ସକାଳୁ ଉଠି ଏହି କାର୍ଯ୍ୟ କରିବା ଦ୍ଵାରା ଘରକୁ ଆସି ନ ଥାଏ ଦାରିଦ୍ରତା- Krishna Vani

ବନ୍ଧୁଗଣ ଯଦି ଆପଣଙ୍କ ଘରେ କାହାର ଅକାଳ ମୃତ୍ୟୁ ହୋଇଯାଏ, ସବୁବେଳେ ଝଗଡା ହେଉଥାଏ, ଅସାନ୍ତି ଲାଗି ରାହୁଥାଏ ବା ପଇସା ରୋଜଗାର କରିଲେ ମଧ୍ୟ ଘରେ ଧନର ଅଭାବ ଦେଖା ଦିଏ ତେବେ ଏହି ସବୁ ନିୟମ ର ପାଳନ କରନ୍ତୁ । ଦେଖିବେ ଆପଣଙ୍କ ଜୀବନରେ ଯାହା ବି ସମସ୍ଯା ଥିବ ତାହା ନିଶ୍ଚୟ ଦୂର ହେବ ।

୧- ବାସ୍ତୁ ଅନୁସାରେ ଘରେ ଦୁଇରୁ ଅଧିକ ଛୁରୀ ବା ଧାରୁଆ ଅସ୍ତ୍ର ରଖନ୍ତୁ ନାହିଁ । ଏହାଦ୍ବାରା ନାକାରାତ୍ମକ ଶକ୍ତି ବଢିଥାଏ ଓ ଅସାନ୍ତି ଦେଖାଦିଏ । ସକାଳୁ ଉଠିବା ପରେ ଛୁରୀ ଦେଖିଲେ ସାରା ଦିନ ସମସ୍ୟାର ସାମ୍ନା କରିବାକୁ ପଡିବା ସହ ଧନର କ୍ଷତି ହୋଇଥାଏ ।

୨- ଘରେ କଣ୍ଟା ଜାତୀୟ ଗଛ ଲଗାଇଲେ ଏହା ଅଶୁଭ ହେବା ସହ ଅକାଳ ମୃତ୍ୟୁର କାରଣ ହୋଇଥାଏ । ଯେଉଁ ଘରେ କଣ୍ଟା ଗଛ ଥାଏ ସେହି ଘର ବିରାମ ହୋଇଯାଏ । ଯେମିତି ମରୁଭୂମି ଘରେ ସବୁବେଳେ ଅସାନ୍ତି ଲାଗି ରହିଥାଏ । ସବୁବେଳେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେବ ସହ ଧନ ହାନି ହୋଇଥାଏ । ତୁଳସୀ ଗଛ ପାଖରେ କଣ୍ଟା ଥିବା ଗଛ ଲଗାଇବା ଉଚିତ ନୁହେଁ ।

୩- ମହିଳା ମାନେ ମାସିକ ଧର୍ମ ସମୟରେ ଗଛରେ ପାଣି ଦିଅନ୍ତି ତେବେ ଘରକୁ ଅଶୁଭତା ଆସିଥାଏ । ଏହା ଘରକୁ ଦାରିଦ୍ରତାର ଆସିବାର କାରଣ ହୋଇଥାଏ । ଖାସ କରି ମାସିକ ଧର୍ମ ସମୟରେ ତୁଳସୀ ଗଛରେ ପାଣି ଦିଅନ୍ତୁ ନାହିଁ । ଏହି ସମୟରେ ମହିଳାଙ୍କୁ ଆରାମ କରିବା ଉଚିତ ।

୪- ଯଦି ଘରେ ଭଙ୍ଗା ପଥର ବା ଇଟା ପଡିଛି ତେବେ ଅଶୁଭ ହୋଇଥାଏ । ଏହା ସହ ଭାଙ୍ଗି ଯାଇଥିବା କାଚ, ବାସନ, ଆଇନା, ବନ୍ଦ ଥିବା ଘଣ୍ଟା ଘରେ ରଖିବା ଅନୁଚିତ । ଏହା ଦ୍ଵାରା ନେଗେଟିଭ ଶକ୍ତି ବୃଦ୍ଧି ପାଇଥାଏ । ଘରେ ବୁଢିଆଣୀ ଜାଲ ବାନ୍ଧିଲେ ଅଶୁଭ ହୋଇଥାଏ ।

୫- ଘରେ ମଞ୍ଜୁଆତି ଗଛ ଲାଗନ୍ତୁ ନାହିଁ । ଭଣ୍ଡା, ବରକୋଳି ଗଛ ଘରର ଆଖପାଖରେ ରହିଲେ ଖରାପ ଶକ୍ତି ଆକର୍ଷିତ ହୋଇଥାନ୍ତି । ଏହା ଦ୍ଵାରା ଘରେ ଝଗଡା ଓ ଅସାନ୍ତି ଲାଗି ରହିଥାଏ ଏବଂ ଦାରିଦ୍ରତା ଆସିଥାଏ ।

୬- ରାତିରେ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ । ଏହାଦ୍ବାରା ଅସାନ୍ତି ସୃଷ୍ଟି ହୋଇଥାଏ । ଘରେ କୌଣସି ବ୍ୟକ୍ତି ନିଶାଦ୍ରବ୍ଯର ସେବନ କରନ୍ତି ତେବେ ଘର କାଙ୍ଗାଳ ହେବା ସହ ଅକାଳ ମୃତ୍ୟୁର ଭୟ ମଧ୍ୟ ଲାଗିଥାଏ । ଏହା ସହ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ବି ହୋଇଥାଏ ।

୭- ସ୍ଵାମୀ-ସ୍ତ୍ରୀଙ୍କ ଶୋଇବା ଘରକୁ ଅନ୍ୟ କେହି ଅଧିକ ସମୟ ଯାଆନ୍ତି ତେବେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥାଏ । ଅନ୍ୟ କେହି ସେମାନଙ୍କ ରୁମରେ ଶୋଇବା ଉଚିତ ନୁହେଁ ।

୮- ଘରର ମୁଖ୍ୟଦ୍ଵାରରେ ଜୋତା ଚପଲ ରଖନ୍ତୁ ନାହିଁ । ରାତିରେ ମୁଣ୍ଡ କୁଣ୍ଡାଇବା ବା ସଜ ହେବା ଅନୁଚିତ । ଏହାଦ୍ଵାରା ନେଗେଟିଭ ଶକ୍ତି ଆକର୍ଷିତ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *