ମହାଶିବରାତ୍ରି ୨୦୨୦: ରୁଦ୍ରାଭିଷେକ ରେ କରନ୍ତୁ ଶିବ ଆରାଧନା, ପୁରା ହେବ ସବୁ ନମସ୍କାମନା

ଶିବ ଆରାଧନା ବହୁତ ପ୍ରକାରରେ କରାଯାଇ ଥାଏ । ଏଥିମଧ୍ୟରୁ ରୁଦ୍ରାଭିଷେକ ର ବଡ ମହତ୍ଵ ଅଛି । ଏଥିରେ ମହାଦେବ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି । ରୁଦ୍ରାଭିଷେକର ଅର୍ଥ ହେଉଛି ଭଗବାନ ଶିବଙ୍କର ବୈଦିକ ମନ୍ତ୍ର ଦ୍ଵାରା ଅଭିଷେକ । କୁହାଯାଏ କି ରୁଦ୍ରାଭିଷେକ କରିବା ଦ୍ଵାରା ଭକ୍ତଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ ଏବଂ କଷ୍ଟରୁ ମୁକ୍ତି ମିଳିଥାଏ । ଏଥିରେ ରୋଗର ବି ନାସ ହୋଇଥାଏ । ରୁଦ୍ରାଭିଷେକ ଯଦି ଶ୍ରାବଣ ମାସ ,ଶିବରାତ୍ରି ,ମହାଶିବରାତ୍ରି ରେ କରାଯାଇଥାଏ ତାହେଲେ ଅଧିକ ଲାଭଦାୟୀ ହୋଇଥାଏ ।

କାହିଁକି କରାଯାଏ ଅଭିଷେକ

ଥରେ ମହାଦେବ ନନ୍ଦୀ ଉପରେ ବସି ବୁଲୁଥିଲେ । ଦେବୀ ପାର୍ବତୀ ମୃତ୍ୟୁଲୋକ ରେ ମହାଦେବ ଙ୍କର ଅଭିଷେକ ଏବଂ ପୂଜା କରି ଲୋକଙ୍କୁ ଦେଖି ଭୋଳାନାଥଙ୍କୁ ପଚାରିଲେ କି ମୃତ୍ୟୁଲୋକରେ କୈଳାସପତିଙ୍କ ପୂଜା କଣ ପାଇଁ କରାଯାଇଥାଏ । ସେତବେଳେ ଶିବ କହିଲେ ଯେଉଁ ଭକ୍ତ ଶୁକ୍ଳୟଜୁବେଦୀୟ ରୁଦ୍ରାଷ୍ଟାଧ୍ୟାୟି ରେ ଅଭିଷେକ କରିଥାଏ ତାକୁ ମୁଁ ପ୍ରସନ୍ନ ହୋଇ ଶୀଘ୍ର ମାନବାଞ୍ଛିତ ଫଳ ପ୍ରଦାନ କରିଥାଏ ।

ଜଳାଭିଷେକ

ସବୁପ୍ରକାର ଦୁଖଃରୁ ମୁକ୍ତି ପାଇବା ପାଇଁ ମହାଦେବଙ୍କର ଜଳାଭିଷେକ କରାଯାଏ । ଜଳାଭିଷେକ କରିବା ସମୟରେ ଭୋଳାନାଥଙ୍କର ଛୋଟ ସ୍ୱରୂପର ଧ୍ୟାନ କରନ୍ତୁ । ତମ୍ବା ଢାଳରେ ସିନ୍ଦୁର ଲଗାଇ ଜଳ ଭରନ୍ତୁ । ଓମ ନମଃ ଶିବାୟ ଜପ କରି ଫୁଲ ଚଢାନ୍ତୁ ଏବଂ ଜଳକୁ ଢାଳି ରୁଦ୍ରାଭିଷେକ କରନ୍ତୁ ।

ଦୁଗ୍ଧାଭିଷେକ

ଭୋଳାନାଥଙ୍କ ଆଶୀର୍ବାଦ ପାଇବା ପାଇଁ ଦୁଗ୍ଧାଭିଷେକ କରିବା ଦରକାର । ଏହାକୁ କରିବା ସମୟରେ ମହାଦେବଙ୍କର ପ୍ରକାଶମଯ ସ୍ୱରୂପର ଧ୍ୟାନ କରିବା ଦରକାର । ତମ୍ବା ପାତ୍ରରେ ସିନ୍ଦୁର ଲଗାନ୍ତୁ । ଓମ ନମଃ ଶିବାୟ ମନ୍ତ୍ର ଜପକରି ଫୁଲ ଚଢାନ୍ତୁ ଏବଂ ପତଳା ଧାରାରେ କ୍ଷୀର ଢାଳନ୍ତୁ । ଏହାପରେ ଶିବଲିଙ୍ଗ କୁ ସ୍ବଚ୍ଛ ଜଳରେ ସ୍ନାନ କରାନ୍ତୁ ।

ଫଳରସରେ ଅଭିଷେକ

ଧନ ଲାଭ ଏବଂ କର୍ଜରୁ ମୂକତି ପାଇବା ପାଇଁ ଫଳରସରେ ଅଭିଷେକ କରିବା ଦରକାର । ଏହି ସମୟରେ ଶିବଙ୍କ ନୀଳକଣ୍ଠ ସରୂପ ର ଧ୍ୟାନ କରିବା ଦରକାର । ଏହାପରେ ତମ୍ବା ଢାଳରେ ସିନ୍ଦୁର ଲଗାଇ ଓମ ନମଃ ଶିବାୟ ମନ୍ତ୍ର ଜପ କରି ଫୁଲ ଚଢାନ୍ତୁ ଏବଂ ଫଳରସର ରୁଦ୍ରାଭିଷେକ କରନ୍ତୁ । ଏହାପରେ ଶିବଲିଙ୍ଗକୁ ସ୍ବଚ୍ଛ ପାଣିରେ ସ୍ନାନ କରାନ୍ତୁ ।

ସୋରିଷ ତେଲରେ ଅଭିଷେକ

ଗ୍ରହମାନଙ୍କର ବାଧା ନିବାରଣ କରିବା ପାଇଁ ସୋରିଷ ତେଲରେ ଅଭିଷେକ କରିବା ଦରକାର । ଏହି ସମୟରେ ଶିବଙ୍କର ପ୍ରଳୟଙ୍କର ସ୍ୱରୂପ କୁ ଧ୍ୟାନ କରିବା ଦରକାର । ତମ୍ବା ଢାଳରେ ସିନ୍ଦୁର ଲଗାଇ ସେଥିରେ ସୋରିଷ ତେଲ ଭାରନ୍ତୁ ଏବଂ ଓମ ନମଃ ଶିବାୟ ମନ୍ତ୍ର ଜପକରି ଫୁଲଚଢାନ୍ତୁ ଏବଂ ତାପରେ ସୋରିଷ ତେଲର ରୁଦ୍ରାଭିଷେକ କରନ୍ତୁ ।

ଖସାରେ ଅଭିଷେକ

ଶନି ଦୋଷରୁ ଶାନ୍ତି ଏବଂ ଖରାପ ନଜରରୁ ବଞ୍ଚିବା ପାଇଁ ଖସା ଅଭିଷେକ କରିବା ଦରକାର । ଏହି ସମୟରେ ଶିବଙ୍କର ନୀଳବର୍ଣ ସ୍ୱରୂପର ଧ୍ୟାନ କରିବା ଦରକାର । ଓମ ନମଃ ଶିବାୟ ଜପକାରି ଫୁଲ ଚଢାନ୍ତୁ ଏବଂ ଖସାର ଧାରା କରି ରୁଦ୍ରାଭିଷେକ କରନ୍ତୁ । ଏହାପରେ ସ୍ବଚ୍ଛଜଳରେ ସ୍ନାନ କରାନ୍ତୁ ।

Leave a Reply

Your email address will not be published. Required fields are marked *