ରୋହିତ ଶର୍ମା କହିଲେ କେଉଁ କଥା ମହେନ୍ଦ୍ର ସିଂ ଧୋନୀଙ୍କୁ ବନାଇଲା ସବୁଠାରୁ ଅଲଗା ଏବଂ ସଫଳ କ୍ୟାପଟେନ

ଲିମିଟେଡ ଓଭର ଫର୍ମାଣ୍ଟ ରେ ଭାରତର ଉପ କ୍ୟାପଟେନ ଏବଂ ଷ୍ଟାର କ୍ରିକେଟର ରୋହିତ ଶର୍ମା ପୂର୍ବରୁ କିଛି ଦିନ ହେଲା ଫର୍ମରେ ଚାଲି ଆସୁଛନ୍ତି । ରୋହିତ ଏହି ଦିନରେ ନ୍ଯୁଜଲ୍ୟାଣ୍ଡ ଗସ୍ତରେ ଅଛନ୍ତି, ଯେଉଁଠି ଭାରତ ପଞ୍ଚମ ମ୍ୟାଚରେ ଟି୨୦ ସିରିଜ ରେ ୫-୦ ରେ କ୍ଳିନସ୍ଵିପ୍ କରିଛି । ରୋହିତ ଟି୨୦ ସିରିଜର ଶେଷ ମ୍ୟାଚରେ ଆଘାତ ହୋଇ ଇନ୍ଟରନ୍ୟାଶନାଲ ଏବଂ ଟେଷ୍ଟ ସିରିଜି ରୁ ବାହାରି ଯାଇଛନ୍ତି ।

ଏହି ଗସ୍ତରେ ଆସିବା ପୂର୍ବରୁ ରୋହିତ ଏକ ସୋ ପାଇଁ ଶୁଟିଙ୍ଗ କରିଥିଲେ ,ଯାହାର ଅଧ୍ୟାୟ ୟୁଟୁବ ରେ ଆସିଛି । ଏହି ସୋ ରେ ରୋହିତ ମହେନ୍ଦ୍ର ସିଂ ଧୋନୀଙ୍କର କ୍ୟାପଟେନର ବରାବର ତାରିଫ କରିଥିଲେ ।

ଜାଣନ୍ତୁ ରୋହିତଙ୍କ ଜାଗାରେ କାହାକୁ ମିଳିଲା ୱାନଡେ ଏବଂ ଟେଷ୍ଟ ଟିମ ରେ ମୌକା

ଧୋନୀଙ୍କ ଅଧୀନରେ ଭାରତ ୨୦୦୭ ମସିହାରେ ପ୍ରଥମ ଟି୨୦ ବିଶ୍ଵକପ ଜିତିବା ପରେ ୨୦୧୧ ରେ ମୁମ୍ବାଇ ରେ ଶ୍ରୀଲଙ୍କାକୁ ଫାଇନାଲରେ ହରାଇ ୫୦ ଓଭର ର ବିଶ୍ଵ କପ ଜିତିଥିଲା । ଧୋନୀ କ୍ଯାପଟେନ ହେବା ପରେ ଭାରତ ୨୦୧୩ ମସିହା ଚାମ୍ପିୟନ ଟ୍ରଫି ଜିତିଥିଲା । ଦକ୍ଷିଣ ଆଫ୍ରିକାରେ ଟି୨୦ ବିଶ୍ଵକପ ପାଇଁ ଧୋନୀଙ୍କ ନେତୃତ୍ଵରେ ଡେବ୍ୟୁ କରିଥିବା ରୋହିତ ନିଜ ପୂର୍ବ କ୍ଯାପଟେନ ଙ୍କର ବରାବର ପ୍ରଶଂସା କାଲେ ।

ରୋହିତ ସୋରେ କାଲିଟେଲ୍ସ ରେ କହିଲେ ,ପୁରା ଭାରତକୁ ଜଣାଅଛି କି ମହେନ୍ଦ୍ର ସିଂ ଧୋନୀ ଏହି ପ୍ରକାର ଅଟନ୍ତି । ଏହି କାରଣରୁ ତାଙ୍କୁ ମଇଦାନ ଉପରେ ବହୁତ ଭଲ ନିଷ୍ପତି ନେବା ପାଇଁ ସାହାଯ୍ୟ ମିଳିଥାଏ ଏବଂ ଏବେ ଆପଣ ଦେଖୁଥିବେ କି ସେ ସବୁଠାରୁ ସଫଳ ଭାରତୀୟ କ୍ଯାପଟେନ ଅଟନ୍ତି ,ସେ ତିନି ଥର ଆଇସିସି ଟ୍ରଫି ଜିତିଛନ୍ତି ଏବଂ କେତେକ ଆଇପିଏଲ ବି ଜିତିଛନ୍ତି । ରୋହିତ କହିଛନ୍ତି ଭାରତ ଯେଉଁ କ୍ୟାପଟେନ କୁ ଦେଖିଛି ସେଥି ମଧ୍ୟରୁ ସେ ବେଷ୍ଟ ଅଟନ୍ତି ଏବଂ ଏହାର କାରଣ ହେଉଛି ସେ କଠିନ ପରିସ୍ତିତିରେ ଧର୍ଯ୍ୟ ହରାନ୍ତି ନାହିଁ । ରୋହିତ କହିଛନ୍ତି କି ଯେତବେଳେ ଧୋନୀ କ୍ଯାପଟେନ ଥିଲେ ସେ ଯୁବ ବା ଅନୁଭବ ନଥିବା ଖେଳାଳି ମାନଙ୍କର ବହୁତ ଭଲ ଭାବରେ ବ୍ୟବହାର କରୁଥିଲେ ଏବଂ ତାଙ୍କ ଦ୍ଵାରା ବେସ୍ତ ପ୍ରଦର୍ଶନ କରାଉଥିଲେ ।

ଯେତବେଳେ ନୂଆ ଖେଳାଳି ମାନେ ଆସିଥାନ୍ତି ସେ ତାଙ୍କ ସହିତ କେମିତି କାମ କରିଥାନ୍ତି ,ସେ ତାଙ୍କ ପାଖକୁ ଯାଆନ୍ତି ଏବଂ ତାଙ୍କ ବେକ ଏବଂ କାନ୍ଧ ଉପରେ ହାତ ରଖନ୍ତି ଏବଂ ତାଙ୍କ ସହ କଥା ହୁଅନ୍ତି କି କଣ କରିବା ଜରୁରୀ ଏବଂ କଣ କରିବେ ନାହିଁ । ଯେତବେଳେ ଏକ ସିନିୟର ଖେଳାଳି ଜୁନିୟର ଖେଳାଳି ଙ୍କ ସହିତ ଏହି ପ୍ରକାର ବ୍ୟବହାର କରିଥାଏ ତାହେଲେ ସେମାନଙ୍କୁ ଆତ୍ମବିଶ୍ଵାସ ମିଳିଥାଏ ଏବଂ ସେ ଟିମ ପାଇଁ ଯୋଗଦାନ ଦେବାକୁ ଚାହାଁନ୍ତି ।

Leave a Reply

Your email address will not be published. Required fields are marked *