ଶାସ୍ତ୍ର ଏବଂ ପୁରାଣରେ ବହୁତ କଥା ଏମିତି କୁହା ଯାଉଛି ଯାହା କରିବା ଦ୍ୱାରା ମଣିଷ ନିଜ ଜିବନ ପରିବର୍ତ୍ତନ କରି ପାରିଥାଏ । ତେବେ କଣ କରିବା ଉଚିତ ଆଉ କଣ କରିବା ଦ୍ୱାରା ମଣିଷ ଜିବନ ନର୍କ ହୋଇଥାଏ ତାହା ବିଷୟରେ ମଧ୍ୟ ବିସ୍ତାର ସହ କୁହା ଯାଇଛି । ଶାସ୍ତ୍ରରେ ସ୍ପଷ୍ଟ ଭାବରେ କୁହା ଯାଇଛି ଯେ ସକାଳେ ଉଠି କଣ ଦେଖିଲେ ମଣିଷକୁ ଲାଭ ମିଳିଥାଏ ଆଉ କଣ କଣ ଦେଖିଲେ ଘରେ ଅନିଷ୍ଠ ଘଟିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ବିସ୍ତାର ସହ କହିବାକୁ ଯାଉଛୁ ।
ତେବେ ଆସନ୍ତୁ ବାସ୍ତୁ ଅନୁଯାଇ କଣ ନକରିବା ଉଚିତ ତାହା ବିଷୟରେ ଆଗ ଜାଣିବା :
୧- ଶାସ୍ତ୍ର ଅନୁଯାଇ ସକାଳୁ ଉଠି ଝଗଡା କରିବା ବା ଝଗଡା କରୁଥିବା ବ୍ୟକ୍ତି ଚେହେରା ଦେଖିବା ଉଚିତ ନୁହଁ ଏହା କରିବା ଦ୍ବାରା ଆପଣଙ୍କ ମନକୁ ବହୁତ କଷ୍ଟ ହୋଇଥାଏ ଆଉ ଆପଣଙ୍କ ଦିନ ବହୁତ ଖରାପ ଯାଇଥାଏ ।
୨- ସକାଳୁ ଉଠି ବିନା ସ୍ନାନରେ ପୂଜା ସ୍ଥଳକୁ ଯିବା ଉଚିତ ନୁହଁ ଆଗ ଆପଣ ସ୍ନାନ କରି ପବିତ୍ର ହୋଇ ଯାଆନ୍ତୁ ତା ପରେ ପୂଜା ସ୍ଥଳକୁ ଯିବେ ।
୩- ଶାସ୍ତ୍ର ଅନୁଯାଇ ମଣିଷକୁ ସକାଳୁ ଉଠି ନିଜ ଚେହେରା ବା ଅନ୍ୟ ମାନଙ୍କ ଚେହେରା ଆଇନାରେ ଦେଖିବା ଉଚିତ ନୁହଁ ।
୪- ସକାଳୁ ଉଠି ଯଦି ଚରିତ୍ର ହିନ ଲୋକଙ୍କ ଚେହେରା ଦେଖନ୍ତି ତେବେ ଆପଣଙ୍କ ଦିନ କେବଳ କାମ ବାସନା ରେ ଯିବ ଆଉ ଆପଣ ଅନ୍ୟ କିଛି କାମ କରି ପାରିବେ ନାହିଁ ।
ତେବେ ଆସନ୍ତୁ ଜାଣିବା ସକାଳୁ ଉଠି କଣ କଣ କାମ କରିବା ଉଚିତ ଯାହା ଦ୍ଵାରା ଆପଣଙ୍କ ସମୟ ଭଲ ରହିବ :
୧- ସକାଳୁ ଉଠି ଯେଉଁ ଘର ସାନ ମାନେ ନିଜ ବଡ ଗୁରୁଜନ ମାନଙ୍କ ପାଦ ଛୁଇଁ ଥାନ୍ତି ସେହି ଘରେ ସୁଖ ସମୃଦ୍ଧି ଆସିଥାଏ ।
୨- ସକାଳୁ ଉଠି ଯେଉଁ ବ୍ୟକ୍ତି ବିଲରେ ଫସଲ ଦେଖିଥାନ୍ତି ତାଙ୍କ ଜୀବନରେ ଧନର ବର୍ଷା ହବା ସହ ଶାନ୍ତି ପ୍ରାପ୍ତ ହୋଇଥାଏ ।
୩- ଯେଉଁ ବ୍ୟକ୍ତି ସକାଳୁ ଉଠି ଗାଈ ର ଦର୍ଶନ କରିଥାନ୍ତି ତାଙ୍କୁ ଜୀବନରେ ସବୁକିଛି ମିଳିଥାଏ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।