ଶନିବାର ଦିନ କରନ୍ତୁ ଏହି ୪ଟି ଉପାୟ, ଚମକିବ ଆପଣଙ୍କ ଭାଗ୍ୟ

ଶନିବାର ଦିନ ଶନିଦେବ ଏବଂ ହନୁମାନଙ୍କୁ ସମର୍ପିତ ହୋଇଥାଏ । ଦୁଇ ଜଣଙ୍କର କୃପା ଯେଉଁ ବ୍ୟକ୍ତି ଉପରେ ପଡିଯାଏ ସେହି ବ୍ୟକ୍ତି ସବୁ ଦୁଖଃରୁ ମୁକ୍ତି ପାଇ ସୁଖର ବରଦାନ ପାଇଥାଏ । ଦୁଇ ଜଣଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଉପାୟର ଆବଶ୍ୟକ ହୋଇଥାଏ ଯାହାକୁ ଧ୍ୟାନରେ ରାଖୀ ଆପଣଙ୍କ ଭାଗ୍ୟ ଚମକି ପାରେ । ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ କହିବୁ ଯାହାକୁ ଶନିବାର ଦିନ କଲେ ଆପଣଙ୍କ ଭାଗ୍ଯର ତାରା ଚମକିବା କୁ ଲାଗିଥାନ୍ତି ।

ତାହେଲେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

– ଶବିବାର ବାର ଦିନ ରାତିରେ ଲାଲ ଚନ୍ଦନରେ ଅନାର କଲମରେ ‘ଓଁ ହ୍ରୀଙ୍ଗ’ କୁ ଭୋଜପତ୍ର ଉପରେ ଲେଖି ପ୍ରତିଦିନ ପୂଜା କରିବା ଦ୍ଵାରା ଅପାର ବିଦ୍ୟା ,ବୃଦ୍ଧିର ପ୍ରାପ୍ତି ହୋଇଥାଏ ।

– ଶନିବାର ଦିନ କଳା କୁକୁର ,କଳା ଗାଈଙ୍କୁ ରୁଟି ଏବଂ କଳା ଚଢେଇଙ୍କୁ ଦାନା ପକାଇଲେ ଜୀବନର ରହିଥିବା କାମ ଦୂର ହୋଇଥାଏ ।

– ଶନିବାର ଦିନ ତେଲରେ ତିଆରି ହୋଇଥିବା ପଦାର୍ଥ ଭିକାରୀଙ୍କୁ ଖୁଆଇଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି ।

– କୌଣସି ବି ଶନିବାର ଦିନ ,କୌଣସି ବି ଶୁଭ ଯୋଗରେ ସନ୍ଧ୍ୟା ସମୟରେ ନିଜ ଲମ୍ବା ସମାନର ଲାଲ ରେଶମୀ ସୂତା ମାପି ନିଅନ୍ତୁ । ପୁଣି ଗୋଟିଏ ବରପତ୍ର ଭାଙ୍ଗନ୍ତୁ । ତାହାକୁ ପରିଷ୍କାର ଜଳରେ ଧୋଇ ପୋଛି ଦିଅନ୍ତୁ । ତାପରେ ପତ୍ର ଉପରେ ସେହି ଲାଲ ରେଶମୀ ସୂତାକୁ ଗୁଡାଇ ଦିଅନ୍ତୁ ଏବଂ ପତ୍ରକୁ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏହାକୁ କରିବା ଦ୍ଵାରା ସବୁ ପ୍ରକାରର ବାଧା ଦୂର ହୋଇଥାଏ ଏବଂ ଭାଗ୍ୟ ଚମକି ଥାଏ ।

Leave a Reply

Your email address will not be published. Required fields are marked *