ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ସାବିତ୍ରୀ ବହୁତ ବଡ ପର୍ବ ଅଟେ, ଏହି ବ୍ରତ ପତ୍ନୀ ନିଜ ସ୍ଵାମୀ ଉର୍ଦ୍ଧ ଆୟୁ ପାଇଁ କରିଥାଏ । ଯିଏ ଏହି ପର୍ବକୁ ମନ ଧ୍ୟାନ ସହ କରିଥାଏ ତା ଜୀବନରେ ସୁଖ ହିନ ସୁଖ ଆସିଥାଏ । ତେବେ ଏହି ବ୍ରତ ମାତା ଲକ୍ଷ୍ମୀଙ୍କ ବାର ଗୁରୁବାର ଦିନ ପଡିଛି ଯାହା ବହୁତ ଶୁଭ ଦିନ ଅଟେ ।
ଏହି ଦିନ କିଛି ଉପାୟ କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଘର ଉପରେ ବରଶିବ ଆଉ ଆପଣଙ୍କ ଘରେ କେବେ ଧନ ଧାନ୍ୟ ଅଭାବ ହବ ନାହିଁ । ତେବେ ଆସନ୍ତୁ କେଉଁ କାମ କରିବା ଦ୍ଵାରା ଆପଣଙ୍କ ଜୀବନ ସୁଖମୟ ହବ ଆଉ ପବିତ୍ର ସାବିତ୍ରୀ ବ୍ରତ ଦିନ କଣ କରିବା ଉଚିତ । ଧନ ସମସ୍ତଙ୍କ ଜୀବନରେ ବହୁତ ମହତ୍ଵ ରଖିଥାଏ, ତେବେ ଧନ ଅର୍ଜନ ପାଇଁ କେତେ ଲୋକ ଭଲ ତ କେତେ ଲୋକ ଖରାପ କାମ କରିଥାନ୍ତି କିନ୍ତୁ ଏହା ଆମ ଆବଶ୍ୟକତା ଠାରୁ ଅଧିକ ଆମ ଲୋଭକୁ ଜନ୍ମ ଦେଇଥାଏ ତେବେ ଆଜି ଆମେ ଏମିତି କିଛି ଉପାୟ କହିବୁ ଯାହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କୁ ଆଶୀର୍ବାଦ କରିବେ ।
୧. ସାବିତ୍ରୀ ଦିନ ସକାଳେ ଯେମିତି ଯାହା ପୂଜା କରନ୍ତୁ ଏହା ପରେ ଆପଣ ସନ୍ଧ୍ୟାରେ ପୂଜା କରିବା ସମୟରେ ଘର କବାଟ ବାହାରେ ନାଲି ସଳିତାର ଘିଅ ଦୀପ ଜଳାନ୍ତୁ ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିବେ ଆଉ ଆପଣଙ୍କୁ କେବେ ଆର୍ଥିକ ସମସ୍ୟା ସମ୍ମୁଖୀନ ହବାକୁ ପଡିବ ନାହିଁ ।
୨. ଦ୍ଵିତୀୟ ଉପାୟ ଟି ହେଲା ସାବିତ୍ରୀ ଦିନ ଘର ଅଗଣାରେ ତୁଳସୀ ଗଛ ନିଶ୍ଚିନ୍ତ ଲଗାନ୍ତୁ ଆଉ ଯଦି ତୁଲସୀ ଗଛ ଅଛି ତେବେ ସେଥିରେ ନାଲି କପଡା ବାନ୍ଧି ଦିଅନ୍ତୁ ଯାହା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିଥାଏ ।
୩. ସାବିତ୍ରୀ ପୂଜା କରିବା ପରେ ରାଧା କୃଷ୍ଣଙ୍କ ଯୁଗଲ ମୂର୍ତି ପୂଜା କରନ୍ତୁ ଏହା ଦ୍ଵାରା ଭଗବାନ ବିଷ୍ଣୁଙ୍କ ଅପାର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହୋଇଥାଏ । ତେବେ ଭଗବାନ ବିଷ୍ଣୁ ଆପଣଙ୍କ ଯୋଡିକୁ ଆଶୀର୍ବାଦ ଦିଅନ୍ତି ଯାହା ଦ୍ଵାରା ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିଥାଏ ।
୪. ସାବିତ୍ରୀ ବହୁତ ପବିତ୍ର ପର୍ବ ଅଟେ ଏହି ଦିନ ଦୁଃଖୀ ଲୋକଙ୍କୁ କିଛି ଦାନ ଦିଅନ୍ତୁ ଆପଣ କୌଣସି ଜିନିଷ ଦାନ ଦେଇ ପାରିବେ ନିଜ ସାମର୍ଥ୍ୟ ଅନୁଯାଇ ଯାହା ଦାନ ଦେଇ ପାରିବେ ।
୫. ସାବିତ୍ରୀ ଦିନ ସନ୍ଧ୍ୟା ସମୟରେ ଧୂପ ଦେଲା ପରେ ଗୋବର ଉପରେ ଝୁଣା ଦେଇ ଘର ସାରା ବୁଲେଇ ଆଣନ୍ତୁ ଦେଖିବେ ଘର ଉନ୍ନତି ସେହି ଦିନ ଠାରୁ ଆରମ୍ଭ ହୋଇଯିବ ।