ସୁନ୍ଦରତା ଓ ପ୍ରସିଦ୍ଧରେ ରେଖାଙ୍କଠୁ ବି ଅଧିକ ଆଗରେ ତାଙ୍କର ୬ ଭଉଣୀ, ଜାଣନ୍ତୁ କେଉଁଠି ଓ କଣ କରୁଛନ୍ତି ?

ପୁରୁଣା କାଳର ସୁନ୍ଦରୀ ଓ ଦିଗଜ ଅଦାକାରା ରେଖାଙ୍କ ଚର୍ଚା ଆପଣ ସମସ୍ତେ ଶୁଣିଥିବେ, କିନ୍ତୁ ତାଙ୍କ ଭଉଣୀଙ୍କା ବିଷୟରେ ଆପଣ ଶୁଣିଥିବେ । କୁହାଯାଏ ରେଖା ଓ ତାଙ୍କ ଭଉଣୀ ମାନଙ୍କ ଭିତରେ ବହୁତ ଭଲପାଇବା ରହିଛି । ଏମାନେ ସବୁ ଯୁଆଡେ ଯାଆନ୍ତି, ମେହଫିଲ ନିଜ ନାମରେ କରିନିଅନ୍ତି । ଆଜି ଆମେ କଥା ହେବା ଏହି ୬ ଭଉଣୀଙ୍କ ବିଷୟରେ ।

ଏହି ଅଭିନେତ୍ରୀଙ୍କ ଛ ଭଉଣୀମାନେ ସବୁ ନିଜ ନିଜ ଜୀବନରେ ବହୁତ ସଫଳ ଅଛନ୍ତି । ଆସନ୍ତୁ ଜାଣିବା ଏଇ ସମସ୍ତଙ୍କ ବିଷୟରେ ବିସ୍ତାର ରୂପରେ । ରଖାଙ୍କ ପିତା ଯେମିନ ଗଣେଶନ ଦକ୍ଷିଣ ଫିଲ୍ମରେ ଜଣା ଶୁଣା ଅଭିନେତା ଥିଲେ । ସେ ତାଙ୍କ ଜୀବନରେ ୩ ଟି ବିବାହ କରିଥିଲେ ।

ପ୍ରଥମ ପତ୍ନୀ ଆଲାମେଲୁ, ତାଙ୍କର ୪ ଟି ଛୁଆ ହୋଇଥିଲା । ଦିତୀୟ ପତ୍ନୀ ପୁଷ୍ପବଲ୍ଲୀ, ତାଙ୍କର ୨ ଟି ଝିଅ ହୋଇଥିଲା । ଏହା ଭିତରୁ ଗୋଟେ ରେଖା ଓ ଆଉ ଜଣେ ରାଧା । ତୃତୀୟ ପତ୍ନୀ ସବିତ୍ରୀଙ୍କଠୁ ଦୁଇଟି ଜଣେ ଝିଅ ଚାମୁଣ୍ଡେଶ୍ଵରୀ ଓ ଗୋଟେ ପୁଅ । ଏହିଭଳି ରେଖାର ଗୋଟେ ନିଜ ଭଉଣୀ ଅଛି ଓ ୫ ଟି ସାବତ ଭଉଣୀ । ପିତା ଗଣେଶନଙ୍କ ସହିତ ରେଖାର ଭଲ ସମ୍ବନ୍ଧ ନହିଁ କିନ୍ତୁ ସବୁ ଭଉଣୀଙ୍କା ମଧ୍ୟରେ ବହୁତ ଭଲପାଇବା ରହିଛି ।

ରେବତୀ ଶ୍ବାମିନାଥନ

ରେଖାଙ୍କ ସବୁଠୁ ବଡ ଭଉଣୀ ରେବତୀ ସ୍ଵାମୀନାଥାନ ଜଣେ ଡାକ୍ତର ଅଟନ୍ତି ଯିଏ ଆମେରିକାରେ ରୁହନ୍ତି । ରେବତୀ ଆମେରିକାରେ ବହୁତ ବଡ ଜଣାଶୁଣା ଡାକ୍ତର ଅଟନ୍ତି । ରେବତୀ ରେଡିଏସନ ଆକୋଲଜିଷ୍ଟ ଅଟନ୍ତି । ରେଖା ଓ ରେବତୀଙ୍କ ଭିତରେ ବହୁତ ଭଲ ସମ୍ପର୍କ ରହିଛି ।

କମଳା ସେଲବରାଜ

ଏଇବି ବଡ ଭଉଣୀ ରେବତୀଭଳି ବହୁତ ପ୍ରସିଦ୍ଧ ଡାକ୍ତର ଅଟନ୍ତି । ବର୍ତମାନ କମଳା ଚେନ୍ନାଇରେ ଗୋଟେ ବହୁତ ବଡ ହସ୍ପିଟାଲ ଚଲାଉଛନ୍ତି । ଏହି ହସ୍ପିଟାଲର ନାମ ଜିଜୀ ହସ୍ପିଟାଲ ଅଟେ । ମିଡିଆ ରିପୋର୍ଟରଙ୍କ ଅନୁସାରେ ଏହି ହସ୍ପିଟାଲ୍ସକୁ ବହୁତ ଦୂରରୁ ଲୋକମାନେ ଚିକିତ୍ସା ହେବାକୁ ଆସିଥାନ୍ତି ।

ନାରାୟଣୀ ଗଣେଶ

ରେଖାର ତୃତୀୟ ଭଉଣୀର ନାମ ନାରାୟଣୀ ଗଣେଶ ଅଟେ । ସେ ଗୋଟେ ପତ୍ରକାର ଅଟନ୍ତି ଓ ଗୋଟେ ଲିଡିଙ୍ଗ ପାତ୍ରୀକରେ କାମ କରୁଛନ୍ତି । ସେ ବହୁତ ଭଲ ପଦରେ କାର୍ଯ୍ୟରତ ଅଛନ୍ତି ।

ବିଜୟ ଚାମୁଣ୍ଡେଶ୍ଵରୀ

ତିନିଭଉଣୀ ପରେ ବିଜଯ ମଧ୍ୟ ତାଙ୍କ ଜୀବନରେ ସଫଳ ଅଟନ୍ତି । ସେ ଜଣେ ଫିଜିଓଥେରାପିଷ୍ଟ ଅଟନ୍ତି । ରେଖାର ଭଉଣୀମାନେ ବେଶୀ ମେଡିକାଲ ଫୀଲ୍ଡ ରେ କାମ କରି ସଫଳ ଅଟନ୍ତି ।

ରାଧା ଉସ୍ମାନ ସଉୟାଦ

ଏଇ ରେଖାଙ୍କ ନିଜ ଭଉଣୀ ଅଟନ୍ତି ଓ ଜଣେ ଅଭିନେତ୍ରୀ ଅଟନ୍ତି । ରାଧା ବହୁତ ସାଉଥ ଇଣ୍ଡିଆନ ଫିଲ୍ମରେ କାମ କରିଛନ୍ତି କିନ୍ତୁ ସେ ତାଙ୍କ ବଡ ଭଉଣୀ ରେଖାଙ୍କ ଭଳି ସଫଳ ନଥିଲେ । ରାଧା ମଡେଲ ଉସ୍ମାନ ସହିଦଙ୍କ ସହିତ ବହୁତ ସମୟ ପର୍ଯ୍ୟନ୍ତ ଡେଟିଙ୍ଗ କରିଥିଲେ । ଏହାପରେ ସେ ଫିଲ୍ମରେ କାମ କରିବା ଛାଡି ଦେଇଥିଲେ । ରାଧା ବର୍ତମାନ ଆମେରିକାରେ ରହୁଛନ୍ତି । ଅରମାନ ଜୈନ ବିବାହରେ ତାଙ୍କୁ ସ୍ପଟ କରଯାଇଥିଲା ।

ଜୟା ଶ୍ରୀଧର

ରେଖାର ସବୁଠୁ ସାନା ଭଉଣୀର ନାମ ଜୟା ଶ୍ରୀଧର ଅଟେ । ଜୟା ଇଣ୍ଟର ନ୍ୟୁଜ ନେଟୱର୍କରେ ହେଲଥ ଆଡଭାଇଜର ଭାବେ କାମ କରୁଛନ୍ତି । ରେଖା ଓ ଜୟା ଭିତରେ ବହୁତ ନିବିଡ ଭଲପାଇବା ରହିଛି । କିଛି ଅସୁବିଧା ହେଲେ ସେ ଜୟକୁ ବହୁତ ସାହାର୍ଯ୍ୟ କରନ୍ତି ।

Leave a Reply

Your email address will not be published. Required fields are marked *