ବଲୀଉଡରେ ଏମିତି କିଛି ଅଭିନେତା ଅଛନ୍ତି ଯାହାଙ୍କ ନା ଗୋଟେ ଚଳଚିତ୍ରକୁ ହିଟ କରିବା ପାଇଁ ବହୁତ ଅଟେ, ଏହି ଅଭିନେତା ମାନଙ୍କ ମଧ୍ୟରୁ ପ୍ରଥମ ନାମ ସଲମାନ ଖାନଙ୍କ ଆସିଥାଏ ସଲମାନ ଖାନ ଏମିତି ଜଣେ ଅଭିନେତା ଯିଏ ବହୁତ ଖରାପ ସମୟ ଦେଖି ମଧ୍ୟ ଆଜି ବହୁତ ବଡ ନାମ ଅଟନ୍ତି । ତାଙ୍କୁ ଦର୍ଶକ ମାନେ ଏତେ ପସନ୍ଦ କରିଥାନ୍ତି ଯେ କେବଳ ସଲମାନ ଖାନ ଅଛନ୍ତି ଶୁଣି ସେଫିଲ୍ମ ଦେଖିବାକୁ ଯାଇଥାନ୍ତି ।
ଗତ କିଛି ବର୍ଷ ଧରି ସଲମାନ ଖାନ ବଲୀଉଡ ଉପରେ ରାଜ କରୁଛନ୍ତି ଓ ତାଙ୍କ ଅନୁଯାଇ ବଲୀଉଡ ଦୁନିଆ ମଧ୍ୟ ଚାଲିଛି ।

ସଲମାନ ଖାନ ନିଜ ସମୟରେ ବହୁତ କଷ୍ଟ କରିଛନ୍ତି ସଲମାନ ଖାନ ବାପା ସଲିମ ଖାନ ଫିଲ୍ମ ଲେଖକ ରହୁଥିଲେ କିନ୍ତୁ ସଲମାନ ଖାନ ସ୍କ୍ରିନ ଉପରେ ହିରୋ ଅଭିନୟ କରିବା ପାଇଁ ଇଛା କରୁଥିଲେ ଏହି ପାଇଁ ତାଙ୍କୁ ବହୁତ ଜାଗାରେ କାମ ମାଗିବାର ମଧ୍ୟ ବହୁତ ଲୋକ ଦେଖିଛନ୍ତି, ତେବେ ଖବର ଅନୁଯାଇ ସଲମାନ ଖାନ ଆନନ୍ଦ ଗିରଧର ପ୍ପାଖକୁ ମଧ୍ୟ କାମ ମାଗିବା ପାଇଁ ଯାଇଥିଲେ କିନ୍ତୁ ସେ ସଲମାନ ଖାନଙ୍କୁ କାମ ଦବାରୁ ମନା କରିଥିଲେ ଓ ଷ୍ଟୂଡିଓରୁ ଧକ୍କା ମାରି ବାହାର କରିଥିଲେ ।

ଆପଣ ମାନଙ୍କୁ ବହୁତ ପ୍ପୁରୁଣା କ୍ୟାମପା କୁଲା ବିଜ୍ଞାପନ ମାନେ ଥିବ ଯାହା ମୁମ୍ବାଇ ତାଜ ହୋଟେଲରେ ସୁଟ କରା ଯାଇଥିଲା ଏହି ବିଜ୍ଞାପନରେ ସଲମାନ ଖାନ ଓ ଟାଇଗର ଶ୍ରଫ ମା ଦୁହେଁ ଏକାଠି କାମ କରିଥିଲେ ଏହି ବିଜ୍ଞାପନ ପାଇଁ ସଲମାନ ଖାନଙ୍କୁ ସେହି ସମୟରେ ୭୫୦ ଟଙ୍କା ମିଳିଥିଲା । କିନ୍ତୁ ଏହି ବିଜ୍ଞାପପନ ପରେ ତାଙ୍କ ଫିସ ବଢିକି ୧୫୦୦ ହୋଇଥିଲା କାହିଁକିନା ଏହି ବିଜ୍ଞାପନରେ ସଲମାନ ଖାନ ଟାଇଗର ଶ୍ରଫ ମା ସହ କାମ କରିଥିଲେ ଯିଏ ସେହି ସମୟ ବହୁତ ସଫଳ ଅଭିନେତ୍ରୀ ଥିଲେ ।

୧୯୮୮ରେ ସଲମାନ ଖାନ ପ୍ରଥମ ଥର ଚଳଚିତ୍ରରେ କାମ କଲେ ଯାହା ନା ଥିଲା “ବିୱି ହୋ ତୋ ଏସି” ଏହି ଫିଲ୍ମରେ ସଲମାନ ଖାନ ରେଖାଙ୍କ ଦିଅର ଭାବରେ କାମ କରିଥିଲେ କିନ୍ତୁ ଏହି ଫିଲ୍ମ ମଧ୍ୟ ସଲମାଙ୍କୁ ତାହା ଦେଇ ପାରିଲା ନାହିଁ ଯାହା ସେ ଖୋଜୁଥିଲେ । ତାଙ୍କୁ ଦର୍ଶକ ମାନେ ଭଲ ଭାବରେ ଚିହ୍ନିଲେ ଯେତେବେଳେ ତାଙ୍କ ଚଳଚିତ୍ର “ମେନେ ପୟାର କିଆ” ଆସିଥିଲା ଏହି ଫିଲ୍ମ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ଏହା ପରେ ସଲମାନ ଖାନଙ୍କୁ ବହୁତ ଚଳଚିତ୍ରରେ କାମ ମିଳିବା ଆରମ୍ଭ ହୋଇଥିଲା ।