ସବୁଦିନ ଗୋଟିଏ କପ ପିଇ ଦିଅନ୍ତୁ – ଭାଇରସ, କାସ, ଥଣ୍ଡା, କଫ ଓ ଜରରୁ ବଞ୍ଚି ଯିବେ

ଆଜି ଆମେ ଆପଣଙ୍କୁ ଏମିତି ଏକ ଘରେଲୁ ଉପାୟ ବିଷୟରେ କହିବୁ ଯାହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ସହିତ କରୋନା ସହ ଲଢିବାରେ ବି ସାହାର୍ଯ୍ୟ କରିବ । ଯଦି ଆପଣଙ୍କୁ ଭାଇରାଲ ଫିବର, କଫ, ଶୁଖିଲା କାସ, ଗଲାରେ ବ୍ୟଥା ହେଉଛି ଏହିଭଳି ସ୍ଥିତିରେ ଆପଣ ନିଜର ଚିକିତ୍ସା ଘରେ ହିଁ କରି ପାରିବେ । ଏହି ଛୋଟ ଛୋଟ ରୋଗ ସହ ଆପଣ କରୋନା ଠାରୁ ବି ବଞ୍ଚି ପାରିବେ । ଏହା ଛଡା ଯଦି ଆପଣ କରୋନାରେ ପଜିଟିବ ହୋଇଛନ୍ତି ତେବେ ଏହି ଉପାୟକୁ ସବୁଦିନ ବ୍ୟବହାର କରି ଜଲ୍ଦି ସୁସ୍ଥ ହୋଇଯିବେ ।

ଏହି ଘରଲୁ ଉପାୟକୁ ତିଆରି କରିବା ପାଇଁ ଗୋଟିଏ ପ୍ୟାନରେ ଗୋଟିଏ ଗ୍ଳାସ ପାଣି ଢାଳି ଦିଅନ୍ତୁ । ଯେତିକି ପରିମାଣରେ ଆପଣ ଏହାକୁ ତିଆରି କରିବାକୁ ଚାହୁଁଛନ୍ତି ତାହା ଠାରୁ ଦୁଇ ଗୁଣ ପାଣି ନିଅନ୍ତୁ । ଏଥିରେ ଆପଣଙ୍କୁ ଗୋଟିଏ ଚାମଚ ଅଜୱାଇନ ପକାନ୍ତୁ । ଏକ ଚତୁର୍ଥାଂଶ sonth powder ବି ଦିଅନ୍ତୁ ।

ଯଦି ଆପଣଙ୍କ ପାଖରେ sonth powder ନା ହିଁ ତେବେ ଆପଣ ଅଦା ବ୍ୟବହାର କରି ପାରିବେ । ଆପଣ ଏହି ପାଣିରେ ଗୋଲମରୀଚ ଓ ଲବଙ୍ଗ ମିଶ୍ରିତ କରନ୍ତୁ । ପ୍ରଥମେ ଆପଣ ଦୁଇଟି ଲବଙ୍ଗ ଓ ଦୁଇଟି ଗୋଲୋମରିଚକୁ ହେମଦସ୍ତା ସାହାର୍ଯ୍ୟରେ ମିଶ୍ରିତ କରି ଦିଅନ୍ତୁ । ଏହାକୁ ବର୍ତ୍ତମାନ ଏହି ପାଣିରେ ମିଶ୍ରିତ କରି ଦିଅନ୍ତୁ । ଆମେ ଯେତିକି ବି ଔଷଧର ବ୍ୟବହାର କରୁଛୁ ତାହା ବହୁତ ଗରମ ଜିନିଷ ଅଟେ । ସେଥିପାଇଁ ଏହାକୁ ସଠିକ ମାତ୍ରାରେ ବ୍ୟବହାର କରନ୍ତୁ ।

ଯେତିକି ପରିମାଣ ବିଷୟରେ କୁହାଯାଇଛି ସେତିକି ପରିମାଣରେ ବ୍ୟବହାର କରନ୍ତୁ । ଏହି ଗରମ ପାଣିରେ ଅଳ୍ପ ଗୁଡ ମିଶ୍ରିତ କରନ୍ତୁ । ବର୍ତ୍ତମାନ ଏହି ସମସ୍ତ ଜିନିଷକୁ ଭଲ ଭାବରେ ଗରମ କରନ୍ତୁ । ଯାହା ଦ୍ଵାରା ଏହି ସମସ୍ତ ଜିନିଷର ଗୁଣ ଏହି ପାଣିରେ ଆସିଯିବ । ଆମ ଶରୀରରୁ ଅଧିକରୁ ଅଧିକ ଲାଭ ମିଳିବ । ଶେଷରେ ଆପଣ ଏଥିରେ ଦୁଇ ଚୁଟକି ସିନ୍ଧା ଲୁଣ ମିଶ୍ରିତ କରନ୍ତୁ । ଯେତେବେଳେ ପାଣି ଗରମ ହୋଇ ଅଧା ହୋଇଯିବ ଆପଣ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ ।

ଏହି କାଢାକୁ ଆପଣ ଗରମ ଗରମ ଚା ଭଳି ଧୀରେ ଧୀରେ ପିଅନ୍ତୁ । ଯଦି ଆପଣ ଏହି କାଢାକୁ ପିଲାମାନଙ୍କୁ ଦେଉଛନ୍ତି ତେବେ ଏହାର ଏକ ଚତୁର୍ଥାଂଶ ପିଲାମାନଙ୍କୁ ଦିଅନ୍ତୁ । ଗରମ ଦିନରେ ଦିନକୁ ମାତ୍ର ଥରେ ସେବନ କରନ୍ତୁ । ଯଦି ଆପଣ ବର୍ଷା ଦିନରେ ବ୍ୟବହାର କରୁଛନ୍ତି, ଆପଣଙ୍କୁ ଥଣ୍ଡା ଓ ଜର ଅଛି ତେବେ ଦିନକୁ ଦୁଇ ଥର ନେଇ ପାରିବେ । ଯେତେ ଦିନ ପର୍ଯ୍ୟନ୍ତ ଥଣ୍ଡା, ଜର, କାସ ଓ କଫ ଠିକ ହୋଇ ଯାଉ ନାହିଁ ଏହାର ସେବନ କରନ୍ତୁ ।

ଯଦି ଆପଣ ମଧୁମେହ ରୋଗୀ ଅଟନ୍ତି ତେବେ ଆପଣ ଏଥିରେ ଗୁଡର ବ୍ୟବହାର କରନ୍ତୁ ନାହିଁ । ବିନା ଗୁଡରେ ଏହି କାଢାକୁ ସେବନ କରିବା ଦ୍ଵାରା ମଧୁମେହ ରୋଗୀଙ୍କ ବ୍ଲଡରେ ସୁଗାର ଲେବୁଲ ବଢିବ ନାହିଁ ଅଥବା ସୁଗାର ଲେବୁଲ କଣ୍ଟ୍ରୋଲରେ ରହିବ । ଯଦି ଆପଣଙ୍କ ଥଣ୍ଡା, ଜର ନା ହିଁ ତେବେ ଆପଣ କେବଳ ରୋଗ ପ୍ରତିରୋଧକ ଶକ୍ତିକୁ ବୁଦ୍ଧି କରିବା ପାଇଁ ଚାହୁଁଛନ୍ତି ତେବେ ଏହି କାଢାକୁ ଆପଣ ସପ୍ତାହକୁ ତିନି ରୁ ଚାରି ଦିନ ସେବନ କରନ୍ତୁ । ଦିନେ ଛଡା ଦିନେ ।

Leave a Reply

Your email address will not be published. Required fields are marked *