ସାବିତ୍ରୀ ଅମାବାସ୍ୟାକୁ ନେଇ କିଛି Latest କୁଇଜ… Sabitriଙ୍କ ପିତାଙ୍କ ନାମ କଣ ?

ବନ୍ଧୁଗଣ ଓଡିଆ ଘର ମାନଙ୍କର ସଧବା ନାରୀ ମାନଙ୍କର ବିଶିଷ୍ଟ ପର୍ବ ହେଉଛି ସାବିତ୍ରୀ ବ୍ରତ ବା ସାବିତ୍ରୀ ଓଷା । ଆସନ୍ତା ୧୯ ମେ ରେ ଓଡିଶାରେ ଏହି ପର୍ବ ପାଳନ ହେବାକୁ ଯାଉଛି । ସାବିତ୍ରୀ ଙ୍କ ପରି ସଦା ସର୍ବଦା ସଧବା ରହିବା ପାଇଁ ଓଡିଆ ଘରର ନାରୀ ମାନେ ଏହି ବ୍ରତ ନିଷ୍ଠାର ସହ କରିଥାନ୍ତି । ଏହି ବ୍ରତ ଜ୍ୟଷ୍ଠ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଏ ।

ଏହା ସଧବା ନାରୀଙ୍କ ର ମହତ୍ଵ ପୂର୍ଣ୍ଣ ବ୍ରତ ଅଟେ । ଏହି ଦିନ ସତ୍ୟବାନ, ସାବିତ୍ରୀ, ଯମରାଜଙ୍କର ପୂଜା କରା ଯାଇଥାଏ । ପୌରାଣିକ କଥା ଅନୁଯାୟୀ ସାବିତ୍ରୀ ଏହି ବ୍ରତ ପାଳନ କରି ସତ୍ୟବାନ ଙ୍କୁ ଜମାରଜ ଙ୍କ ଠାରୁ ଫେରାଇ ଆଣିଥିଲେ । ସେହି ଦିନ ଠାରୁ ପାଳନ ହୋଇ ଆସୁଛି ଏହି ସାବିତ୍ରୀ ବ୍ରତ ।

ଏଥିପାଇଁ ହିନ୍ଦୁ ଧର୍ମର ସବୁ ସଧବା ନାରୀ ମାନେ ନିଜର ସ୍ବାମୀଙ୍କର ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି । ଏହି ଦିନ ନାରୀ ମାନେ ସ୍ନାନାଦୀ କାମ ସାରି ନୂଆ ଶାଢୀ ପିନ୍ଧି ପୂଜା ସାମଗ୍ରୀ ଧରି ଏବଂ ଫଳମୂଳ ଧରି ମା ସାବିତ୍ରୀ ଙ୍କ ପୂଜା କରିବାକୁ ବାହାରି ଥାନ୍ତି । ନାରୀ ମାନେ ପାଦ ରେ ନାଲି ଅଳତା ପିନ୍ଧି ବିବିନ୍ନ ବିପଦରୁ ସ୍ବାମୀଙ୍କୁ ରକ୍ଷା କରିବାକୁ ଢାଲ ଭଳି ଠିଆ ହୋଇଥାନ୍ତି ।

ଏମିତି ମାନ୍ୟତା ଅଛି ଏହି ବ୍ରତ ରଖିଲେ ସ୍ବାମୀଙ୍କ ଆୟୁଷ ବୃଦ୍ଧି ପାଇଥାଏ ତଥା ଲମ୍ବା ଆୟୁଷ ପ୍ରାପ୍ତି ହୋଇଥାଏ । ଅଖଣ୍ଡ ସୌଭାଗ୍ୟ ଓ ସନ୍ତାନ ସୁଖ ପାଇବା ପାଇଁ ନାରୀ ମାନେ ଏହି ବ୍ରତ କୁ କରିଥାନ୍ତି । ଆଜି ଆମେ ଆପଣଙ୍କୁ ସାବିତ୍ରୀ ବ୍ରତ ସହ ଜଡିତ କିଛି କଥାମାନ କହିବାକୁ ଯାଉଛୁ ।

୧- ସାବିତ୍ରୀ ବ୍ରତ କେଉଁ ଦିନ ହୋଇଥାଏ ?

ଉତ୍ତର- ଜ୍ୟଷ୍ଠ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ଦିନ ରେ ।

୨- ସାବିତ୍ରୀ ଙ୍କ ପିତା ଙ୍କ ନାମ କଣ ଥିଲା ?

ଉତ୍ତର- ରାଜା ଅଶ୍ଵପତି ।

୩- ସାବିତ୍ରୀ ଙ୍କ ମାତା ଙ୍କ ନାମ କଣ ଥିଲା ?

ଉତ୍ତର- ରାଣୀ କୌଶଲ୍ୟା ।

୪- ସାବିତ୍ରୀ ଙ୍କ ସ୍ଵାମୀ ଙ୍କ ନାମ କଣ ଥିଲା ?

ଉତ୍ତର- ସତ୍ୟବାନ ।

୫- ସାବିତ୍ରୀ କେଉଁ ଦେଶର ରାଜକୁମାରୀ ଥିଲେ ?

ଉତ୍ତର- ମଦ୍ର ଦେଶ ର ।

୬- ସତ୍ୟବାନ ଙ୍କ ପିତା ଙ୍କ ନାମ କଣ ଥିଲା ?

ଉତ୍ତର- ରାଜା ଦ୍ୟୁମତସେନ ।

୭- ସତ୍ୟବାନ ଙ୍କ ମାତା ଙ୍କ ନାମ କଣ ଥିଲା ?

ଉତ୍ତର- ରାଣୀ ମାଳବିକା ।

୮- ସାବିତ୍ରୀ ଅମାବାସ୍ୟା ଦିନ କେଉଁ ସାବିତ୍ରୀ ଙ୍କୁ ପୂଜା କରାଯାଏ ?

ଉତ୍ତର- ସତରୂପା, ଗାୟତ୍ରୀ, ସରସ୍ଵତୀ ଓ ବ୍ରାହ୍ମଣୀ ଙ୍କୁ ।

୯- ସାବିତ୍ରୀ ଙ୍କୁ ମହାସତୀ ବୋଲି କିଏ କହିଥିଲେ ?

ଉତ୍ତର- ନାରଦ ମୁନି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *