ସାବତ ବାପା କଲା ଝିଅ ସହ ଦୁଷ୍କର୍ମ, ପ୍ରତିବାଦ କରିବାରୁ ଦେଲା ଏହି ଧମକ

କାନପୁର ସହରର ନୌବସ୍ତା ଇଲାକାରେ ସାବତ ବାପା ନିଜ ଝିଅ ସହ ଦୁଷ୍କର୍ମର ପ୍ରୟାସ କରିଥିଲେ । ବିରୋଧ କରିବାରୁ ଝିଅକୁ ମାଡ଼ ମାରି ଏସିଡ ପକାଇବ ର ଧମକ ମଧ୍ୟ ଦେଇଥିଲେ । ପୋଲିସ ଝିଅଟିର ଚାଚାଙ୍କ କହିବା ଅନୁସାରେ ଆରୋପି ବିରୁଦ୍ଧରେ ଏଫଆଇଆର ଲେଖି ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି । ଲକ୍ଷ୍ନୌର ରାଜାଜିପୁରମ ନିବାସୀ ଚାଚା କହୁଛନ୍ତି କି 2013 ରେ ତାଙ୍କ ଭାଇଙ୍କ ଦେହାନ୍ତ ହୋଇଯାଇଥିଲା । ତାଙ୍କର 14 ବର୍ଷର ଗୋଟେ ଝିଅ ଅଛି ।

ପୂର୍ବ ବର୍ଷ ମ୍ଯାରେଜ ବ୍ୟୁର ଜରିଆରେ ତାଙ୍କ ଭାଉଜର ବିବାହ ନୌବସ୍ତା ର ଯଶୋଦାନଗର ନିବାସୀ ବିଜୁଳି ବିଭାଗରେ ସମ୍ବିଦା କର୍ମୀ ଯୁବକଙ୍କ ସହ କରାଇଥିଲେ । ଝିଆରୀ ତାଙ୍କ ପାଖରେ ରହି ନବମ ଶ୍ରେଣୀର ପାଠ ପଢୁଥିଲେ । ସେ ମାଙ୍କୁ ଭେଟିବାକୁ ସବୁବେଳେ କାନପୁର ଆସୁଥିଲେ । ସେ 1 ମାର୍ଚ୍ଚ ରେ ମଧ୍ୟ ମା’ଙ୍କ ପାଖକୁ ଆସିଥିଲେ । ତାଙ୍କ ସାବତ ବାପା ତାଙ୍କୁ ଏକା ପାଇ ତା ସହ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିଲେ ।

ବିଳମ୍ବ ରାତିରେ ମା ଘରକୁ ଫେରିବାରୁ ସେ ନିଜ ସହ ଘଟିଥିବା ଘଟଣାଟି ଜଣାଇଥିଲେ । ହେଲେ ମା ଲୋକଲଜ୍ଜା ଡର ରେ ପୋଲିସକୁ ସୂଚନା ଦେବା ପାଇଁ ମନା କରିଦେଇଥିଲେ । ତାପରେ ଝିଅଟି କଣ୍ଟ୍ରୋଲ ରୁମ୍ କୁ କଲ୍ କରି ପୋଲିସ୍ କୁ ସୂଚନା ଦେଇଥିଲେ । ଥାନା ପ୍ରଭାରୀ ଆଶିଷ ଶୁକ୍ଳା ଶନିବାର ଦିନ କହିଥିଲେ କି ଥାନାରେ ଝିଅଟିକୁ ପଚରା ଉଚରା କରାଯାଇଥିଲା ଓ ଚାଚାଙ୍କ କହିବା ଅନୁସାରେ ଏଫଆଇଆର ଲେଖାଯାଇଥିଲା । ଝିଅଟିର ମେଡିକାଲ ଟେଷ୍ଟ ପାଇଁ ସୂଚନା ଦିଆଯାଇଥିଲା ହେଲେ ଶନିବାର ଦିନ ଝିଅଟି ଆସିନଥିଲା ।

Leave a Reply

Your email address will not be published. Required fields are marked *