ଋଷ ସୈନ୍ୟଙ୍କୁ ୟୁକ୍ରେନ ଚାଷୀଙ୍କ ଜବାବ, ଟ୍ରାକ୍ଟର ଲଗାଇ ଟାଣିନେଲେ ଟ୍ୟାଙ୍କ… Video ହେଉଛି ଭାଇରାଲ

ବନ୍ଧୁଗଣ ସୂଚନା ଅନୁସାରେ ରୁଷିୟାର ଟ୍ୟାଙ୍କର କୁ ଟାଣି ନେଇଗଲା ୟୁକ୍ରେନ ଟ୍ରାକ୍ଟର । ଆଉ ଟ୍ୟାଙ୍କରକୁ ଅଟକାଇବା ପାଇଁ ଟ୍ୟାଙ୍କର ପଛରେ ଦୌଡୁଛନ୍ତି ରୁଷିୟା ସୈନ୍ୟ । କିନ୍ତୁ ୟୁକ୍ରେନ ବାସୀ କିଛି ବୁ ଶୁଣୁ ନାହାନ୍ତି । ୟୁକ୍ରେନ ଟ୍ରାକ୍ଟର ରେ ରୁଷିୟା ଟ୍ୟାଙ୍କରକୁ ଟାଣି ନେଇ ପଳାଉଛନ୍ତି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜାହକୁ ଦେଖି ୟୁଜର୍ସ ମାନେ ସ୍ମାଇଲ ଚିହ୍ନ ଦେଉଛନ୍ତି ।

ବର୍ତ୍ତମାନ ସମୟରେ ରୁଷିୟା ର ଅନେକ ସୈନ୍ୟ ଏବେ ୟୁକ୍ରେନ ସୀମାରେ ପ୍ରବେଶ କରି ସାରିଛନ୍ତି । ଏମିତିକି ରାଜଧାନୀ କିପ୍ତ ରେ ମଧ୍ୟ ପ୍ରେବ୍ସ କରିବା ସହ କିପ୍ତ ଅକ୍ତିଆର କରିବାକୁ ଚେଷ୍ଟା କରୁଛନ୍ତି ରୁଷିୟା ସୈନ୍ୟ । ସକାଳୁ ଆରମ୍ଭ କରି ରାତି ଯାଏଁ ରୁଷିୟା ଆକାଶରେ ଚାଲିଛି ବୋମା ମାଡ । ଘରୁ ବାହାରିବା ମାତ୍ରେ ବୁଲୁଛି ମୃତ୍ୟୁର ଦୁତ । କିନ୍ତୁ ଏ ସବୁ ସତ୍ଵ ଭୟ କରୁ ନାହାନ୍ତି ୟୁକ୍ରେନ ବାସୀ ବରଂ ସତସାହସ କରି ରୁଷିୟା ସହ ଲଢେଇ ଜାରି ରଖିଛନ୍ତି ।

ଲଢେଇ କରିବା ସମୟରେ କିପରି ଶତ୍ରୁର ଟ୍ୟାଙ୍କର ନେଇ ଯାଉଛନ୍ତି ୟୁକ୍ରେନ ବାସୀ ତାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ୟୁକ୍ରେନ ରେ ଅଷ୍ଟ୍ରିୟାରେ ରାଜଦୂତ ଆଲେକଜାଣ୍ଡର ସେରବା ଏହି ଭିଡିଓ କୁ ନିଜ ଟ୍ବିଟର ପେଜରେ ସେୟାର କରିଛନ୍ତି । ଏଥିରେ ୟୁକ୍ରେନ ର ଜଣେ ଚାଷୀ ରୁଷିୟା ର ଏକ ଟ୍ୟାଙ୍କରକୁ ଚୋରୀ କରି ନେଉଥିବାର ଦୃଶ୍ୟ ଦେଖା ଯାଉଛି ।

ଭିଡିଓ ରେ ୟୁକ୍ରେନ ଚାଷୀ ରାସ୍ତାରେ ରୁଷିୟାର ଟ୍ୟାଙ୍କର କୁ ଟ୍ରାକ୍ଟର ରେ ଟାଣି ନେବାର ଦୃଶ୍ୟ ହେଉଛି । ଜଣେ ବ୍ୟକ୍ତି ଟ୍ରାକତ୍ର ପଛରେ ଦୋଡିବାର ମଧ୍ୟ ଦେଖିବାକୁ ମିଳୁଛି ଏହି ଭିଡିଓ ରେ । ଭିଡିଓ ରେ କ୍ୟାପ୍ସନ ରେ ଲେଖା ଯାଇଛି ଯେ ଯଦି ଏହା ସତ ତେବେ ଏହା ପ୍ରଥମ ଟ୍ୟାଙ୍କ ଯାହାକୁ ଜଣେ ଚାଷୀ ଚୋରୀ କରି ନେଇଛନ୍ତି ।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ୟୁଜର୍ସ ଏହାକୁ ରିଫିଲ କରିବାରେ ଲାଗିଛନ୍ତି । ତେବେ ୟୁକ୍ରେନ ବାସୀଙ୍କ ଏଭଳି କାମ ପାଇଁ ସାରା ବିଶ୍ଵ ରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏହି ଭିଡିଓ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ଏକ ମୋବାଇଲକୁ ଘୁରି ବୁଲୁଛି ।

ବନ୍ଧୁଗଣ ଆପଣ ମାନଙ୍କର ୟୁକ୍ରେନ ବାସୀଙ୍କ ଏହି କାମ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *