ଶୋଇବା ଆଗରୁ କରୁଛନ୍ତି କି ଏହି ଭୁଲ? ତେବେ ଜୀବନ ସାରା ପସ୍ତେଇବାକୁ ପଡିବ…

ଦିନ ସାରା ଯେତେବେଳେ ଆମେ କାମ କରି ଥକି ଯାଇ ଥାଉ ସେତେବେଳେ ଆମ ଶରୀର ଶୋଇବା ପାଇଁ ବା ଆରାମ କରିବା ପାଇଁ ଜାଗା ଖୋଜି ଥାଏ, କିନ୍ତୁ ଖଟରେ ଶୋଇବା ପରେ ଆମେ ଅନ୍ୟ କାମରେ ବ୍ୟସ୍ତ ହେଇଥାଉ ଓ ଏମିତି କାମରେ ବ୍ୟସ୍ତ ରହିବା କାରଣ ପାଇଁ ଆମ ନିଦ ହଜି ଯାଇଥାଏ ଏବଂ ଆମକୁ ରାତି ସାରା ନିଦ ଲାଗି ନଥାଏ । ନିଦ ନ ଲାଗିବାର ବହୁତ ଗୁଡେ କାରଣ ଅଟେ କିନ୍ତୁ ଏହାର ବହୁତ କାରଣ ଆମେ ନିଜେ ହୋଇଥାଉ କେତେ ଭୁଲ ଆମ ଅଜାଣତ ରେ ହୋଇଥାଏ ଯାହା ଆମ ପାଇଁ ବହୁତ ଅସୁବିଧା କରିଥାଏ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଭୁଲ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ଜାଣିକି ବା ଅଜଣାରେ କରିଥାଉ ।

ମୋବାଇଲ ବା ଲାପଟପ ପ୍ରୟୋଗ :

ଆଜିକା ସମୟରେ ଲୋକ ଖଟ ରେ ପଡିଲେ ମୋବାଇଲ ବା ଲାପଟପ ଚଲେଇବା ଆରମ୍ଭ କରିଥାନ୍ତି। ଯାହା ଦ୍ଵାରା ଆମ ନିଦ ହଜି ଯାଇଥାଏ, ଯଦି ଆପଣ ରାତିରେ ଭଲ ନିଦରେ ଶୋଇବା ପାଇଁ ଚାହନ୍ତି ତେବେ ଏହି ସବୁ ଜିନିଷ ଠାରୁ ନିଜକୁ ଦୂରେଇ ରଖନ୍ତୁ ।

ଏକ୍ସରସାଇଜ :

ରାତିରେ ଶୋଇବା ଆଗରୁ ଯଦି ଆପଣ ଏକ୍ସରସାଇଜ କରୁଛନ୍ତି ତେବେ ଏହି ଅଭ୍ୟାସ ତୁରନ୍ତ ବଦଳିବା ପାଇଁ ଚେଷ୍ଟା କରନ୍ତୁ ଏହା ଦ୍ଵାରା ଆପଣଙ୍କ ନିଦ ଖରାପ ହୋଇଥାଏ, ଯଦି ଆପଣ ଏକ୍ସରସାଇଜ କରିବା ପାଇଁ ଚାହନ୍ତି ତେବେ ଶୋଇବା ୨-୩ ଘଣ୍ଟା ଆଗରୁ କରନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ଅଟେ ।

ଶୋଇବା ସମୟରେ ଟିଭି ଦେଖିବା :

ଏହି ଅଭ୍ୟାସ ସାମାନ୍ୟ ରୂପରେ ସମସ୍ତଙ୍କୁ ହୋଇଥାଏ ପ୍ରାୟତଃ ଲୋକଙ୍କୁ ଶୋଇବା ବେଳେ ଟିଭି ଦେଖିବାର ଖରାପ ଅଭ୍ୟାସ ଥାଏ । ଯଦି ଆପଣ ଟିଭି ଦେଖୁଛନ୍ତି ଏବଂ ଅପେକ୍ଷା କରୁଛନ୍ତି ଯେ ଆପଣଙ୍କୁ ନିଦ ଲାଗିବ ତେବେ ଏହା ଆପଣଙ୍କ ଭୁଲ ଧାରଣା ଅଟେ ଏହା ଦ୍ଵାରା ଆପଣଙ୍କୁ କେବେ ନିଦ ଲାଗିବ ନାହିଁ । ତେବେ ଶୋଇବା ଆଗରୁ ଟିଭି ବନ୍ଦ କରି ସୁଅନ୍ତୁ, ଏହା ଦ୍ଵାରା ଆପଣଙ୍କୁ ନିଦ ମଧ୍ୟ ଲାଗିବ ଏବଂ ଆପଣଙ୍କ ମନ ମଧ୍ୟ ଶୋଇଲା ବେଳେ ଶାନ୍ତ ରହିବ ।

ତେବେ ଯଦି ଆପଣ ମଧ୍ୟ ଏହି ଭୁଲ କରୁଛନ୍ତି ଆଜି ହିଁ ଏହି ସବୁ ଆଦତ ବଦଳାନ୍ତୁ, ନଚେତ ନିଦ ପୁରା ନହେଲେ ଅନେକ ରୋଗ ବାହାରିବ । ସେଥିପାଇଁ ସତର୍କ ରୁହନ୍ତୁ ଓ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆଗକୁ ଏହିଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ କଥା ଜଣାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *