ରୋଷେଇ ଘରେ ଚାଉଳ, ହଳଦୀ ସରିଗଲେ କେଉଁ ସଂକେତ ମିଳେ? Ajira Anuchinta

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଅନୁଚିନ୍ତା ନେଇ ଆସିଛୁ ଯାହା ଆପଣଙ୍କର ଦୈନିକ ଜୀବନରେ ବହୁତ ଉପକାରରେ ଆସିବ । ଏହି ଅନୁଚିନ୍ତା ଗୁଡିକରୁ ଆପଣ ମାନେ ବହୁତ କିଛି ଶିଖିବା ସହ ନୂଆ କଥା ଜାଣି ପାରିବେ । ଯାହା ଆପଣଙ୍କ ଘର ଓ ଜୀବନ ପାଇଁ ବହୁତ ଜରୁରୀ ଅଟେ । ଏହାର ପାଳନ କରିଲେ ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭାରି ଯିବ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

୧- ଘର ଭିତରେ କେବେ ବି ସୂର୍ଯ୍ୟାସ୍ତର ଫୋଟୋ ରଖିବା ଅନୁଚିତ । ଏହା ଦ୍ଵାରା ଘରେ ଖରାପ ଶକ୍ତିର ଅବଶ ରହିଥାଏ । ମୃତ ପରିଜନଙ୍କ ଫୋଟୋ ପୂଜା ଘରେ ରଖିଲେ ଅଶୁଭ ହୋଇଥାଏ ।

୨- ଘରେ ହିଂସ୍ର ଜନ୍ତୁଙ୍କ ଫୋଟୋ ଲଗାଇବା ଦ୍ଵାରା ଖରାପ ଶକ୍ତିର ଆଗମନ ହୋଇଥାଏ । ଘରେ ବର୍ଷା ବା ଜ୍ଵାଳାମୁଖୀ ବା କଣ୍ଟାଯୁକ୍ତ ବା ତାଜମହଲର ଥିବା ଫୋଟୋ ଲାଗାଇବା ଅଶୁଭ ହୋଇଥାଏ ।

୩- ଯଦି ବ୍ୟବସାୟରେ ଅବଗତି ହେଉଥାଏ ତେବେ କିଛି ଫିଟିକିରି କୌଣସି ଏକ ପାତ୍ରରେ ରଖିଲେ ସମସ୍ଯା ଦୂର ହୋଇଥାଏ । ଅଧିକ କରଜ କରିଥିଲେ ପାଣିରେ ଫିଟିକିରି ମିଶାଇ ଘରେ ପୋଛା ଲଗାଇଲେ ଏହା ଦୂର ହୋଇଥାଏ । ସ୍ନାନ କରିବା ସମୟରେ ପାଣିରେ ଫିଟିକିରି ମିଶାଇଲେ ଧନ ବୃଦ୍ଧି ହୋଇଥାଏ ।

୪- କୌଣସି ବିଶେଷ କାର୍ଯ୍ୟରେ ସଫଳ ପ୍ରାପ୍ତ କରିବାକୁ ଇଚ୍ଛା ଥାଏ ତେବେ ପ୍ରଭୂ ହନୁମାନଙ୍କ କାନ୍ଧରେ ଭଗବାନ ରାମ ଓ ଲଖମଣ ବସିବାର ଫୋଟୋ ରଖିଲେ ଶୁଭ ହୋଇଥାଏ । ପରିବାରରେ ବିବାଦ ହେଉଥାଏ ତେବେ ବୈଠ ଘରେ ରାମ ଦରବାରର ଫୋଟୋ ଲଗାଇଲେ ଶୁଭ ହୋଇଥାଏ ।

୫- ଘରେ ପଥର ଧରି ଉଡୁଥିବା ହନୁମାନଙ୍କ ଫୋଟୋ ଲଗାଇଲେ ଶୁଭ ହୋଇଥାଏ । ରୋଷେଇ ଘରେ ଆଇନା ଲଗାଇବା ଅନୁଚିତ କାରଣ ଏହା ଶୁଭ ହେବା ସହ ଘରେ ବିବାଦ ଲାଗିଥାଏ । ରୋଷେଇ ଘରେ ରୁଟି କରିବା ପରେ ବଳି ପଡିଥିବା ଅଟା ଚକଟା ରଖିଲେ ବିଭିନ୍ନ ସମସ୍ଯା ସୃଷ୍ଟି ହୋଇଥାଏ ।

୬- ରୋଷେଇ ଘରେ ହଳଦୀ କେବେ ସାରିବା ଅନୁଚିତ । କାରଣ ଏହା ଦ୍ଵାରା ଶୁଭ କାମରେ ବାଧା ଆସିଥାଏ । ରୋଷେଇ ଘରେ ଚାଉଳ ବା ଅଟା ବା ଲୁଣ ଅଧିକ ରଖିବା ଉଚିତ । ନଚେତ ଆର୍ଥିକ ସ୍ଥିତି ଖରାପ ହେବା ସହ ଶୁଭ କାର୍ଯ୍ୟରେ ବାଧା ଆସିଥାଏ ।

୭- ପୂଜା ଘରର ରଙ୍ଗ ହଳଦିଆ, ନାରଙ୍ଗି ହେବା ଉଚିତ । ରୋଷେଇ ଘରେ ହାଲକା ନାଲି ବା କମଳା ରଙ୍ଗ କରିଲେ ଶୁଭ ହୋଇଥାଏ । ପଢିବା ଘର ଧଳା, ହଳଦିଆ ରଙ୍ଗ କରିଲେ ମଙ୍ଗଳକାରୀ ହୋଇଥାଏ ।

୮- ଘରେ ଭୁଲରେ ବି ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ରଖିବା ଅନୁଚିତ । ଘରେ ବସିଥିବା ଗଣେଶଙ୍କ ଫୋଟୋ ରଖିଲେ କାମ ଶୁଭ ହୋଇଥାଏ । ଡାହାଣ ମୁହଁକୁ ଶୁଣ୍ଡା ରହିଥିବା ଗଣେଶଙ୍କ ମୂର୍ତ୍ତି ରହିଲେ ଶୁଭ ହୋଇଥାଏ । ଘରେ ମୂଷା ରହିଥିବା ଗଣେଶଙ୍କ ମୂର୍ତ୍ତି ବା ଫୋଟୋ ରଖିଲେ ମଙ୍ଗଳକାରୀ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *