ସଦ୍ ଗୁରୁ ନିଜ ବନାଇଥିବା ଚିତ୍ରକୁ ଏତେ କୋଟିରେ ବିକି କରୋନା ଫଣ୍ଡରେ କଲେ ଦାନ

ଇଶା ଫାଉଣ୍ଡେସନ ର ସଂସ୍ଥାପକ ସଦ୍ ଗୁରୁ ଜଗ୍ଗି ବାସୁଦେବଙ୍କର ପରିଚୟ ଯୋଗ ଗୁରୁ ଓ ମୋଟିଭେଶନାଲ୍ ସ୍ପିକର ଭାବେ ଅଟେ । କିନ୍ତୁ ବହୁତ୍ କମ୍ ଲୋକ ଜାଣିଛନ୍ତି କି ସଦ୍ଗୁରୁ ଭଲ ଚିତ୍ରକାର ଅଟନ୍ତି । ଗୁରୁବାର ଦିନ ତାଙ୍କର ଚିତ୍ର ୪.୧୪ରେ କରୋଡ଼ ବିକ୍ରୀ କରାଯାଇଛି । ଏହି ନିଲାମି ର ସବୁ ପଇସା କୋରାନ ବିପକ୍ଷରେ ଲଢ଼ିବା ପାଇଁ ବନାହୋଇଥିବା “ବିଟ୍ ଦ ଭାଇରସ ଫଣ୍ଡ”ରେ ସେ ଦାନ କରିଛନ୍ତି । ଏହି ଫଣ୍ଡ କୋୟମ୍ବଟୁର୍ ର ଥୋଣ୍ଡମୁଥୁରୁ ଗାଁ ରେ କୋରନ ରୋକିବା ପାଇଁ ବାନଯାଇଛି । ଚିତ୍ର ର ନାମ “ଟୁ ଲିଭ୍ ଟୋଟଲ୍ଲୀ ” । ଏହା ୫ ଫୁଟ୍ ଲମ୍ବା ଚଉଡ଼ା କାନଭାସରେ କରଯାଇଥିଲା । ଯେଉଁଥିରେ ପୃଥିବୀରେ ଜୀବନ କୁ ତିଆରି ଦର୍ଶଯାଇଛି ।

ଗୋଟେ ସତ୍ସଙ୍ଗ ରେ ସଦ୍ଗୁରୁ ଘୋଷଣା କରିଥିଲେ କି ଯିଏ ବିଟ୍ ଦ ଭାଇରସ ଫଣ୍ଡ ପାଇଁ ଅଧିକ ଧନରାଶି ଦାନ କରିବ ତାଙ୍କୁ ଏହି ଚିତ୍ର ମିଳିବ । ଚିତ୍ର ର ଛୋଟ ସାଇଜ଼ ର ପ୍ରତିମା ମଧ୍ୟ କିଣିବା ପାଇଁ ଉପଲବ୍ଧ ହେବ । ବୀଟ ଦ ଭାଇରସ ଇସା ର ପୃଥିବୀ ସହିତ ଯୋଡ଼ା ଅଭିଯାନ ଅଟେ, ଥୋଣ୍ଡ ମୁଥୁର୍ ଗାଁ ରେ ଦୁଇ ଲକ୍ଷ ରୁ ଅଧିକ ଲୋକ ବାସ କରୁଛନ୍ତି ।

ଇସା ଫାଉଣ୍ଡେସନ ର ୭୦୦ ଭଲୁନ୍ଟିୟର ଡେଲି ତାଜା ଖାଇବା ବାଣ୍ଟୁଛନ୍ତି । ତା ସହିତ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ନୀଲବେମ୍ବୁ କଷାୟମ ର ପାଣି ମଧ୍ୟ ଦେଉଛନ୍ତି । ପ୍ରତ୍ୟକ ଦିନ ଖାଇବା ପିଇବା ବ୍ୟବସ୍ଥା ସହିତ, ଭଲ୍ଯୁନ୍ଟିୟର ମାନଙ୍କ ର ଜଗରୁକତ ବଢ଼ାଇବା, ଆବଶ୍ୟକ ବସ୍ତୁର ପୁରଣ କରିବା ଓ ଅଗ୍ରିବ କର୍ମୀ ,ସୁରକ୍ଷା ଉପକରଣ ପ୍ରଦାନ କରିବାରେ ପ୍ରଶାସନ ର ସହାୟେତ କରୁଛନ୍ତି । ମହାମାରୀ ଗ୍ରାମିଣ ବ୍ୟବସ୍ଥାକୁ ବହୁତ ପ୍ରଭାବିତ କରିଛି, ଗାଁ ରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବିକା ଚାଲିଯାଇଛି । ଅଧିକତର ଲୋକ ଗାଁ ରେ ରୋଜଗାର ଉପରେ ନିର୍ଭରଶିଳ ଓ ମହାମାରୀ ରୋକିବା ପାଇଁ ଦେଶରେ ଲକ୍ ଡାଉନ୍ ଅଧିକ ପ୍ରଭାବିତ କରିଛି ।

ସେଥିପାଇଁ ସଦ୍ଗୁରୁଏହିଭଳି ଏକ ପଦକ୍ଷପ ନେଇଛନ୍ତି ଓ ତାଙ୍କ ଇଶା ଫାଉଣ୍ଡେସନ ଲୋକଙ୍କ ସୁରକ୍ଷା ପାଇଁ ରାତି ଦିନ କାମ କରୁଛନ୍ତି । ତେବେ ଯଦି ଆପଣ ମାନେ ବି ସେମିତି ଅସୁବିଧାରେ ପଡିଥିବା ଲୋକଙ୍କ ସାହାଜ୍ଯ କରିବାକୁ ଚାହୁଞ୍ଚନ୍ତି ଆପଣ ମଧ୍ୟ ଦାନ କରିପାରନ୍ତି । ଆପଣଙ୍କ ଆଖ ପାଖରେ ଥିବା ଲୋକମାନଙ୍କୁ ନିଶ୍ଚୟ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *