ବ୍ଲଡ଼ ପ୍ରେସର କଣ୍ଟ୍ରୋଲ ହିଁ ନୁହେଁ ସୁନ୍ଦରତା ବି ବଢାଇ ଥାଏ ତମ୍ବା ବ୍ରେସଲେଟ, ଜାଣନ୍ତୁ ସ୍ୱାସ୍ଥ୍ୟ ସହିତ ଯୋଡି ହୋଇଥିବା କିଛି ଗଜବ ଫାଇଦା

ତମ୍ବା ରେ ତିଆରି ହୋଇଥିବା ଆଭୁଷଣକୁ ଆଜି ଲ୍ୟାଟେଷ୍ଟ ଫେସନ ର ଅଂଶ କୁହାଯାଇଛି କିନ୍ତୁ ତମ୍ବା କେବେଳ ଫେସନ ହିଁ ନୁହେଁ ଚିକିତ୍ସ୍ୟ ଗୁଣରେ ବି ଭରପୁର ଅଟେ । କଥା ତମ୍ବା ପାତ୍ରରେ ପାଣି ରଖି ପିଇବା ହେଉ କି ବ୍ଲଡ଼ ପ୍ରେସର କଣ୍ଟ୍ରୋଲ କରିବା ପାଇଁ ତମ୍ବାର ମୁଦି ବା ବ୍ରେସଲେଟ ପିନ୍ଧିବାର ,ଏଥିରେ ଥିବା ଏନ୍ଟି ବ୍ୟାକ୍ଟିରିୟଲ ଏବଂ ଏନ୍ଟି ମାଇକ୍ରୋ ବ୍ୟାକଟ୍ରିୟଲ ପ୍ରପୋଟି ଶରୀରକୁ ବହୁତ ରୋଗ ସହିତ ଲଢିବାରେ ସାହାଯ୍ୟ କରିଥାଏ ।

ଆସନ୍ତୁ ଜାଣିବା ଶରୀରରେ ତମ୍ବା ପିନ୍ଧିବା ଦ୍ଵାରା ଶରୀରକୁ ହୋଇଥାଏ କେଉଁ ଗଜବ ଫାଇଦା ।

ଆଇରନର କମି ଦୂର କରିଥାଏ

ତମ୍ବା ଉପରେ ହୋଇଥିବା ଏକ ଗବେଷଣା ଅନୁସାରେ ତମ୍ବା ବ୍ରେସଲେଟ ତିଆରି କରିବା ସମୟରେ ସେଥିରେ ଜିଙ୍କ ଏବଂ ଆଇରନ ପରି ମାଇକ୍ରୋ ମିନେରାଲ୍ସ ର ବ୍ୟବହାର କରାଯାଇ ଥାଏ । ତମ୍ବା ବ୍ରେସଲେଟ ପିନ୍ଧିବା ଦ୍ଵାରା ସେଥିରେ ଥିବା ମାଇକ୍ରୋ ମିନେରାଲ୍ସ ଝାଳ ସହିତ ମିଶି ଶରୀର ଭିତରକୁ ଯାଇଥାଏ । ଯଦି କୌଣସି ବ୍ୟକ୍ତିର ଆଇରନ ର କମିଥାଏ ତାହେଲେ ସେ ତମ୍ବା ବ୍ରେସଲେଟ ପିନ୍ଧିବା ନିହାତି ଦରକାର ।

ଗଣ୍ଠି ରୋଗ ଥିବା ବ୍ୟକ୍ତି ନିହାତି ପିନ୍ଧନ୍ତୁ ତମ୍ବାର କଢା

ତମ୍ବାରେ ଏନ୍ଟି ଇଫ୍ଲେମେଟରି ଗୁଣ ଥାଏ ତେଣୁ କୁହାଯାଇଥାଏ କି ଏଥିରେ ତିଆରି ହୋଇଥିବା ଜିନିଷ କୁ ପିନ୍ଧିଲେ ବ୍ୟକ୍ତିର ଗଣ୍ଠିରେ ହେଉଥିବା କଷ୍ଟରୁ ତାଙ୍କୁ ଆରାମ ମିଳିଥାଏ । ଗଣ୍ଠି ରୋଗ ଥିବା ବ୍ୟକ୍ତି ନିହାତି ପିନ୍ଧାନ୍ତୁ ତମ୍ବାର କଢା ।

ବ୍ଲଡ଼ ପ୍ରେସର ରଖେ କଣ୍ଟ୍ରୋଲ

ତମ୍ବାର ମୁଦି ବା ବ୍ରେସଲେଟ ପିନ୍ଧିବା ଦ୍ଵାରା ରକ୍ତଚାପ କୁ ନିୟତ୍ରିତ କରିବାରେ ସାହାଯ୍ୟ ମିଳିଥାଏ ।

ତ୍ଵଚାରେ ଚମକ ଆଣିଥାଏ

ତମ୍ବାରେ ଥିବା ଏନ୍ଟି ଆକ୍ସିଡେଟ ଗୁଣ ରେଡିକାଲ୍ସ କୁ ଶରୀର ଭିତରେ ମଇଳା ପସିବାକୁ ରୋକିବାରେ ସାହାଯ୍ୟ କରିଥାଏ । ଯେଉଁ କାରଣରୁ ତ୍ଵଚା ସୁସ୍ଥ ରହିଥାଏ ଏବଂ ବ୍ୟକ୍ତି ତ୍ଵଚା ସହିତ ଯୋଡି ହୋଇଥିବା ଅନ୍ୟ ରୋଗରୁ ବି ଦୂରରେ ରହିଥାଏ । ତମ୍ବା ରେ ତିଆରି ଜିନିଷ ପିନ୍ଧିବା ଦ୍ଵାରା ବଢୁଥିବା ବୟସର ପ୍ରଭାବ କମ ହୋଇଥାଏ ।

ଦୂର ହୋଇଥାଏ ପେଟ ସହ ଯୋଡି ହୋଇଥିବା ରୋଗ

ଯେଉଁ ଲୋକ ଏସିଡିଟି ପାଇଁ ଚିନ୍ତାରେ ରୁହନ୍ତି ତାଙ୍କୁ ତମ୍ବାର ବ୍ରେସଲେଟ ନିହାତି ପିନ୍ଧିବା ଦରକାର । ଏମିତି କରିବା ଦ୍ଵାରା ଏସିଡିଟି ରୁ ମୁକ୍ତି ମିଳିଥାଏ ।

Leave a Reply

Your email address will not be published. Required fields are marked *