ସାବିତ୍ରୀ ବ୍ରତରେ ଭୁଲରେ ବି ଏହି କାମ କରନ୍ତୁ ନାହିଁ, ସ୍ଵାମୀଙ୍କ ଜୀବନ ଉପରେ ଆସେ ସଙ୍କଟ

ବନ୍ଧୁଗଣ ଓଡିଆ ମାନଙ୍କର ମୁଖ୍ୟ ପର୍ବ ହେଉଛି ସାବିତ୍ରୀ ବ୍ରତ । ଓଡିଶାର ସବୁ ବିବାହିତା ମହିଳା ମାନେ ଏହି ସାବିତ୍ରୀ ବ୍ରତ କରିଥାନ୍ତି । ଏହି ପର୍ବ ରେ ଓଡିଆ ନାରୀ ମାନେ ସେମାନଙ୍କ ସ୍ବାମୀଙ୍କ ଦୀର୍ଘ ଆୟୁଷ ପାଇଁ ବ୍ରତ ରଖିଥାନ୍ତି । ସମସ୍ତ୍ୟ ମହିଳା ମାନଙ୍କର ଇଚ୍ଛା ଥାଏ ସେମାନେ ସାବିତ୍ରୀ ଙ୍କ ଭଳି ସଧବା ରହିବା ପାଇଁ ।

ସେଥିପାଇଁ ସଧବା ନାରୀ ମାନେ ନିଷ୍ଠାର ସହ ଏହି ବ୍ରତ ପାଳନ କରିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁଯାୟୀ ଏହି ଭୁଲ ଗୁଡିକ କରିବା ଦ୍ଵାରା ସ୍ଵାମୀ ମାନଙ୍କର ଆୟୁଷ କମ ହୋଇ ଯାଇପାରେ । ଚଳିତ ବର୍ଷ ମେ ୧୯ ତାରିଖ ଶୁକ୍ରବାର ଦିନ ପଡୁଅଛି ସାବିତ୍ରୀ ବ୍ରତ ବା ସାବିତ୍ରୀ ଅମାବାସ୍ୟା । ତେବେ ଚାଲନ୍ତୁ ଜାଣିବା ସେହି ଭୁଲ ବିଷୟରେ ବିସ୍ତାର ଭାବେ ।

୧- ଯଦି ନାରୀ ମାନେ ସାବିତ୍ରୀ ବ୍ରତ ରେ କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତି ତେବେ ଏହା ଅଶୁଭ ହୋଇଥାଏ । ତେଣୁ ନାଲି ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ । କାରଣ ନାଲି ରଙ୍ଗ ମା ସାବିତ୍ରୀ ଙ୍କର ପ୍ରିୟ ରଙ୍ଗ ଅଟେ ।

୨- ଯଦି ଆପଣଙ୍କ ବଂଶରେ ମୃତ୍ୟୁବରଣ କରିଛନ୍ତି ତେବେ ସେହି ଘରର ବିବାହିତ ମହିଳା ମାନେ ସାବିତ୍ରୀ ବ୍ରତ ରଖନ୍ତୁ ନାହି କିମ୍ବା ମନ୍ଦିର ଯାଆନ୍ତୁ ନାହି । ଶାସ୍ତ୍ର ଅନୁଯାୟୀ ପରିବାରରେ କାହାର ମୃତ୍ୟୁ ହୋଇଛି ବା ଛୋଟ ଶିଶୁର ଜନ୍ମ ହୋଇଛି ତେବେ ସେହି ସମୟରେ ପୂଜା ପାଠ କରିବା ନିଷେଧ ଅଟେ ।

୩- ସାବିତ୍ରୀ ଅମାବାସ୍ୟା ଦିନ ସଧବା ନାରୀ ମାନେ ଉପବାସ କରିଥାନ୍ତି । କିନ୍ତୁ ମହିଳା ମାନଙ୍କୁ କିଛି କାମ ରୁ ଏହି ଦିନ ନିବୃତ୍ତ ରହିବା ଉଚିତ । ଯେମିତି ସିଲେଇ କରିବା, ମାଟି ଖୋଳିବା, କୌଣସି ସାମଗ୍ରୀ କାଟିବା ବା ପନିପରିବା କାଟିବା ବାରଣ ଅଟେ । ତେଣୁ ଏହି ସବୁ କାମ ନାରୀ ମାନେ ସାବିତ୍ରୀ ବ୍ରତ ରେ ଭୁଲରେ ବି କରନ୍ତୁ ନାହି ।

୪- ସାବିତ୍ରୀ ବ୍ରତ ରଖିଥିବା ମହିଳା ମାନେ ସେହି ଦିନ ଶାରୀରିକ ସମ୍ପର୍କ ରଖନ୍ତୁ ନାହି । ନଚେତ ଅନେକ ସମସ୍ଯା ହୋଇପାରେ ।

୫- ସାବିତ୍ରୀ ଅମାବାସ୍ୟା ଦିନ ରାତିରେ କପଡା ବାହାରେ ସୁଖାନ୍ତୁ ନାହି । ଏହା ଦ୍ଵାରା ଖରାପ ଶକ୍ତି ର ପ୍ରଭାବ ପଡିଥାଏ । ତେଣୁ ଭୁଲରେ ଏମିତି କରନ୍ତୁ ନାହି ।

୬- ସାବିତ୍ରୀ ବ୍ରତ ରେ ପୂଜା କରିଥିବା ନଡିଆ, ଫୁଲ, ଆମ୍ବ ଡାଳ ଇତ୍ୟାଦି କେଉଁ ଠାରେ ରଖିବେ ନାହି । ଏହି ସବୁ ବସ୍ତୁ କୁ ନଦୀ ରେ ବିସର୍ଜନ କରିବା ଉଚିତ । ଏହା ଦ୍ଵାରା ବ୍ରତ ବା ଓଷା ସଫଳ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *