ଘରେ ଅଭିନନ୍ଦନର କାର୍ଯ୍ୟକ୍ରମ ଚାଲିଥିଲା ,ଖୁସିର ମାହୋଲ ଥିଲା ,ସାହାନାଇ ବାଜୁଥିଲା,ଏବଂ ସାତ ଫେରାର ପ୍ରସ୍ତୁତି ହେଉଥିଲା । ଖୁସିର ମାହୋଲ ହେବାତ ସ୍ଵାଭାବିକ ଦୁଇ ଭଉଣୀଙ୍କ ବିବାହ ତ ଏକା ସାଙ୍ଗରେ ହେବାକୁ ଥିଲା ,କିନ୍ତୁ ସେତବେଳେ ହଠାତ କିଛି ଏମିତି ହେଲା ସାରା ଖୁସି ଦୁଖଃରେ ପରିଣତ ହୋଇଗଲା । ସେଠାରେ ନାଚୁ ଥିବା ଏବଂ ଗାଉଥିବା ଲୋକ ହଠାତ ରହିଗଲେ ,ସେହି ମାହୋଲକୁ ଦେଖିବା ପରେ କେହି କିଛି ବୁଝି ପାରୁନଥିଲେ ଏହା କଣ ହେଉଛି ବୋଲି ? କେହି କିଛି ବି ବୁଝି ପାରୁନଥିଲେ ।
ଘଟଣା ଖେରହା ଥାନାର ଜବାରି ଗାଁର । ଯେଉଁଠାରେ ବରଯାତ୍ରୀ ପହଞ୍ଚିବା କ୍ଷଣି ବରର ରକ୍ତବାନ୍ତି ଆରମ୍ଭ ହୋଇଗଲା ଏବଂ ଅବସ୍ଥା ଖରାପ ହୋଇଗଲା ।
ହସ୍ପିଟାଲ ନେବା ପରେ ଡାକ୍ତର ମୃତ ଘୋଷିତ କରିଦେଲେ । ପୋଲିସଙ୍କ କହିବା ଅନୁସାରେ ବୁଢାର ପକରିୟା ଗାଁର ନିବାସୀ ଶୋଭନାଥ ର ବିବାହ ଖେରହା ଜବାରି ନିବାସୀ ମାୟାରାମଙ୍କର ଝିଅ ରାଧା ସହିତ ୨୪ଜାନୁୟାରୀ ରେ ହେବାର ଥିଲା । ବାରାତ ପହଞ୍ଚିବା କ୍ଷଣି ସ୍ଵାଗତ ଏବଂ ଖୁସି ମନାଯାଉଥିଲା ସେଠାରେ ହଠାତ ବରର ଅବସ୍ଥା ଖରାପ ହୋଇଗଲା । ତାଙ୍କୁ ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କଲେ । ବୁଧବାର ପର୍ଯ୍ୟନ୍ତ ମୃତ୍ୟୁର କାରଣ ପୋଲିସ ଖୋଜି ପାରିନଥିଲା । ପୋଲିସ ପୋଷ୍ଟମର୍ଟମ କରି ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦେଲେ ।
ଦୁଖଃଦପୂର୍ଣ ମାହୋଲରେ ଦ୍ଵିତୀୟ ଝିଅର ବିବାହ
ପୋଲିସଙ୍କ ଅନୁସାରେ ଖେରହା ନିବାସୀ ମାୟାରାମଙ୍କର ଦୁଇ ଝିଅଙ୍କ ବିବାହ ଗୋଟିଏ ଦିନରେ ଥିଲା । ଶୋଭନାଥଙ୍କ ମୃତ୍ୟୁ ପରେ ପୁରା ଗାଁରେ ଦୁଖଃର ମାହୋଲ ହୋଇଗଲା । ଘଟଣା ବିଷୟରେ ଶୁଣିଥିବା ସମସ୍ତ ଲୋକ ସ୍ତବ୍ଦ ଥିଲେ । ସମସ୍ତଙ୍କ ଆଖିରୁ ଲୁହର ଧାର ବୋହୁଥିଲା । ଘଟଣା ଦିନ ବି ଦ୍ଵିତୀୟ ଝିଅର ବିବାହ ହେବାର ଥିଲା କିନ୍ତୁ ଘୁଞ୍ଚାଇ ଦିଆଯାଇଥିଲା । ତାପର ଦିନ ଦୁଖଃଦ ମାହୋଲରେ ଦ୍ଵିତୀୟ ଝିଅର ବିବାହ କରାଗଲା ।