ବଟ ସାବିତ୍ରୀ ବ୍ରତ 18 ନା 19 ମଇ, ବହୁତ ଶୁଭ ସଂଯୋଗ… ଶନିଦେବ ଙ୍କ କୃପା ମଧ୍ୟ ରହିବ, ମିଳିବ କିଛି ଖୁସି ଖବର

ବନ୍ଧୁଗଣ ପଞ୍ଚାଙ୍ଗ ଅନୁସାରେ ବଟ ସାବିତ୍ରୀ ବ୍ରତ ଜ୍ୟଷ୍ଠ ମାସ କୃଷ୍ଣ ପକ୍ଷ ର ଅମାବାସ୍ୟା ତିଥି ରେ ପାଳନ କରାଯାଏ । ଏହି ବ୍ରତ ସୁହାଗିନୀ ମହିଳା ଅଖଣ୍ଡ ସୌଭାଗ୍ୟବତୀ ହେବା ପାଇଁ  ରଖିଥାନ୍ତି । ଏହି ଦିନ ବର ଗଛର ପୂଜା କରାଯାଏ । ଏହି ଥର ସାବିତ୍ରୀ ବ୍ରତ ଶନି ଜୟନ୍ତୀ ସହ ଶୁଭ ସଂଯୋଗ ବନିବାକୁ ଯାଉଛି । ଯାହା ଫଳରେ ବିଶେଷ ଫଳ ପ୍ରାପ୍ତ ହେବ ।

ଆଜି ଆମେ ଆପଣଙ୍କୁ କହିବୁ ବଟ ସାବିତ୍ରୀ ବ୍ରତ 2023 ରେ କେବେ ପାଳିତ ହେବ, ପୂଜାର ଶୁଭ ମୂହୁର୍ତ୍ତ, ପୂଜା ବିଧି ଓ ଏହି ଦିନରେ ଅନୁଥିବା ଶୁଭ ସଂଯୋଗ ବିଷୟରେ ବିସ୍ତାର ଭାବେ । ବର୍ଷ 2023 ରେ ବଟ ସାବିତ୍ରୀ ବ୍ରତ ମେ 19 ଶୁକ୍ରବାର ଦିନ ପାଳିତ ହେବାକୁ ଯାଉଛି । ଅମାବାସ୍ୟା ତିଥି ଆରମ୍ଭ ହେବ ମେ 18 ରାତ୍ରି 9:42 ମିନିଟ ରୁ ଓ ଶେଷ ହେବ ରାତ୍ରି 9:22 ମିନିଟ ରେ ।

ଉଦୟ ତିଥି ଅନୁସାରେ ବଟ ସାବିତ୍ରୀ ବ୍ରତ ମେ 19 ରେ ରେଖାଯିବ । ପୂଜା ର ଶୁଭ ସମୟ ହେଉଛି ମେ 19 ସକାଳ 7:19 ରୁ 10:42 ମିନିଟ ଯାଏଁ । ଜ୍ଯୋତିଷ ଅନୁସାରେ ଜ୍ୟଷ୍ଠ ମାସରେ ସାବିତ୍ରୀ ବ୍ରତ ଦିନ ଶନି ନିଜ ରାଶି କୁମ୍ଭ ରେ ଗୋଚର କରିବେ । ଯାହା ଦ୍ଵାରା ଶଶ ନାମକ ରାଜଯୋଗ ବନିବ । ଏହା ସହ ଏହି ଦିନ ସିଦ୍ଧି ଯୋଗ ରହିବ ।

ଏହା ସହ ଏହି ଦିନ ଚନ୍ଦ୍ରମା ଗୁରୁ ଙ୍କ ସହ ମେଷ ରାଶି ରେ ହେବେ । ଯାହା ଦ୍ଵାରା ଗଜକେଶରୀ ଯୋଗ ବନିବାକୁ ଯାଉଛି । ମାନ୍ୟତା ଅଛି ଏମିତି ସ୍ଥିତି ରେ ବଟ ସାବିତ୍ରୀ ବ୍ରତ ରଖିଲେ ଶୁଭ ଫଳ ମିଳିଥାଏ । ସାବିତ୍ରୀ ବ୍ରତ ଦିନ ଶନି ଜୟନ୍ତୀ ପଡୁଥିବାରୁ ଶନି ଦେବଙ୍କ କୃପା ମଧ୍ୟ ମିଳିବ । ବଟ ସାବିତ୍ରୀ ଦିନ ପ୍ରାତଃ କାଳରୁ ଜଲ୍ଦି ଉଠି ସ୍ନାନ କରିବା ପରେ ସଂକଳ୍ପ ନେବା ଉଚିତ ।

ପ୍ରଥମେ ଘରର ପୂଜା ସ୍ଥଳରେ ଧୂପ ଦୀପ ଜଳାଇ ସବୁ ପୂଜା ସାମଗ୍ରୀ ଏକତ୍ରିତ କରନ୍ତୁ । କିଛି ଫୁଲ ସହ ଦେବୀ ସାବିତ୍ରୀ ଓ ସତ୍ୟବାନ ଙ୍କ ଫୋଟୋ ସ୍ଥାପନ କରିବେ । ଏହା ପରେ ବଟ ଗଛର ପୂଜା କରିବାକୁ ଯିବେ । ବଟ ଗଛ ମୂଳରେ ସାବିତ୍ରୀ ଓ ସତ୍ୟବାନଙ୍କ ପ୍ରତିମା ରଖିକି ବିଧି ପୂର୍ବକ ପୂଜା କରନ୍ତୁ ।

ଗଛରେ ଜଳ ଅର୍ପଣ କରି କୁଙ୍କୁମ, ଅକ୍ଷତ, ରୋଲି ଅର୍ପଣ କରି ପୂଜା ସମୟରେ ପୁରୀ ଓ ଫଳ ଅର୍ପଣ କରନ୍ତୁ । ସୂତାକୁ ଗଛରେ 5,7, 12 ଥର ବାନ୍ଧି ନିଅନ୍ତୁ । ଏହା ପରେ ଚଣା ଭୋଗ ଲଗାନ୍ତୁ ଓ ସାବିତ୍ରୀ କଥା ଶ୍ରବଣ କରନ୍ତୁ । ଏହାପରେ ଆଳତି କରି ପୂଜକଙ୍କୁ ଦାନ କରନ୍ତୁ । ବଟ ଗଛର ପୂଜା କରିଲେ ଏହି ଦିନ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ମିଳିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *