ଋଷ ସୈନିକଙ୍କ ନିଜ ମା’କୁ ଶେଷ ଚିଠି, ଯାହା ଲେଖିଛନ୍ତି ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ବନ୍ଧୁଗଣ ରୁଷିୟା ର ଜେଣ ସୈନ୍ୟଙ୍କର ଚିଠି ସାମନାକୁ ଆସିଛି ଯିଏ କି ୟୁକ୍ରେନ ରେ ଲଢେଇ କରୁଛନ୍ତି । ଆଉ ସେଠାରେ ପରିସ୍ଥିତିକୁ ଦେଖି ମାଙ୍କୁ ଚିଠି ଲେଖିଛନ୍ତି ପୁରା ଘଟଣା କଣ ରହିଛି । ଆଉ ଦୁଖର କଥା ହେଉଛି ଏହି ଚିଠି ଲେଖିବା ପରେ ତାଙ୍କର ପ୍ରାଣ ମଧ୍ୟ ଚାଲି ଯାଇଛି । ସୈନ୍ୟ ଜଣକ ଚିଠିରେ ଲେଖିଛନ୍ତି ଯେ ମାଆ ମୁଁ ଏବେ ୟୁକ୍ରେନରେ, ଏଠାରେ ଘମାଘଟ ଯୁଦ୍ଧ ଚାଲିଛି । ମୋତେ ଭାରି ଭୟ ଲାଗୁଛି, ପ୍ରତି ଘଣ୍ଟାରେ ୟୁକ୍ରେନ ସୈନ୍ୟ ଓ ଲୋକଙ୍କ ଉପରେ ଆମେ ବୋମା ମାଡ କରୁଛୁ, ବୋମାର ଟାର୍ଗେଟରେ ଅନେକ ଲୋକଙ୍କର ପ୍ରାଣ ହାନି ହେଲାଣି, ଆମକୁ ଭାରି କଷ୍ଟ ଲାଗୁଥିଲେ ମଧ୍ୟ ଉପାୟଶୂନ୍ୟ ।

କଣ କରିବି କେମିତି କରିବି କିଛି ମୁଣ୍ଡରେ ପଶୁନି, ଯୁଆଡେ ଦେଖୁଛି ଆଖି ଆଗରେ ଖାଲି ବୋମା ଫୁଟୁଛି । ରୁଷିୟା ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏଭଳି ହୃଦୟ ବିଦାରକ ଦୂଷ୍ୟ ସାମନାକୁ ଆସିଛି । ଗୋଟିଏ ପକ୍ଷରେ ୟୁକ୍ରେନ ଯୁଦ୍ଧ ଲଢିବାକୁ ପ୍ରସ୍ତୁତ ଥିବା ବେଳେ କାହାର ପ୍ରତିପକ୍ଷ କରୁ ନାହାନ୍ତି । ବାରମ୍ବାର ଆଲୋଚନା ପରେ ମଧ୍ୟ କୌଣସି ଫଳ ମିଳୁ ନାହି ।

ନିଜ ଜିଦରେ ଅଟଳ ରହିଥିବା ପୁଟିନ ଓ ଜେଲେନସ୍କି ମଧ୍ୟ ମୁଣ୍ଡ ନୂଆଉଁ ନାହାନ୍ତି । କିନ୍ତୁ ରୁଷିୟା ର ଆକ୍ରମଣ କେତେ କଠୋର ତାହା ଏହି ସୈନ୍ୟ ଙ୍କ ମ୍ଯାସେଜ ରୁ ସ୍ପଷ୍ଟ ଜଣା ପଡୁଛି । ବର୍ତ୍ତମାନ ୟୁକ୍ରେନ ଆକାଶ ରେ ଘୁରି ବୁଲୁଛି ରୁଷିୟା ର ଯମଦୂତ । ଆଉ କେତେବେଳେ କାହାର ପ୍ରାଣ ଚାଲିଯିବ ତାହା କେହି କହି ପାରିବେ ନାହି ।

ୟୁକ୍ରେନ ଓ ରୁଷିୟା ଯୁଦ୍ଧ ଉପରେ ମିଳିତ ଜାତିସଂଘ ସାଧାରଣ ସଭାରେ ଏକ ଜରୁରୀ ଅଧିବେଶନରେ ୟୁକ୍ରେନ ର ରାଷ୍ଟ୍ରଦୂର ରୁଷିୟା ର ସୈନ୍ୟ ଙ୍କ ତାଙ୍କ ମାଙ୍କ ନିକଟକୁ ପଠାଇଥିବା ଶେଷ ମ୍ଯାସେଜ ପଢୀଥିଲେ ।

ମ୍ଯାସେଜ ରେ ଉତ୍ତର କଣ ପାଇଁ ଦେଉ ନାହାନ୍ତି ବୋଲି ଯବାନଙ୍କ ମା ପଚାରି ଥିବା ବେଳେ ମୁଁ ନିଜକୁ ଫାଶୀ ଦେବାକୁ ଚାହିଁଥିଲେ ବୋଲି କହିଥିଲେ ରୁଷିୟାର ଯବାନ । ଏହା ପରେ ସେ ଯୁଦ୍ଧର ପରିସ୍ଥିତି ସମ୍ଭଧରେ ଗମ୍ଭୀର ଭାବେ କହିଥିଲେ । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏବେ ସୁଧା ଋଷିୟା ର ସୈନ୍ୟ ମାନେ ୟୁକ୍ରେନ ର ସହ ସହ ଯବାନ ଙ୍କୁ ମାରିବା ସହ ଅନେକ ବେସାମରିକ ଘାଟିକୁ ଉଡାଇ ସାରିଲେଣି । କିନ୍ତୁ ୟୁକ୍ରେନକୁ ଜବାବ ଦେବା ଆଡରେ କାହାର କଥା ଶୁଣୁ ନାହାନ୍ତି ପୁଟିନ । ତେବେ ଯଦି ଆଉ କିଛି ଦିନ ଏମିତି ଯୁଦ୍ଧ ଲାଗି ରହେ ତେବେ ସ୍ଥିତି କଣ ହେବ ତାହା କହି ହେଉ ନାହି ।

ବନ୍ଧୁଗଣ ଆପଣ ମାନଙ୍କର ରୁଷିୟା ଯବାନ ଲେଖିଥିବା ଚିଠି କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *