Shilpa Shetty ଓ Rani Mukerji ସମେତ ବଲୀଉଡ ଅଭିନେତ୍ରୀଙ୍କ ଏମାନେ ହେଲେ ରିୟଲ ଲାଇଫ ସୁନ୍ଦରୀ ସୌତୁଣୀ

ବଲୀଉଡ ଇଣ୍ଡଷ୍ଟ୍ରିରେ ଯେଉଁଠି ଗ୍ଲାମରସ ଓ ସୁନ୍ଦର ଅଭିନେତ୍ରୀ ନଜର ଆସନ୍ତି । କିନ୍ତୁ ଇଣ୍ଡଷ୍ଟ୍ରିର ଅସଲ ଚେହେରା ପୂରାପୂରି ଓଲଟା ଅଟେ । ବଡ ପରଦାରେ ଆମେ ଦେଖୁ କି ସବୁ ଅଭିନେତା ଓ ଅଭିନେତ୍ରୀ ପରସ୍ପର ସହ ମିଶି ରହୁଛନ୍ତି ଓ ପରସ୍ପରର ବନ୍ଧୁ ଅଟନ୍ତି । କିନ୍ତୁ ଅସଲ ଜୀବନରେ ଏମିତି କିଛି ବି ନୁହେଁ । ସେମାନେ ବଡ ପରଦାରେ କେବଳ ନିଜର କିରଦାର କରନ୍ତି । ବଲୀଉଡରେ ଯେତେ ଭଲ ପାଇବା ଅଛି ସେତିକି ପରସ୍ପର ପ୍ରତି ଘୃଣା ବି ଅଛି ।

ଆପଣଙ୍କୁ କହିଦେଉଛୁ କି ବଲୀଉଡରେ ପ୍ରାୟତଃ ସେଲିବ୍ରେଟି ଗୋଟିଏ କିମ୍ବା ଦୁଇଟି ନୁହେଁ ତା ଠାରୁ ଅଧିକ ଥର ବିବାହ କରିଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ତଲାକ ନେଇଥିବା ପୁରୁଷଙ୍କୁ ବିବାହ କରିଛନ୍ତି । ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ସ୍ଵାମୀର ପ୍ରଥମ ପତ୍ନୀଙ୍କୁ ଘୃଣା କରୁଛନ୍ତି ତ ଅନ୍ୟ ପଟେ କିଛି ଅଭିନେତ୍ରୀ ତାଙ୍କ ସହିତ ବନ୍ଧୁତାର ସମ୍ପର୍କ ରଖିଛନ୍ତି ।

ଶିଲ୍ପା ଶେଟ୍ଟୀ : ଶିଲ୍ପା ଶେଟ୍ଟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରିଛନ୍ତି । ରାଜ କୁନ୍ଦ୍ରା ଶିଲ୍ପା ଶେଟ୍ଟୀଙ୍କୁ ବିବାହ କରିବା ପାଇଁ ନିଜର ପ୍ରଥମ ପତ୍ନୀ କବିତା କୁନ୍ଦ୍ରାଙ୍କୁ ତଲାକ ଦେଇ ଦେଲେ । କହିଦେଉଛୁ କି କବିତା କୁନ୍ଦ୍ରା ପ୍ରାୟତଃ ଶିଲ୍ପା ଶେଟ୍ଟୀଙ୍କ ଉପରେ ବହୁତ ଆରୋପ ଲଗାଇଛନ୍ତି, ଯାହା ଦ୍ଵାରା ଶିଲ୍ପା ଶେଟ୍ଟୀଙ୍କ ଇମେଜ ଉପରେ ବହୁତ ପ୍ରଭାବ ପଡିଥିଲା ।

ହେମା ମାଳିନୀ: ବଲୀଉଡର ଡ୍ରିମଗର୍ଲ ହେମା ମାଳିନୀ ଧର୍ମେନ୍ଦ୍ରଙ୍କୁ ବିବାହ କରିଛନ୍ତି । କିନ୍ତୁ ଧର୍ମେନ୍ଦ୍ର ପୂର୍ବରୁ ହିଁ ବିବାହିତ ଥିଲେ । ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ବିବାହ ପରେ ୧୯୮୧ରେ ଧର୍ମେନ୍ଦ୍ରଙ୍କ ପତ୍ନୀ ପ୍ରକାଶ କୌର ଗୋଟିଏ ଇଣ୍ଟରଭିୟୁରେ କହିଥିଲେ କି ହେମା ମାଳିନୀ ଯାହା ବି କରିଲେ ତାହା ଭଲ କରି ନାହାନ୍ତି । ଯଦି ତାଙ୍କ ଜାଗାରେ ମୁଁ ଥିଲେ ଏହିଭଳି କାମ କେବେ ବି କରି ନ ଥାନ୍ତି ।

କରିନା କପୁର: ବଲୀଉଡର ବେବୋ କରିନା କପୁର ନିଜର ଜୀବନସାଥି ଜଣେ ବିବାହିତ ବ୍ୟକ୍ତିକୁ ବାଛିଲେ । ଯିଏକି ତାଙ୍କ ଠାରୁ ବୟସରେ ବହୁତ ବଡ ଥିଲେ । ସୈଫ ଅଲି ଖାନଙ୍କ ପ୍ରଥମ ପତ୍ନୀଙ୍କ ନାଁ ଅମ୍ରିତା ସିଂହ ଅଟେ । ଅମ୍ରିତାଙ୍କ ସହ ଛାଡପତ୍ର ପରେ ସୈଫଙ୍କ ହୃଦୟ କରିନା ଉପରେ ଆସିଥିଲା । ବର୍ତ୍ତମାନ ଦୁଇ ଜଣ ଦୁଇ ସନ୍ତାନଙ୍କ ପିତା ମାତା ଅଟନ୍ତି । ଅମ୍ରିତା ସିଂହ କେବେ ବି ମିଡିଆ ସାମ୍ନାରେ ଖୋଲି କରି କିଛି ବି କହି ନାହାନ୍ତି । କିନ୍ତୁ ଅମ୍ରିତା ସିଂହ ପୁଣି ଥରେ କେବେ ବି ସୈଫ ଅଲି ଖାନଙ୍କ ଘର ଆଡକୁ ଯାଇ ନାହାନ୍ତି ।

ରାନୀ ମୁଖାର୍ଜୀ : ରାନୀ ମୁଖାର୍ଜୀ ଆଦିତ୍ୟ ଚୋପଡାଙ୍କୁ ବିବାହ କରିଛନ୍ତି । ଯିଏକି ପୂର୍ବରୁ ବିବାହିତ ଥିଲେ । ରାନୀ ମୁଖାର୍ଜୀ ଓ ଆଦିତ୍ୟଙ୍କ ଗୋଟିଏ ଝିଅ ଅଛି । କୁହାଯାଉଛି କି ରାନୀ ମୁଖାର୍ଜୀଙ୍କ କାରଣରୁ ଆଦିତ୍ୟ ବିବାହର ୭ ବର୍ଷ ପରେ ନିଜର ପ୍ରଥମ ପତ୍ନୀ ପାୟଲ ଚୋପଡାଙ୍କୁ ତଲାକ ଦେଇ ଦେଇଥିଲେ ।

Leave a Reply

Your email address will not be published. Required fields are marked *