ସକାଳୁ ଦେଖିଲେ ଏହିସବୁ ଜିନିଷ, ଦିନଟି ହବ ଶୁଭ

କୁହାଯାଏ ଦିନର ପ୍ରାରମ୍ଭ ଯେପରି ହୋଇଥାଏ ସେହିପରି ଭାବେ ଦିନଟି କଟିଥାଏ। ଏଥିଲାଗି ଦିନର ଆରମ୍ଭ ଶାନ୍ତ ମନରେ କରିବାକୁ କୁହାଯାଏ। ଶାସ୍ତ୍ର ଅନୁସାରେ ସକାଳ ସମୟରେ ଏଭଳି କିଛି ଜିନିଷ ଦେଖିଲେ ବା ଏମିତି କିଛି କାର୍ଯ୍ୟ ରହିଛି ଯାହାକୁ କରିବା ଦ୍ୱାରା ଦିନଟି ଭଲରେ କଟିଥାଏ ବୋଲି ବିଶ୍ୱାସ ରହିଛି। ଏହି ଛୋଟ ଛୋଟ କଥା ଉପରେ ଧ୍ୟାନ ଦେଲେ ଦିନଟି ଆହୁରି ଭଲ ଭାବେ କଟିପାରିବ। ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ କେଉଁ ଜିନିଷ ଦେଖିବା ବା କେଉଁ କାର୍ଯ୍ୟ କରିବା ଦ୍ୱାରା ଦିନଟି ଭଲରେ କଟିଥାଏ।

ଶାସ୍ତ୍ର ଅନୁସାରେ ହାତ ପାପୁଲିରେ ସୃଷ୍ଟି ରଚନାକାରୀ ବ୍ରହ୍ମା, ଧନ ଦେବୀ ଲକ୍ଷ୍ମୀ ଓ ସୁଖ ସମୃଦ୍ଧି ଦେବୀ ସରସ୍ୱତୀ ବାସ କରିଥାନ୍ତି। ଏଥିଲାଗି ସକାଳ ସମୟରେ ଉଠିବା ପରେ ନିଜ ହାତ ପାପୁଲି ଦେଖି ଭଗବାନଙ୍କୁ ସ୍ମରଣ କରିବା ଉଚିତ। ସକାଳ ଘରୁ ବାହାରିବା ସମୟରେ ଗାଈ ଦେଖିଲେ ବା ଗାଈର ରଡ଼ି ଶୁଣିବା ଶୁଭ ହୋଇଥାଏ।

ସକାଳ ସମୟରେ ପକ୍ଷୀ ଦେଖିଲେ ବା ପକ୍ଷୀ ରାବ କାନରେ ପଡିଲେ ଜାଣିବେ ଦିନଟି ଭଲରେ କଟିବ। ସେହିପରି ସକାଳ ସମୟରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଘରୁ ବାହାରକୁ ଯାଉଥିଲେ ମନ୍ଦିର ଦର୍ଶନ ବା ମନ୍ଦିର ଘଣ୍ଟି ଶଦ୍ଦ ଶୁଣିବା ଶୁଭ। ମନ୍ଦିର ଘଣ୍ଟି ଶୁଣିବା ଦ୍ୱାରା ସବୁ କାର୍ଯ୍ୟରେ ସଫଳତା ମିଳିଥାଏ। ସକାଳ ସମୟରେ ସୁନା,ତମ୍ୱା, ଘାସ ଦେଖିବା ଅତ୍ୟନ୍ତ ଶୁଭ ବୋଲି ଧରା ଯାଇଥାଏ।

Leave a Reply

Your email address will not be published. Required fields are marked *