ଏହି ଉପାୟରେ କରିପାରିବେ ନରମ ତ୍ୱଚା, ନିଜକୁ ନିଜେ ସୁସ୍ଥ ରଖିବା ପାଇଁ ଜରୁରୀ ଅଟେ କି ନିଜ ତ୍ୱଚାକୁ ସବୁବେଳେ ସୁସ୍ଥ ରଖିବା । ପାଗ ପରିବର୍ତ୍ତନ ସହିତ ତ୍ୱଚାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖଦେଇଥାଏ । ଯାହାକୁ ନେଇ ସବୁବେଳେ ଲୋକ ଚିନ୍ତାରେ ପଡ଼ିଥାଆନ୍ତି । ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ ଓ ଅନେକ ଉପାୟ ମଧ୍ୟ ପ୍ରୟୋଗ କରନ୍ତି ହେଲେ କିଛି ଲାଭ ମିଳେନାହିଁ । ତ୍ୱଚାର ସବୁଠୁ ବଡ଼ ସମସ୍ୟା ହେଉଛି ତ୍ୱଚା କୁ କୁଣ୍ଡେଇବା ଦ୍ଵାରା ହେଉଥିବା ଦାଗ । ତ୍ୱଚା ଉପରେ ଦାଗ ପଡ଼ିବା ସାଧାରଣ ସମସ୍ୟା ।
କଣ ଆପଣବି ଏ ସମସ୍ୟାରେ ପଡିଛନ୍ତି କି? ହେଲେ ଆପଣ ଏକା ନୁହେଁ ବରଂ କେତେକ ଲୋକ ଏମିତିକା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଅଧିକାଂଶ ଏମିତି ହୋଇଥାଏ କି ଆପଣ ବାରମ୍ବାର ନିଜ ତ୍ୱଚାକୁ ଘସନ୍ତି ବା କୁଣ୍ଡାନ୍ତି ତ ଯାହା ଫଳରେ ଶରୀରରେ ଦାଗ ପଡିଯାଏ ଏ ପରିସ୍ଥିତି ସେବେ ସୃଷ୍ଟି ହୁଏ ଯେବେ ଥଣ୍ଡା ପାଗ ସରି ଗରମ ପାଗ ଆରମ୍ଭ ହୁଏ ।
ଏ ମୌସମ ବଦଳିବା ସହିତ ବହୁଥିବା ପବନ ଆମ ତ୍ୱଚାକୁ ବହୁତ୍ କ୍ଷତି ପହଞ୍ଚାଇଥାଏ । ଯାହା ପାଇଁ ତ୍ୱଚାରେ ଖୁଜୁଲି ହୋଇଥାଏ ଓ ଟିକେ କୁଣ୍ଡେଇବା ପରେ ଶାନ୍ତି ମିଳିଥାଏ । କିନ୍ତୁ ଏଥିରୁ ମୁକ୍ତି ପାଇବା ପାଇଁ ସହଜ ଉପାୟ ଆସନ୍ତୁ ଜାଣିବା । ତ୍ୱଚା ରୁଖା ସୁଖା ହୋଇଥିବା କାରଣରୁ ଏମିତି ସମସ୍ୟା ଦେଖାଦେଇଥାଏ । ଏହାର ଦ୍ଵିତୀୟ କାରଣ ହେଉଛି ଶରୀରରେ ହର୍ମୋନ ବଦଳିବା ବା ପ୍ରେଗେନ୍ସି ପରେ ମହିଳାଙ୍କ ତ୍ୱଚା ସମ୍ବନ୍ଧିତ ସମସ୍ୟା ଦେଖା ଦେଇଥାଏ ।
ତ୍ୱଚା ରୁ ଦାଗ କେମିତି କରିବେ ଦୂର-
ଏହା ଗୋଡ଼, ହାତ, କାନ୍ଧ ଓ ଅଣ୍ଟାରେ ରେ ହୋଇଥାଏ । ଏହି ଯାଗାରେ ଠିକ ମାତ୍ରାରେ ମଶ୍ଚରାଇଜର ପହଞ୍ଚିବା ଅସଫଳ ହେବା କାରଣରୁ ମଧ୍ୟ ଏହା ହୋଇଥାଏ । ଏଥିପାଇଁ ଜରୁରୀ ଅଟେ କି ନିଜ ତ୍ୱଚାର ସମ୍ପୂର୍ଣ୍ଣ ଯତ୍ନ ନେବା ସହ ସେଇ ସ୍ଥାନକୁ ନମୀ ଯେମିତି ପହଞ୍ଚି ପାରିବ ଚେଷ୍ଟା କରନ୍ତୁ ।
ଏଥିରୁ ବଞ୍ଚିବା ପାଇଁ କରନ୍ତୁ ଏହି ଉପାୟ-
ଅଧିକ ମାତ୍ରାରେ ପାଣି ପିଅନ୍ତୁ । ଆଲକୋହଲ ପର୍ଫୁମ ବ୍ୟବହାର କରନ୍ତୁ ନାହିଁ । ଟାଇଟ କପଡା ପିନ୍ଧନ୍ତୁ ନାହିଁ । ଯେକୌଣସି ସ୍କିନ ପ୍ରଡକ୍ଟ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଗାଧେଇବା ପାଇଁ ବେଶୀ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ ।ମଶ୍ଚରାଇଜରଯୁକ୍ତ ସାବୁନ ବ୍ୟବହାର କରନ୍ତୁ ।
ଅନ୍ୟ ଉପାୟଏଲଭେରା ଜେଲ ଲଗାନ୍ତୁ-
ଏଥିରେ ଆଣ୍ଟିଏମ୍ପ୍ଲିମେନ୍ଟ ଗୁଣ ରହିଛି, ଏଥିରେ ହେବା ସୁଜନ କୁ କମ୍ କରି ଥଣ୍ଡା ପହଞ୍ଚାଇ ଥାଏ । ଏହା ସହିତ ତ୍ୱଚା ଖୁଜୁଲି ମଧ୍ୟ ଦୂର ହୋଇଥାଏ । ଏହାକୁ ସିଧା ଦାଗ ଉପରେ ମଧ୍ୟ ଲଗାଇ ପାରିବେ । ଏହା ତ୍ୱଚା ପାଇଁ ବହୁତ୍ ଲାଭକାରୀ ହୋଇଥାଏ । ଏହା ସ୍କିନ୍ କୁ ମଶ୍ଚରାଇଜର କରିବା ସହିତ ରୁକ୍ଷାପଣ ଦୂର କରିଥାଏ ।
ମହୁ ଓ ଲେମ୍ବୁ-
ଏହାର ଏଣ୍ଟିବ୍ୟାକ୍ଟେରିଆଲ ଓ ଏଣ୍ଟିସେପ୍ଟିକ ଗୁଣ ତ୍ୱଚା ସମସ୍ୟାକୁ ଠିକ କରିଥାଏ । ଏଥିପାଇଁ ମହୁ ଓ ଲେମ୍ବୁ ସିଧାସଳଖ ତ୍ୱଚା ରେ ଲଗାଇ ପାରିବେ ନଚେତ୍ ଏଥିରେ ତିଆରି ସ୍କ୍ରବ୍ କୁ ମଧ୍ୟ ବ୍ୟବହାର କରିପାରିବେ ।