ସକାଳୁ କେଶ ଧୋଇବା ପୂର୍ବରୁ AloeVera କୁ ନିଜ କେଶ ରେ ଏହି ପରି ଲଗାନ୍ତୁ ଓ ଦେଖନ୍ତୁ ଚମତ୍କାର

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଯାଇଥାଏ । ଯାହା ଦ୍ୱାରା ଆମକୁ ଅନେକ ପ୍ରକାର କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡିଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ବଜାର ରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ ସେବନ କରିଥାଉ । ଅନେକ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ଲୋଡି ଥାଉ । କିନ୍ତୁ ସେଥିରୁ ବିଶେଷ ପ୍ରଭାବ ପଡି ନ ଥାଏ । କେଶ ଜନିତ ରୋଗ ଥରେ ହୋଇଗଲେ ତାହା ଦୁର ହେବା ଏତେ ସହଜ ହୋଇ ନ ଥାଏ ।

ଖାସ କରି ବର୍ତ୍ତମାନ ସମୟ ରେ ଅଧିକ କେଶ ଜନିତ ସମସ୍ୟା ଦେଖିବାକୁ ମିଳୁଛି । ଏହାର ଅନେକ କାରଣ ମଧ୍ୟ ରହିଛି । ଯଦି ଆପଣଙ୍କ ର ଅଧିକ କେଶ ଝଡୁଥାଏ କିମ୍ବା ଆପଣ ଚନ୍ଦା ହୋଇଯାଇଥାନ୍ତି ତେବେ ଆପଣଙ୍କ ମୁହଁ ବହୁତ ଖରାପ ଦେଖା ଯାଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଯେଉଁ ଉପାୟ ଟି କହିବୁ ତାହାକୁ ଗାଧୋଇବା ପୂର୍ବରୁ ବା ନିଜ କେଶ ଧୋଇବା ପୂର୍ବ ରୁ ଏପରି ଭାବ ରେ ପ୍ରୟୋଗ କଲେ ଆପଣଙ୍କ କେଶ କେବେ ବି ଝଡି ନ ଥାଏ ଓ ବହୁତ ଲମ୍ବା କଳା ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ବନ୍ଧୁଗଣ ପ୍ରଥମେ ଗୋଟିଏ ଖଣ୍ଡ ଏଲୋଭେରା ନିଅନ୍ତୁ । ଏହାପରେ ଏହାର ଦୁଇ ପାଖ ଅଂଶ ଅର୍ଥାତ ଏଥିରେ ଯେଉଁ କଣ୍ଟା ଅଂଶ ଥାଏ ତାହାକୁ କାଟି ଦିଅନ୍ତୁ । ଏହାପରେ ଏହାର ମଝି ରୁ ଏହାକୁ ସମାନ ଭାବରେ ଦୁଇ ଫାଳ କରି କାଟି ଦିଅନ୍ତୁ । ଏହାପରେ ଛୁରୀ ଦ୍ଵାରା ଏହାକୁ ବଡ଼ ବଡ଼ ଖଣ୍ଡ ରେ କାଟି ଦିଅନ୍ତୁ । ସେହି ଖଣ୍ଡ ଉପରେ ଲମ୍ବା କରି ଗାର ଟାଣିଲା ଭଳି କରିଦିଅନ୍ତୁ । ଏହା ପରେ ପୁଣିଥରେ ଏହା ଉପରେ ଚଉଡା ଭାବରେ ଗାର ଟାଣିଲା ଭଳି କାଟି ଦିଅନ୍ତୁ । ଏପରି କରିବା ଦ୍ଵାରା ସେଥିରେ ଥିବା ସମସ୍ତ ରସ ଅତି ସହଜ ରେ ବାହାରିଯିବ ।

ଆପଣଙ୍କୁ ଯଦି ଏଲୋଭେରା ଗଛ ନ ମିଳୁଛି ତେବେ ଆପଣ ବଜାର ରେ ମିକୁଥିବା ଏଲୋଭେରା ଜେଲ କୁ ମଧ୍ୟ ବ୍ୟବହାର କରିପାରିବେ କିନ୍ତୁ ସେଥିରେ କିଛି ପରିମାଣ ରେ ରାସାୟନିକ ଦ୍ରବ୍ୟ ରହିଥାଏ ଯାହା ଆମ କେଶ ପାଇଁ ବହୁତ କ୍ଷତିକାରକ ହୋଇଥାଏ । କିନ୍ତୁ ଆମେ ଆପଣଂକୁ ଯାହା କରିବା ପାଇଁ କହୁଛୁ ସେଥିରୁ ଆପଣଂକୁ ଭଲ ଏଲୋଭେରା ର ଜେଲ ମିଳିଥାଏ । ଏହା ପରେ ଆପଣ ସେହି ଖଣ୍ଡ କୁ ଆଣି ଗାଧୋଇବା ପୂର୍ବରୁ ନିଜ କେଶ ରେ ଭଲ ଭାବରେ ଓ ଅଧିକ ପରିମାଣ ରେ ଲଗାନ୍ତୁ । ଯଦି ଆପଣ ଏହାକୁ ଗୋଟିଏ ରାତି ପୂର୍ବ ରୁ ନିଜ କେଶ ରେ ଲଗାଇ କରି ତା ପର ଦିନ ସକାଳେ ମୁଣ୍ଡ ଧୋଇବେ ।

ତେବେ ଏହା ଆହୁରି ମଧ୍ୟ ଭଲ ଭାବରେ କାମ କରିଥାଏ । ଏହାକୁ ସମ୍ପୂର୍ଣ୍ଣ କେଶ ରେ ଲାଗିବାର କୌଣସି ଆବଶ୍ୟକତା ନାହିଁ ଏହାକୁ କେବଳ ଆପଣ ନିଜ କେଶ ର ମୂଳ ରେ ଲଗାନ୍ତୁ । ଏହାକୁ ସମସ୍ତ ଅଂଶ ରେ ଲଗେଇ ସାରିବା ପରେ ଆଙ୍ଗୁଠି ଦ୍ଵାରା ଭଲ ଭାବରେ ମାଲିସ କରିଦିଅନ୍ତୁ । ଏହା ପରେ କିଛି ସମୟ ପରେ ନିଜର କେଶ କୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏଲୋଭେରା କେଶ ପାଇଁ ବହୁତ ଭଲ ହୋଇଥାଏ । ଏହା କୌଣସି ଖରାପ ପ୍ରଭାବ ପକାଇ ନ ଥାଏ । ଏହାକୁ ସପ୍ତାହ କୁ ଦୁଇ ଥର କରିବା ଦ୍ୱାରା ଆପଣ ଦେଖିବେ ଆପଣଙ୍କ ର କେଶ ଝଡ଼ିବା ବନ୍ଦ ହୋଇଯିବ ଓ ଆପଣଙ୍କ କେଶ ସମ୍ପୂର୍ଣ୍ଣ କଳା,ଲମ୍ବା ଓ ମଜବୁତ ରହିବ ।

ତେବେ ବନ୍ଧୁଗଣ ଏହାକୁ ନିଶ୍ଚୟ ବ୍ୟବହାର କରନ୍ତୁ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *