ଡିସେମ୍ବର 31 ଶେଷ ତାରିଖ, ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ସାରି ଦିଅନ୍ତୁ ଏହି 3ଟି କାମ…. ଆସିବ ନୂଆ ନିୟମ! ଦେଖନ୍ତୁ କଣ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ୨୦୨୧ ଶେଷ ହେବାକୁ ଆଉ କେତେ ଦିନ ବାକି ରହିଛି । ଆସିବାକୁ ଯାଉଛି ନୂଆବର୍ଷ ୨୦୨୨ । ନୂଆବର୍ଷ ଆରମ୍ଭରୁ ଲାଗୁ ହେବ ନୂଆ ନିୟମ । ଏଥିପାଇଁ ୨୦୨୧ ଶେଷ ସୁଧା ସାରି ଦିଅନ୍ତୁ ସବୁ ବାକି ରହିଥିବା ପୁରୁଣା କାମ । ଡିସେମ୍ବର ୩୧ ତରାଇଖ ସିଧା ବିଭିନ୍ନ ଆର୍ଥିକ କାରୋବାର ସମ୍ପର୍କିତ କାମ ଶେଷ କରିବାକୁ ସରକାର ଗାଇଡ ଲାଇନ ଦେଇଛନ୍ତି । ବର୍ଷ ଶେଷ ହେବା ପୂର୍ବରୁ କାମ ଶେଷ କରିବା ଆବଶ୍ୟକ ରହିଛି । ତେବେ ଆସନ୍ତୁ ଜାଣିବା ସେହି କାମ ଗୁଡିକ କଣ ରହିଛି ।

୧- ଆୟକର ଋଟର୍ନ ଦାଖଲ : ୨୦୨୦-୨୦୨୧ ର ଆୟକର ଋଟର୍ନ ଦାଖଲ ପାଇଁ ଚଳିତ ମାସ ଡିସେମ୍ବର ୩୧ ତାରିଖ ରଖା ଯାଇଛି । ପୂର୍ବରୁ ସରକାର ଏହି ତାରିଖକୁ ଦୁଇ ଥର ଘୁଞ୍ଚାଇଛନ୍ତି । ପ୍ରଥମେ ଜୁଲାଇ ୩୧ରୁ ସେପ୍ଟେମ୍ବର ୩୦କୁ ଓ ପରେ ସେପ୍ଟେମ୍ବର ୩୦ରୁ ଡିସେମ୍ବର ୩୧ ଯାଏଁ ତାରିଖ ବଢା ଯାଇଛି । ଆୟକର ପୋର୍ଟାଲରେ ଅସୁବିଧା ଯୋଗୁ ତାରିଖ ବୃଦ୍ଧି କରା ଯାଇଛି । ଆୟକର ଋଟର୍ନ ଦାଖଲ ପାଇଁ ବିଭିନ୍ନ ମହାରୁ ଦାବି ହୋଇଥିଲେ ମଧ୍ୟ ଲୋକ ମାନେ ଏହାର ଅପେକ୍ଷା ନ କରି ଧାର୍ଯ୍ୟ ତାରିଖ ପୂର୍ବରୁ ସେମାନଙ୍କ କାମ ଶେଷ କରିବା ଉଚିତ ।

୨- ଜୀବନ ପ୍ରମାଣ ପତ୍ର ଦାଖଲ : ଅବସର ପ୍ରାପ୍ତ କରିଥିବା ଲୋକଙ୍କ ପାଇଁ ଜୀବନ ପ୍ରମାଣ ପତ୍ର ଦାଖଲ କରିବା ପାଇଁ ବ୍ୟବସ୍ଥା ରହିଛି । ପ୍ରତିବର୍ଷ ନଭେମ୍ବର ୩୦ ସୁଧା ଉକ୍ତ ପ୍ରମାଣ ପତ୍ର ଦାଖଲ କରିବାର ନିୟମ ରହିଥାଏ । କିନ୍ତୁ ଚଳିତ ବର୍ଷ ଡିସେମ୍ବର ୩୧ ସୁଧା ଉକ୍ତ ପ୍ରମାଣ ପତ୍ର ଦାଖଲ କରିବା ପାଇଁ ସମୟ ସୀମା ବୃଦ୍ଧି ହୋଇଛି । ପେନସନ ପାଇବାରେ ଅସୁବିଧା ନ ହେବା ପାଇଁ ଉକ୍ତି ପ୍ରମାଣ ପତ୍ର ଦାଖଲ କରିବାର ଆବଶ୍ୟକତା ରହିଥାଏ ।

୩- DEMAT ଆକାଉଣ୍ଟରେ KYC ସୂଚନା : ଦିମାଟ ଓ କ୍ରେଡିଟ ଆକାଉଣ୍ଟରେ KYC ସୂଚନାକୁ ଯୋଡିବା ଲାଗି ସେବି ଡିସେମ୍ବର ୩୧ ଯାଏଁ ସୁଯୋଗ ଦେଇଛି । ପୂର୍ବରୁ ସେପ୍ଟେମ୍ବର ୩୦ ସୁଧା ଏହା କରିବାକୁ କୁହା ଯାଇଥିଲା । କିନ୍ତୁ ପରେ ସେବି ଏହାକୁ ଡିସେମ୍ବର ୩୧ ତାରିଖ ଯାଏଁ ସମୟ ସୀମା ବୃଦ୍ଧି କରିଛି ।

ତେବେ ନୂଆବର୍ଷ ଆରମ୍ଭ ହେବ ପରେ ଲୋକ ମାନଙ୍କର ଖର୍ଚ୍ଚ ବୃଦ୍ଧି ହୋଇପାରେ । ଜାନୁଆରୀ ୧ ୨୦୨୨ ଆରମ୍ଭରୁ ଜୋତା ଠାରୁ ଆରମ୍ଭ କରି ଖାଇବା ସବୁ କିଛି ମହଙ୍ଗା ହେବାକୁ ଯାଉଛି । ଯାହାକୁ ନେଇ ବର୍ତ୍ତମାନ ଦେଶବାସୀ ଚିନ୍ତା ରେ ପଡିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ନୂଆ ଗାଇଡ ଲାଇନ ବିଷୟରେ ମତାମତ କଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *