19 May ସାବିତ୍ରୀ ବ୍ରତ, ଏହି ଦିନ କରନ୍ତୁ ନାହିଁ 5ଟି ଭୁଲ, ସ୍ଵାମୀଙ୍କ ଜୀବନ ଉପରେ ଆସିବ ମହା ବିପଦ

ବନ୍ଧୁଗଣ ଓଡିଆ ଘରର ସାଧବ ନାରୀଙ୍କର ଏକ ବିଶିଷ୍ଟ ପର୍ବ ହେଉଛି ସାବିତ୍ରୀ ବ୍ରତ । ଆସନ୍ତା ଜ୍ୟଷ୍ଠ ମାସ ଶୁକ୍ଲା ପକ୍ଷ ଅମାବାସ୍ୟା ତିଥି ମେ ୧୯ରେ ଓଡିଶାରେ ଏହି ପର୍ବ ପାଳନ ହେବାକୁ ଯାଉଛି । ଏହି ବ୍ରତରେ ଓଡିଆ ଘରର ନାରୀ ମାନେ ସ୍ବାମୀଙ୍କର ଶୁଭ ମନାସି, ଦୀର୍ଘ ଆୟୁଷ କାମନା କରି ବ୍ରତ ରଖିଥାନ୍ତି । ସବୁ ନାରୀଙ୍କର ଇଚ୍ଛା ଥାଏ କି ସାବିତ୍ରୀଙ୍କ ପରି ସର୍ବଦା ସଧବା ରହିବା ପାଇଁ । ଏଥିପାଇଁ ଏହି ବ୍ରତକୁ ଖୁବ ନିଷ୍ଠାର ସହ ପାଳନ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହି ବ୍ରତରେ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ । ଆସନ୍ତୁ ଜାଣି ନେବା ସଂପୂର୍ଣ୍ଣ ବିବରଣୀ ।

ଏହି ଦିନ ନାରୀ ମାନେ ନିତ୍ୟ କର୍ମ ସାରି ନୂଆ ଶାଢୀ ପିନ୍ଧି ମାତା ସାବିତ୍ରୀଙ୍କ ପୂଜା କରିବା ଲାଗି ଫଳମୂଳ ଧରି ମନ୍ଦିରକୁ ଯାଇଥାନ୍ତି । ସେହି ପୂଜା ପାଇଁ ଯେଉଁ  ସବୁ ପୂଜା ସାମଗ୍ରୀ ଆବଶ୍ୟକ ହୋଇଥାଏ ତାହା ହେଉଛି ଶଙ୍ଖା, ଅଳତା, ବ୍ରତ, ନାଲି ରଙ୍ଗର ଶାଢୀ, ସିନ୍ଦୁର, ପାନିଆ, ଦର୍ପଣ, ଫୁଲ, ଦୁବ, ବରକୋଳି ପତ୍ର ଇତ୍ୟାଦି । ଫଳ ଆବଶ୍ୟକ ହୋଇଥାଏ ଯେପରିକି ନଡିଆ, ଆମ୍ବ, ପଣସ, ସପୁରି, କଦଳୀ, ଖଜୁରୀ, ତାଳସଜ ଇତ୍ୟାଦି । ଏବେ ଆସନ୍ତୁ ଜାଣିବା ସେହି ଭୁଲ ବିଷୟରେ ଯାହାକୁ ନାରୀ ମାନେ କରିବା ଅନୁଚିତ ।

୧- ଏହି ଦିନ ବା କୌଣସି ବ୍ରତ ଦିନ କଳା ରଙ୍ଗର ଶାଢୀ ପିନ୍ଧିବା ଅନୁଚିତ । ନଚେତ ସ୍ବାମୀଙ୍କ ଆୟୁଷ କ୍ଷୟ ହୋଇଥାଏ ।

୨- ସାବୟତ୍ରୀ ବ୍ରତ ବା କୌଣସି ବି ରାତିରେ ବାହାରେ ଲୁଗା ସୁଖାଇବା ଅନୁଚିତ । କାରଣ ଏହି ଦିନ ଅମାବାସ୍ୟା ହେତୁ ଏହାକୁ କାଳରାତ୍ରି ବୋଲି କୁହାଯାଏ ।

୩- ସାବିତ୍ରୀ ବ୍ରତ ବା କୌଣସି ଓଷା ରେ ସ୍ଵାମୀ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ । ଏହା ଦ୍ଵାରା ସ୍ବାମୀଙ୍କ ଆୟୁଷ କ୍ଷଣ ହୋଇଥାଏ ।

୪- ଏହି ବ୍ରତରେ କୌଣସି ଜିନିଷ କାଟିବେ ନାହିଁ କିମ୍ବା ସ୍ବାମୀଙ୍କୁ ମଧ୍ୟ କୌଣସି ଜିନିଷ ହାଣିବାକୁ ବା କାଟିବାକୁ କହିବେ ନାହିଁ । ଯେପରିକି ଗଛ ହାଣିବା ଇତ୍ୟାଦି ।

୫- ଏହି ସାବିତ୍ରୀ ବ୍ରତରେ ରନ୍ଧା ଖାଦ୍ୟ ଖାଇବା ଅନୁଚିତ । କାରଣ ଏହି ବ୍ରତ ଉପବାସରେ ରହିକି ପାଳନ କରାଯାଏ । ଏହା ଦ୍ଵାରା ସ୍ବାମୀଙ୍କ ଆୟୁଷ ବୃଦ୍ଧି ପାଇଥାଏ । ଯେଉଁ ଭୋଗ କରିଥିବେ ତାହା ନାରୀମାନେ ଖାଇପାରିବେ ।

୬- ଯଦି ଆପଣଙ୍କର କେହି ମୃତ୍ୟୁବରଣ କରିଥାଏ ବା ସନ୍ତାନ ଜନ୍ମ ନେଇଥାଏ ବା ମାସିକ ଧର୍ମ ଚାଲିଥାଏ ତେବେ ସାବିତ୍ରୀ ବ୍ରତ ପାଳନ କରନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।

୭- ସାବିତ୍ରୀ ବ୍ରତରେ ବ୍ଯବହୃତ ହୋଇଥିବା ପୂଜା, କଳସ, ପଇଡ ଇତ୍ୟାଦି ଏଣେତେଣେ ପିନ୍ଧିବେ ନାହିଁ । ଏହାକୁ ଜଳରେ ବିସର୍ଜନ କରିଲେ ବ୍ରତ ସଫଳ ହୋଇଥାଏ । ଏହି ଦିନ ତ୍ରିଦେବ ବା ତ୍ରିଦେବୀଙ୍କୁ ପୂଜା କରିବା ଉଚିତ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *