ଏହି ପୁଷ୍ପ କୌଣସି ବରଦାନଠୁ କମ ନୁହେଁ, ଜାଣନ୍ତୁ ଏହାର ଲାଭ- ଏହି ସବୁ ବଡ ରୋଗରୁ ଦିଏ ମୁକ୍ତି

ଆୟୁର୍ବେଦ ରେ ଶଙ୍ଖପୁଷ୍ପ ବିଷୟ ରେ ଉଲ୍ଲେଖ ହୋଇଛି, ଆୟୁର୍ବେଦ ରେ ଲେଖା ହୋଇଛି କି ଶଙ୍ଖପୁଷ୍ପ ବହୁତ ପ୍ରକାର ରୋଗ କୁ ଭଲ କରିବା ପାଇଁ ଉପଯୁକ୍ତ ଅଟେ । ଶଙ୍ଖପୁଷ୍ପ ଭାରତ ରେ ପଥର ଜାଗା ରେ ମିଳିଥାଏ, ଏହି ପୁଷ୍ପ ଦ୍ଵାରା ଧ୍ୟାନ ବଢି ଥାଏ ଏବଂ ସ୍ମରଣ ଶକ୍ତି ବଢି ଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାଇ ଏବେ ର ପିଢୀ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ଜିନିଷ ଅଟେ ।

ମଧୁମେହ କୁ ନିୟନ୍ତ୍ରିତ କରିଥାଏ :

ଯଦି ଆପଣ ମଧୁମେହ ପରି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ତାହେଲେ ଶଙ୍ଖପୁଷ୍ପ ଆପଣଙ୍କ ପାଇଁ ବରଦାନ ଅଟେ । ଯଦି ଆପଣ ମଧୁମେହକୁ ନିୟନ୍ତ୍ରିତ କରିବାକୁ ଚାହାନ୍ତି ତାହେଲେ ଆପଣଙ୍କୁ ସବୁଦିନ ଶଙ୍ଖପୁଷ୍ପ ର ସେବନ କରିବାକୁ ପଡିବ, ୨-୪ଗ୍ରାମ ଶଙ୍ଖପୁଷ୍ପ ର ଚୂରଣ କୁ ମହୁ ବା ପାଣି ସହ ସକାଳେ ସନ୍ଧ୍ୟା ରେ ସେବନ କଲେ ମଧୁମେହ ପରି ଭୟଙ୍କର ରୋଗ ବି ନିୟନ୍ତ୍ରଣ ରେ ରହି ଥାଏ ।

ରକ୍ତ ବାନ୍ତି :

ରକ୍ତ ବାନ୍ତି ଅଟକେଇବା ପାଇଁ ଶଙ୍ଖପୁଷ୍ପ ର ସେବନ କରିବା ଉଚିତ ଅଟେ, ରକ୍ତ ବାନ୍ତି ଅଟକେଇବା ପାଇଁ ଶଙ୍ଖପୁଷ୍ପ ଅତ୍ୟନ୍ତ ଲାଭକାରୀ ଅଟେ । ରକ୍ତ ବାନ୍ତି ଅଟକେଇବା ପାଇଁ ୪ଚାମଚ ଶଙ୍ଖପୁଷ୍ପ ରସ, ୧ଚାମଚ ଦୂବ ଘାସ ଏବଂ ୧ଚାମଚ ଗିଲୋୟ ରସ ମିଶେଇ ପାଣି ରେ ପିଇଲେ ଜଲ୍ଦି କାମ କରିଥାଏ । ମାତ୍ର ଏହା ନୁହେଁ ଯଦି ଆପଣଙ୍କ ନାକ ରୁ ରକ୍ତ ବହୁଛି ତାହେଲେ ଶଙ୍ଖପୁଷ୍ପ ର ଗୋଟେ ବୁନ୍ଦା ରସ ନିଜ ନାକ ରେ ପକାନ୍ତୁ, ଦେଖିବେ କିଛି ସମୟ ରେ ନାକରୁ ରକ୍ତ ବୋହିବା ବନ୍ଦ ହୋଇ ଯିବ ।

ଚୁଟି ପାଇଁ ଲାଭକାରୀ ଅଟେ :

ଶଙ୍ଖପୁଷ୍ପ ବାଟି କରି ଲଗାଇଲେ ଚୁଟି ଲମ୍ବା ଓ ସୁନ୍ଦର ହୋଇଥାଏ, ଗଛ ଚେର ସହ ବାଟି ନିଅନ୍ତୁ ଏହା ପରେ ସେହି ଲେପ କୁ ମୁଣ୍ଡ ରେ ଲଗାନ୍ତୁ ଏହା କଲେ ଚୁଟି ବଢିଥାଏ ଓ ସୁନ୍ଦର ବି ହୋଇଥାଏ ।

ଗର୍ଭାଶୟ ମଜବୁତ କରିଥାଏ :

ଶଙ୍ଖପୁଷ୍ପ ଗର୍ଭ ଧାରଣ ସମୟ ରେ ସେବନ କଲେ ଶକ୍ତି ମିଳିଥାଏ, ଗର୍ଭ ଧାରଣ ସମୟ ରେ ଏହାର ସେବନ କଲେ ଗର୍ଭାଶୟ ସମ୍ବନ୍ଧିତ ରୋଗରୁ ଲଢିବା ରେ ସାହାଯ୍ୟ କରି ଥାଏ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *