ସହିଦଙ୍କ ସ୍ତ୍ରୀ କହିଲେ – କେବଳ ବଡ ବଡ କଥା କହୁଛନ୍ତି ନେତା ଓ ମନ୍ତ୍ରୀ… କିନ୍ତୁ କିଛି କରିକି ଦେଖେଇବାର ସାମର୍ଥ୍ୟ ଏମାନଙ୍କର ନାହିଁ

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପୁରା ଦେଶକୁ ଦୋହଲାଇ ଦେଇଛି । ଏହି ଆକ୍ରମଣରେ ସହିଦ ହୋଇଛନ୍ତି ୪୫ ଯବାନ ଏବଂ ୩୫ରୁ ଅଧିକ ଯବାନ ଆହତ ହୋଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆକ୍ରମଣ ପରେ କହିଛନ୍ତି ଯେ ଆମ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ସେ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ଏହା କାପୁରୁଷଙ୍କ କାମ ବୋଲି କହିଛନ୍ତି ଓ ସହିଦ ଯାବନଙ୍କ ବଳିଦାନ ଖାଲିଯିବ ନାହିଁ ବୋଲି କହିଛନ୍ତି ।

ଜୈସ-ଇ-ମହମ୍ମଦ ସଂଗଠନ ଏହି ସବୁ କରିଥିବାର ସୂଚନା ମିଳିଛି, ଯେଉଁ କାରରେ ବିସ୍ଫୋରକ ରଖି ବସ ସହ ଧକ୍କା କରଯାଇଥିଲା ସେଥିରେ ଆଦିଲ ଅହମ୍ମଦ ନାମକ ଆତଙ୍କବାଦୀ ଥିଲା ଯିଏ ଏହି ସଂଗଠନ ପାଇଁ କାମ କରେ । ସେ ସେହି କାରକୁ ଯବାନ ମାନଙ୍କ ବସ ସହ ଧକ୍କା କରାଇ ନିଜକୁ ମାରିବା ସହ ଆମ ଦେଶର କେତେ ବୀର ଯାବନ ମାନଙ୍କ ଜୀବନ ମଧ୍ୟ ନେଇ ଯାଇଛି । ସେଥିପାଇଁ ସରକାର ସେହି ସଙ୍ଗଠନକୁ ଏକ ଏଭଳି ଶିକ୍ଷା ଦେବା ପାଇଁ ନିସ୍ପତି ନେଇଛି ଯାହା ସେମାନେ କେବେ ବି ଭୁଲିପାରିବେ ନାହିଁ । ଜେଟଲୀ କହିଛନ୍ତି , ସହିଦ ମାନଙ୍କୁ ଆମେ ସାଲ୍ୟୁଟ କରୁଛୁ ଏବଂ ଆମେ ତାଙ୍କ ପରିବାରବର୍ଗଙ୍କ ସହ ସର୍ବଦା ଠିଆ ହେବୁ ।

ଗୁରୁବାର ଦିନ ଘଟିଯାଇଥିବା ଆତଙ୍କି ଆକ୍ରମଣ ରେ ବହୁତ ଯବାନ ସହିଦ ହୋଇଛନ୍ତି ଓ ସେଥିମଧ୍ୟରୁ ଜଣେ ହେଲେ ନରାୟାଣଲାଲ । ତାଙ୍କ ପରିବାର ଲୋକ ବହୁତ ଭାଙ୍ଗି ପଡିଥିବା ସମୟରେ ସରକାର ତରଫରୁ କୌଣସି ସଂବେଦନା ନ ପାଇଁ ନାରାଯଣଙ୍କ ପତ୍ନୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ଗୁରୁବାର ସନ୍ଧ୍ୟା ଠାରୁ ସବୁ ନେତା ମନ୍ତ୍ରୀ ଆତଙ୍କବାଦକୁ ଶେଷ କରି ଦେବୁ, ସହିଦ ମାନଙ୍କ ପରିବାର ପାଇଁ ସବୁ ସୁବିଧା କରୀଦବୁ ଆଦି କଥା କହୁଛନ୍ତି, କୀଟୁ ସରକାର ର କେଉଁ ଗୋଟେ ବି ଲୋକ ସହିଦଙ୍କ ଘରକୁ ସାନ୍ତ୍ଵନା ଦେବା ପାଇଁ ସୁଧା ପହଞ୍ଚନ୍ତି ନାହିଁ । ସେ ଆହୁରି କହିଛନ୍ତି ଏମାନେ କେବଳ ଏମିତି ହିଁ ବଡ ବଡ କଥା କହିବା ଜାଣିଛନ୍ତି କିନ୍ତୁ କିଛି କରିକି ଦେଖାଇବାର ସାମର୍ଥ୍ୟ ଏମାନଙ୍କ ପାଖରେ ନାହିଁ ।

ନାରାୟଣ ଙ୍କ ପରିବାର :

ସହିଦ ନାରାୟଣଲାଲ ଙ୍କ ପରିବାରରେ ତାଙ୍କର ସ୍ତ୍ରୀ ମୋହିନୀ ୩୫, ୧୪ ବର୍ଷର ଝିଅ ହେମଲତା ଏବଂ ୧୨ ବର୍ଷର ପୁଅ ମୁକେଶ ଅଛନ୍ତି । ସହିଦ ନାରାୟଣ ଲାଲଙ୍କ ଝିଅ କାନ୍ଦି କାନ୍ଦି କହିଲେ ବାପାଙ୍କର ସ୍ଵପ୍ନ ଥିଲା କି ମୁ ଗୋଟେ ଶିକ୍ଷକ ହୁଏ । ସେ ସବୁବେଳେ ମତେ ମୋ ପଢା ବିଷୟରେ ପଚାରନ୍ତି । ‘ଦେଶର ଏହି ସତୃମାନକୁ ମାରି ଦେବା ଦରକାର’- ହେମଲତା

Leave a Reply

Your email address will not be published. Required fields are marked *