୨୦ ରୁ ୨୫ ଫେବୃୟାରୀ ପର୍ଯ୍ୟନ୍ତ ଦେଶର କେତେକ ରାଜ୍ୟରେ ପ୍ରବଳ ବର୍ଷାର ଆଶଙ୍କା, ଏଠାରେ ଦେଖନ୍ତୁ ଓଡିଶା ଉପରେ କଣ ରହିବ ପ୍ରଭାବ

ଦେଶରେ କେତେକ ରାଜ୍ୟରେ ମୌଷମ ବିଗିଡିବାକୁ ଯାଉଛି । ଏହା ଅଦିନିଆ ବର୍ଷା ଆସୁବିଧାର କାରଣ ହେଇପାରେ । ମୌସମ ବିଶେଷଜ୍ଞ କହିଛନ୍ତି କି ୨୦ରୁ୨୫ଫେବୃୟାରୀ ପର୍ଯ୍ୟନ୍ତ ପ୍ରତିଦିନ କୋଉଠି ନା କୋଉଠି ବର୍ଷା ହୋଇପାରେ । ୨୦,୨୧,୨୨,୨୩,୨୪,ଏବଂ୨୫ ଫେବୃୟାରୀ ପର୍ଯ୍ୟନ୍ତ କୋଉଠି ଅଧିକ ତୋଫାନ ହେବ ,କେଉଁଠି ଅଧିକ ବର୍ଷା ହେବ କେଉଁଠି ବିଜୁଳି ମାରିବ ତ ଆଉ କେଉଁଠି ହାଲକା ବର୍ଷା ହେବ ।

ଆସନ୍ତୁ ଜାଣିବା ଆଗାମୀ ୫ଦିନରେ ଦେଶରେ ମୌସମର ହାବଭାବ କେମିତି ରହିବ ।

– ୨୦ଫେବୃୟାରୀ ରାତି ପର୍ଯ୍ୟନ୍ତ ଦିଲ୍ଲୀରେ ବର୍ଷା ହେଇପାରେ । ମୁମ୍ବାଇରେ ଖରା ରହିବ । ଏହାଭିତରେ ହାଇଦ୍ରାବାଦ ,ବ୍ୟାଙ୍ଗଲୋର ,ଚେନ୍ନାଇ ରେ ବାଦଲ ଛାଇ ରହିବ ।

– ଅନୁମାନ କରାଯାଇଛି କି ଆଗାମୀ ୨୪ଘଣ୍ଟା ପାଇଁ ଜାମୁକାଶ୍ମୀର ,ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡ ର କିଛି ଭାଗରେ ବରଫ ବର୍ଷା ହୋଇପାରେ । ଏହା ସହିତ ଆସାମ ଏବଂ ଉତ୍ତରାଞ୍ଚଳ ପ୍ରଦେଶର କେତେକ ସ୍ଥାନରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ଅଛି ।

– ୨୧ଫେବୃୟାରୀ ରେ କାନପୁର ,ଗୋରଖପୁର ,ବାରାନାସି ,ମୁରାଦାବାଦ ରେ ବର୍ଷାର ସମ୍ଭାବନା ଅଛି ।

– ୨୧ଫେବୃୟାରୀ ସନ୍ଧ୍ୟା ପର୍ଯ୍ୟନ୍ତ ଅନୁମାନ କରାଯାଇଛି ଦକ୍ଷଣ ଏବଂ ତଟିୟ ତାମିଲନାଡୁରେ ଘଡଘଡି ସହିତ ବର୍ଷା ହେଇପାରେ । କେରଳ ,ଆନ୍ଦ୍ରପ୍ରଦେଶ ଏବଂ କର୍ଣ୍ଣାଟକର ମୌସମ ଶୁଖିଲା ରହିବ ।

– ପୂର୍ବ ମଧ୍ୟପ୍ରଦେଶ ଏବଂ ଝାଡଖଣ୍ଡରେ ୨୨ଫେବୃୟାରୀ ଠାରୁ କେତେକ ସ୍ଥାନରେ ବର୍ଷା ଆରମ୍ଭ ହେବ ଏହା ୨୫ଫେବୃୟାରୀ ପର୍ଯ୍ୟନ୍ତ ଜାରି ରହିବ ।

– ମଧ୍ୟପ୍ରଦେଶ ରେ ସତନା ,ରିବା,ସିଧି ଏବଂ ଛତିଶଗଡ ରେ ରାୟପୁର ,ରାୟଗଡ ଏବଂ ଦୁର୍ଗରେ ବର୍ଷାର ସମ୍ଭାବନା ଅଛି କିନ୍ତୁ ପଶ୍ଚିମ ମଧ୍ୟପ୍ରଦେଶର ମୌସମ ସଫା ରହିବ ।

– ୨୦ଏବଂ ୨୧ଫେବୃୟାରୀ କୁ ହରିୟାନାର କିଛି ଜାଗାରେ ଘଡଘଡି ସହିତ ବର୍ଷା ହେଇପାରେ ।

– ପଞ୍ଜାବରେ ଜୋର ବର୍ଷା ହେବାର ଦେଖିବାକୁ ମିଳିବ । ବିହାରରେ ଘଡଘଡି ସହିତ ବର୍ଷା ହେବ ।

– ୧୯ଫେବୃୟାରୀ ରାତିରୁ ୨୦ଫେବୃୟାରୀ ସକାଳ ପର୍ଯ୍ୟନ୍ତ ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡ ର ପାହାଡିଆ ଜାଗାରେ ବରଫ ସହିତ ବର୍ଷା ହୋଇପାରେ ।

– ଉତ୍ତରପ୍ରଦେଶ ଏବଂ ବିହାରରେ ୨୨ଫେବୃୟାରୀ ରୁ ବର୍ଷାର ଗତିବିଧି ଆରମ୍ଭ ହେବ ।

– ୨୦ଫେବୃୟାରୀ ରେ ପଶ୍ଚିମ ହିମାଳୟ ରେ ଏକ ନୂଆ ଓଏଦର ସିଷ୍ଟମ ପ୍ରଭାବିତ କରିବ । ଏହାର ପ୍ରଭାବ ଅଧିକ ଦେଖାଯିବ । ଏହି ସିଷ୍ଟମ କାରଣରୁ ପଞ୍ଜାବ ଏବଂ ହରିୟାଣା ର ଉତ୍ତର ଜିଲ୍ଲାରେ ୨୦ରୁ୨୧ଫେବୃୟାରୀ ପର୍ଯ୍ୟନ୍ତ ଅତ୍ୟଧିକ ବର୍ଷା ହେବ ।

Leave a Reply

Your email address will not be published. Required fields are marked *