହୁତ ମିଳି ଥାଏ, ଯଦି ଏହି ସବୁ ଡାଟାକୁ ଏଆଇ ସାହାଜ ରେ ଅସୁବିଧା ସହଜ ରେ ବୁଝି ହବ । ଏହା ସାହାଜ୍ଯ ଦ୍ଵାରା ନିଦ ଅସୁବିଧା ଭଲ ଭାବରେ ବୁଝି ହୁଏ ଏବଂ ସଠିକ ଭାବରେ ଚିକିତ୍ସା କରା ଯାଏ ଓ ପ୍ରଭାବିତ ଔଷଧ ବିକାଶ କରିବା ରାସ୍ତା ବୈଜ୍ଞାନିକମାନଙ୍କୁ ଦେଖା ଯାଉଛି ।

ତେବେ ଯଦି ଆପଣ ମଧ୍ୟ ଛୋଟ ଛୋଟ କଷ୍ଟ ପାଇଁ ଏମିତି ଅଣ୍ଟିବାୟୋଟିକର ସେବନ କରନ୍ତି ଏହା ଆପଣଙ୍କୁ ଅଧିକ ରୋଗଗ୍ରସ୍ତ କରିଦେବ । ସେଥିପାଇଁ ଯେତେ ସମ୍ଭବ ଏହାଠାରୁ ଦୂରେଇ ରୁହନ୍ତୁ । ସେତିକି କଷ୍ଟ ନ ହେଲେ ଏହାର ସେବନ କରନ୍ତୁ ନାହିଁ ବା ନିଜ ଡାକ୍ତରଙ୍କ ପରାମର୍ଶ ନେଇ ହିଁ ଏହାର ସେବନ କରନ୍ତୁ । ନିଜ ମନରୁ କୌଣସି ବି ମେଡିସିନ ସ୍ଟୋର ଯାଇ ଏହାକୁ ଆଣି ଖାଆନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *