ଗୋଟେ ସହିଦ ଯବାନଙ୍କ ସ୍ତ୍ରୀର ଏହି ହୃଦୟ ବିଦାରକ ଦୁଃଖ କାହାଣୀ, ଯାହାକୁ ପଢି ଆପଣ ନିଜର ଲୁହ ରୋକି ପରିବେନି – ଆମ ଦେଶର ଯବାନ ମାନଙ୍କ ପାଇଁ ଗୋଟେ ଶେୟାର କରବେ

ଆମ ଦେଶରେ ସବୁବେଳେ କିଛି ନା କିଛି ଘଟଣା ଦୁର୍ଘଟଣା ଘଟିଚାଲିଛି । ସେମିତି ହେଉଛି ଏହି ଦେଶ ଉପରେ ଆତଙ୍କବାଦୀ ମାନଙ୍କର ଆକ୍ରମଣ । ସେମାନଙ୍କୁ ସମ୍ମୁଖୀନ କରିବା ପାଇଁ ଆମ ଦେଶରେ ସେନା ମାନଙ୍କୁ ନିଯୁକ୍ତି କରାଯାଇଛି ।   ଯେଉଁମାନେ ନିଜର ଜୀବନଙ୍କୁ ବାଜି ଲଗାଇ ଆମ ଦେଶର ରକ୍ଷା କରିଥାନ୍ତି । ଆଜି ଆମେ ଆପଣଙ୍କୁ ସେହିଭଳି ଏକ ବୀର ଯବାନଙ୍କ ବିଷୟରେ କହିବୁ ଯିଏ ନିଜ ଜୀବନ ଦେଇ ନିଜ ଦେଶର ଓ ପରିବାରର ରକ୍ଷା କରିଥିଲେ ।

ତେବେ ଚାଲନ୍ତୁ ଜାଣିବା ପୁରା ଘଟଣା କଣ ।

ଜାମ୍ମୁ କାଶ୍ମୀରର ନଗରୋଟାରେ ଏକ ଆତଙ୍କୀ ଆକ୍ରମଣରେ ଭାରତର ୭ ଜଣ ବୀର ଜବାନ ସହୀଦ ହୋଇଥିଲେ । ଏହା ହେଉଛି ୨୦୧୬ ମସିହାର ଘଟାଣା ।   ସେହି ସହିଦ ମାନଙ୍କ ମଧ୍ୟରେ ଜଣେ ଥିଲେ ମେଜର୍ ଅକ୍ଷୟ ଗିରିଶ କୁମାର । ବର୍ତ୍ତମାନ ସେ ଓ ତାଙ୍କ ସ୍ତ୍ରୀଙ୍କର ସୋସିୟାଲ ମିଡିୟାରେ ବହୁତ ଚର୍ଚ୍ଚା ଚାଲିଛି ।   ଏହି ଘଟଣା ପରେ ମେଜର୍ ଗିରିଶଙ୍କ ସ୍ତ୍ରୀ ସଙ୍ଗୀତା ରବିନ୍ଦ୍ରନ୍ ଏକ ଇନ୍ଟରଭିୟୁ ରେ ଯାହା ସବୁ କହିଥିଲେ ତାହା ଶୁଣିଲେ ଆପଣ କାନ୍ଦି ପକେଇବେ ।

ସେ କହିଲେ କି ଅକ୍ଷୟ ତାଙ୍କୁ ୨୦୦୬ ମସିହାରେ ପ୍ରପୋଜ କରିଥିଲେ ଏବଂ ୨୦୧୧ ରେ ତାଙ୍କର ବିବାହ ହୋଇଥିଲା । ବିବାହ ପରେ ସେ ତାଙ୍କ ସ୍ବାମୀଙ୍କ ସହ ପୁନେରେ ରହିବାକୁ ଆସିଥିଲେ । ବିବାହର ଦୁଇ ବର୍ଷ ପରେ ସେମାନଙ୍କ ଝିଅ ନୈନା ଜନ୍ମ ନେଲା । ଏହାର କିଛି ଦିନ ପରେ ଅକ୍ଷୟ ତାଙ୍କ କାମରେ କିଛିଦିନ ପାଇଁ ବାହାରକୁ ଯାଇଥିଲେ । ସେ ସମୟରେ ସଂଗୀତା ସେଠାରେ ନିଜର ଛୋଟ ଝିଅକୁ ନେଇ ଏକା ରଗୁଥିଲେ, କିନ୍ତୁ ତାଙ୍କ ଘରଲୋକ ତାଙ୍କୁ ବାଙ୍ଗଲୋରେ ନିଜ ଘରକୁ ଆସିବା ପାଇଁ କହୁଥିଲେ ।

କିନ୍ତୁ ସେ ନିଜର ଛୋଟ ପରିବାରକୁ ଛାଡି କୁଆଡେ ଯିବାକୁ ଚାହୁଁ ନଥିଲେ । ସେ ଶେଠୀ ହିଁ ରହିବାକୁ ଚାହୁଁଥିଲେ ଯେଉଁଠି ଅକ୍ଷୟ ଥିଲେ । ସେ କହିଲେ କି ” ମୁଁ ମୋର ଛୋଟ ଦୁନିଆଁରୁ ଅଲଗା ହେବାକୁ ଚାହୁଁନଥିଲି । ୨୦୧୬ ରେ ଅକ୍ଷୟଙ୍କୁ ନାଗରୋଟା ପଠାଗଲା ଓ ସେଠାରେ ଆମେ ଅଫିସରଙ୍କ ମେସ୍ ରେ ରହିଲ୍ । କିଛିଦିନ ପରେ ୨୯ ନଭେମ୍ବର ସକାଳ ୫.୩୦ ସମୟରେ ଗୁଳିର ଆବାଜ୍ ଶୁଣି ଆମର ଆଖି ଖୋଲିଗଲା ।

ଆମକୁ ଲାଗିଲା କି ବୋଧେ ଟ୍ରେନିଙ୍ଗ୍ ଚାଲୁଛି କିନ୍ତୁ ଆମକୁ ଗ୍ରେନେଡ୍ ଆବାଜ୍ ଶୁଣିବାକୁ ମିଳିଲା । ୫.୪୫ ମିନିଟ୍ ସମୟରେ ଅକ୍ଷୟଙ୍କ ଏକ ଜୁନିଅର୍ ଆସି କହିଲେ କି ଆତଙ୍କୀ ମାନେ ତୋପଖାନାର ଏକ ରେଜିମେଣ୍ଟକୁ ବନ୍ଧକ କରିନେଇଛନ୍ତି । ଏହା ଶୁଣି ସେ ତୁରନ୍ତ ସେଠାରୁ ଚାଲିଗଲେ । ତା ପରେ ସବୁ ଛୁଆ ଓ ମହିଳାମାନଙ୍କୁ ଗୋଟେ ରୁମ୍ ରେ ରଖି ଜବାନ ମାନଙ୍କୁ କବାଟ ପାଖରେ ରଖାଗଲା ।

ଆମକୁ ଲଗାତାର ଫାଇରିଙ୍ଗ୍ ଆବାଜ୍ ଆସୁଥିଲା । ୮.୦୯ ରେ ସେ  ମେସେଜ୍ କଲେ କି ସେ ଲଢେଇରେ ଅଛନ୍ତି । ୮.୩୦ ମି ରେ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଗଲା । ଆମେ ସମସ୍ତେ ପାଇଜାମା ଓ ଚପଲ ପିନ୍ଦିଥିଲୁ । ସମୟ ଗଡିବାକୁ ଲାଗିଲା କିନ୍ତୁ କିଛି ଖବର ମିଳୁନଥିଲା ।

ମୋ ପାଇଁ ଅପେକ୍ଷା କରିବା କୌଣସି ଦଣ୍ଡ ଠାରୁ କମ ନଥିଲା, ମନରେ କେତେ ପ୍ରକାରର ଚିନ୍ତା ଖେଳିବାକୁ ଲାଗିଲା, ହଟାତ ୧୧ .୩୦ରେ ମୋର ଫୋନ ରିଂ ହେଲା ଓ ମୁଁ ଦୌଡିଯାଇ ଦେଖିଲି ଯେ ସେ ଫୋନ୍ କରିଛନ୍ତି । ମୁଁ ବହୁତ ଖୁସି ହୋଇ ଫୋନ ଉଠାଇଲି ହେଲେ ଯାହା ଶୁଣିଲି ମୋ ମୁଁ ବିଶ୍ବାସ କରିପାରିଲି ନାହିଁ । ଏମିତି ଲାଗିଲା ଯେମିତି ମୋ ପାଦ ତଳୁ ମାଟି ଖସିଗଲା ।   ତାଙ୍କ ଫୋନରୁ ଆଉ କେହି ଫୋନ୍ କରିଥିଲେ ଓ କହିଲେ କି ମ୍ୟାଡମ୍ ମେଜର୍ ଅକ୍ଷୟଙ୍କୁ ଆମେ ହରାଇ ଦେଲୁ ।

ସଂନ୍ଧ୍ୟା ୬.୧୫ ମିନିଟ୍ ହୋଇଥିଲା ଓ ତାଙ୍କର ସାଥି ତାଙ୍କ ଦେହାନ୍ତର ଖବର ଦେବା ପାଇଁ ଘରକୁ ଆସିଥିଲେ ଓ କହିଲେ ସକାଳ ୮.୩୦ ମି ସମୟରେ ସେ ସହୀଦ ହୋଇଗଲେ । ମୋ ମନରେ ନାନା ପ୍ରକାର୍ ଭାବନା ଆସୁଥିଲା । କେବେ ଲାଗୁଥିଲା କି ମୋତେ ସେ ମେସେଜ୍ କରିଦେଇଥାନ୍ତେ । କେବେ ଲାଗୁଥିଲା କି ମୋତେ ସେ କୁଣ୍ତାଇ ଦେଇଥାନ୍ତେ ଓ କହିଥାନ୍ତେ କି ମୋତେ ସେ ଭଲ ପାଉଛନ୍ତି ।

କିନ୍ତୁ ଜୀବନରେ ସେମିତି ହୋଇନଥାଏ ଯେମିତି ଆମେ ଚାହେଁ ।  ମୋତେ ତାଙ୍କର୍ ବର୍ଦୀର କପଡା ମିଳିଲା । ବହୁତ ଚେଷ୍ଟା କରିବା ପରେ ନିଜ ଆଖିର ଲୁହକୁ ଅଟକାଇପାରିଲି ନାହିଁ । ଆଜି ପର୍ଯ୍ୟନ୍ତ ତାଙ୍କର ବର୍ଦୀକୁ ମୁଁ ଧୋଇନାହିଁ । ଯେବେ ତାଙ୍କ କଥା ମନେ ପଡେ ମୁଁ ତାଙ୍କ ଜ୍ୟାକେଟ୍ ପିନ୍ଦିନେଇଥାଏ ଓ ତାଙ୍କୁ ନିଜ ପାଖରେ ଅନୁଭବ କରେ ।

ପ୍ରଥମେ ଆମ ଝିଅକୁ ଏହା ବୁଝାଇବା ବହୁତ କଷ୍ଟ ଥିଲା କି ତାର ବାପା ଆଉ ଆମ ପାଖରେ ନାହାନ୍ତି, କିନ୍ତୁ ସମୟ କ୍ରମେ ସେ ବି ବୁଝି ଯାଇଥିଲା ଯେ ତା ବାପା ଆକାଶରେ ତାରା ହୋଇସାରିଛନ୍ତି ।  ଆଜି ଆମେ ଏକ ଜମା କରିଥିବା ଜିନିଷରୁ ଏକ ଦୁନିଆଁ କରିସାରିଛୁ , ଯେଉଁଠି ସେ ବଞ୍ଚୁଥିଲେ, ମୋର ମନରେ, ଆମର ଫଟୋରେ, ଆଖିର ଲୁହରେ, ତାପରେ ମୁଁ ହସିଥାଏ । ଜାଣିଛି କି ସେ ଥିଲେ ମୋ ହସ ଦେଖିବା ପାଇଁ ଅପେକ୍ଷା କରିଥାନ୍ତେ ।

କହନ୍ତି ନା ଯଦି ନିଜ ଆତ୍ମାକୁ ଚିରି ଦେବାର କଷ୍ଟ ଯିଏ ସହିନାହଁ ତେବେ କଣ ପ୍ରେମ କଲ । କଷ୍ଟ ବହୁତ ହୋଇଥାଏ ତାଙ୍କୁ ମୁଁ ସବୁବେଳେ ଏମିତି ଭଲ ପାଉଥିବି । ସହୀଦଙ୍କ ପରିବାରକୁ ସବୁ ସହିବାକୁ ପଡିଥାଏ । ଯାହା ବିଷୟରେ ଭାବିଲେ ଆପଣଙ୍କ ହୃଦୟ ଥରି ଉଠିବ । ସେମାନେ ନିଜେ ସହୀଦ ହୋଇଯାଆନ୍ତି । ଆମକୁ ରକ୍ଷା କରୁଥିବା ବେଳେ । ଆମେ ସଲାମ୍ କରୁଛୁ ଏହି ଲୋକ ଯାହା ସବୁ କରୁଛନ୍ତି ଓ ସହୁଛନ୍ତି । ଯାହା ପାଇଁ ଆମେ ସୁରକ୍ଷିତ ରହିପାରୁ । ଆମ ଦେଶର ଯବାନ ମାନଙ୍କ ପାଇଁ ଗୋଟେ ଶେୟାର ନିଶ୍ଚୟ କରିବେ ।

Leave a Reply

Your email address will not be published. Required fields are marked *