ସଂସାର ଉଜାଡିଦେଲା ଗୁଡି ସୂତା, ସ୍ତ୍ରୀ ପାଖରୁ ସ୍ଵାମୀଙ୍କୁ ନେଲା ଛଡେଇ…. ସମ୍ପୁର୍ଣ୍ଣ ଘଟଣା ଜାଣି ଆପଣଙ୍କ ଆଖିରେ ଆସିଯିବ ଲୁହ

ବନ୍ଧୁଗଣ ଆପଣ ମାନେ ଏହି ଭିଡିଓରେ କେଉଁ ଛବି ଦେଖୁଛନ୍ତି ତାହା ହେଉଛନ୍ତି ନୂଆ ବିବାହ କରିଥିବା ସ୍ଵାମୀ ସ୍ତ୍ରୀ । ବିବାହ ସମୟରେ ଏହି ନବ ଦମ୍ପତି ଏପରି ପୋଜରେ ଫୋଟୋ ଉଠାଇଥିଲେ । ସାରା ଜୀବନ ହାତ ଧରି ଚାଲିବାକୁ ସ୍ଵପ୍ନ ଦେଖିଥିଲେ ଦୁଇ ଦମ୍ପତି କିନ୍ତୁ ତାଙ୍କର ସ୍ଵପ୍ନ ଅଧାରେ ରହିଗଲା । ବାହାଘରର ମାତ୍ରା ୬ ମାସ ନ ହେଉଣୁ ଗୋଟେ ଗୁଡିର ସୂତା ପାଇଁ ଯୁବକଙ୍କ ଜୀବନ ଚାଲିଗଲା ।

ଏହି କାହାଣୀ ହେଉଛି ଜୟନ୍ତ ସାମଲ ଓ ତାଙ୍କ ସ୍ତ୍ରୀଙ୍କର ଯାହା ହୃଦୟ ବିଦାରକ କାହାଣୀ । ଦୁହେଁ ବିବାହ ପରେ କଟକ ସ୍ଥିତ ନିଜ ଶ୍ଵଶୁର ଘରକୁ ଯାଉଥିଲେ । ଦୁର୍ଭାଗ୍ୟ ବଶତ ବାଟରେ ଯାଇଥିବା ସମୟରେ ଜୟନ୍ତଙ୍କ ବେକରେ ଗୁଡିର ସୂତା ଲାଗିବା ପରେ ଜୟନ୍ତ ହଟାତ ଗାଡିରୁ ପଡି ଯାଇଥିଲେ । ଏହା ପରେ ତାଙ୍କୁ ଲୋକ ମାନେ ହସପିଟାଲ ନେବା ପରେ ଡାକ୍ତର ଜୟନ୍ତଙ୍କୁ ମୃତ ଘୋଷଣା କରିଥିଲେ ।

କିନ୍ତୁ ଜୟନ୍ତଙ୍କ ସ୍ତ୍ରୀଙ୍କର ବିଶେଷ କିଛି ହୋଇ ନାହି । କହିବାକୁ ଗଲେ ଗୁଡି ଉଡାଇବା କାହା ପାଇଁ ସଉକ ହୋଇପାରେ ଟ ଆଉ କାହା ପାଇଁ ପ୍ରତିଯୋଗୀତା ଖେଳ ହୋଇପାରେ । କିନ୍ତୁ ଏଠାରେ ଜୟନ୍ତଙ୍କ ପାଇଁ କାଳ ସାଜିଲା ଗୁଡି । ନୂଆ କରି ସଂସାର ଗଢିଥିବା ନବ ଦମ୍ପତିଙ୍କ ସଂସାର ଆରମ୍ଭ ହେବା ପୂର୍ବରୁ ଭାଙ୍ଗି ଗଲା । ଜଣଙ୍କ ମଥାରୁ ସିନ୍ଦୁର ଲିଭିଗଲା । ଏଭଳି ଘଟଣା ପୂର୍ବରୁ ଘଟିଥିଲେ ମଧ୍ୟ ଆଜି ଯାଏଁ ଏହାକୁ ରୋକି ହେଲା ନାହି ।

ଜୟନ୍ତଙ୍କ ଅକାଳ ବିୟୋଗ ପରେ ସ୍ଥାନୀୟ ଲୋକ ମାନେ ଦାବି କରିଛନ୍ତି ମାଞ୍ଜା ସୂତାକୁ ସରକାର ବନ୍ଦ କରିବା ସହ ଯେଉଁ ପିଲା ମାନେ ଗୁଡି ଉଡାଉଥିଲେ ସେମାନକୁ ଆରେଷ୍ଟ କରାଯାଉ । ଜୟନ୍ତଙ୍କ ଜୀବନ ଯେଭଳି ଭାବେ ଗଲା ତାହା କେହି କେବେ ଆଶା କରି ନ ଥିବେ । ରାସ୍ତା ମଝିରେ ଜୟନ୍ତଙ୍କ ସ୍ତ୍ରୀ ଅସହାୟ ହୋଇ ପଡିଛନ୍ତି କିନ୍ତୁ ଲୋକ ମାନେ କେହି କିଛି କରିପାରୁ ନାହାନ୍ତି ।

ଜୟନ୍ତଙ୍କ ସମ୍ପର୍କୀୟ ମାନେ କହିଛନ୍ତି ଯେ ଯଦି ଏହି ଗୁଡି ଉଦା ବନ୍ଦ ହୋଇଯିବ ତେବେ କାହାରି କିଛି ଖ୍ଯାତି ହେବ ନାହି ଯାହା ବାସ୍ତବରେ ପ୍ରକୃତ ସତ କଥା । ଗୁଡି ଉଡା ବନ୍ଦ ହୋଇଗଲେ କୌଣସି କ୍ଷତି ହେବ ନାହି ବୋଲି ଦାବି ହୋଇଛି । ଏଥିରେ ସରକାର କୌଣସି ବଡ ରାଜସ୍ଵ ମଧ୍ୟ ପାଉ ନାହାନ୍ତି ଯାହା ପାଇଁ କିଛି କ୍ଷତି ହୋଇପାରେ ବୋଲି ଜୟନ୍ତଙ୍କ ସମ୍ପର୍କୀୟ ମାନେ ମତ ଦେଇଛନ୍ତି । ତେବେ ଏହି ଘଟଣା ହୃଦୟ ବିଦାରକ ଅଟେ ଯାହା ସମସ୍ତଙ୍କୁ ସ୍ତବ୍ଧ କରି ରଖି ଦେଇଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *