ସରକାରୀ ଚାକରିଆଙ୍କ ପାଇଁ ନୂଆ ନିୟମ ହେଲା ଜାରି, ଏବେ 10ଟାରେ ନୁହେଁ ଏହି ସମୟରୁ ଖୋଲିବ ଅଫିସ

ନମସ୍କାର ବନ୍ଧୁଗଣ । ସରକାରୀ ଚାକିରି ଯେଉଁ ମାନେ କରିଛନ୍ତି ସେମାନଙ୍କ ପାଇଁ ବଡ ଖବର ଆସି ପହଞ୍ଚିଛି । ସରକାରୀ ଚାକରି କରିଥିବା ବ୍ୟକ୍ତି ଙ୍କର ଆଉ ମନମାନି ଚାଲିବ ନାହି । ସରାକରି ଚାକରି କରିଥିବା ବ୍ୟକ୍ତି ଆଗରୁ ସକାଳ ୧୦ ଟା ରେ ଅଫିସରେ ପହଞ୍ଚୁ ଥିଲେ । କିନ୍ତୁ ବର୍ତ୍ତମାନ ସୂଚନା ଅନୁଯାୟୀ ସକାଳ ୯ ଟା ସୁଦ୍ଧା ସରାକରି ଚାକରି କରିଥିବା ବ୍ୟକ୍ତି ମାନେ ଅଫିସରେ ପହଞ୍ଚିବେ । ଯଦି ଏହି ନିୟମକୁ ସରକାରୀ କର୍ମଚାରୀ ମାନେ ନ ମାନନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ନିଆଯିବ ବୋଲି କୁହା ଯାଇଛି ।

ତେବେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ପଦରେ ଆସିବା ପରେ ଏହି ନିୟମ ଲାଗୁ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ପଞ୍ଜାବରେ ବର୍ତ୍ତମାନ ନୂଆ ସରକାର ଗଠନ ହେବା ପରେ ନୂଆ ମୁଖ୍ୟମନ୍ତ୍ରୀ ଚରଣଜୀତ ନୂଆ ନୂଆ ନିୟମ ଲାଗୁ କରିବାରେ ଲାଗିଛନ୍ତି । ସରକାରୀ କାର୍ଜ୍ଯାଳୟରେ ଅନୁଶାସନ ଆଣିବା ଲାଗି ପଞ୍ଜାବର ମୁଖ୍ୟମନ୍ତ୍ରୀ ଅଣ୍ଟା ଭିଡିଛନ୍ତି । ସିଧା ସଳଖ କହିବାକୁ ଗଲେ ସରକାରୀ କାର୍ଯ୍ୟ ଅନୁଷ୍ଠାନରେ ପାରଦର୍ଶିତା ଆଣିବା ଲାଗି ମୁଖ୍ୟମନ୍ତ୍ରୀ ଚରଣଜୀତ ଏପରି ନିଷ୍ପତି ନେଇଛନ୍ତି ।

ନୂଆ ନିୟମ ଅନୁସାରେ ସବୁ ବିଭାଗର ସମସ୍ତ ସରକାରୀ କର୍ମଚାରୀ ସକାଳ ୯ଟା ସୁଧା ଅଫିସରେ ପହଞ୍ଚିବା ସହ ନିଜର ଉପସ୍ଥିତିକୁ ସୁନିଶ୍ଚିନ୍ତ କରିବେ । ତେବେ ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି କର୍ମଚାରୀ ମାନଙ୍କ ଉପସ୍ଥିତିକୁ ନେଇ ଉପରସ୍ତାହ କର୍ମଚାରୀ ମାନେ ମଧ୍ୟ ରିପୋର୍ଟ ଦେବେ । ଏହା ସହ ଅନେକ ସମୟରେ ଉପସ୍ଥିତ ନେଇ ଯାଞ୍ଚ ହେବ ବୋଲି ମଧ୍ୟ କୁହା ଯାଇଛି । ଏହା ବ୍ଯତୀତ ସରକାରୀ ଅଫିସକୁ ଯେଉଁ ମାନେ ସେମାନଙ୍କୁ ଅଗ୍ରାଧିକାର ଦେବା ସହ ବିନା କୌଣସି ବାଧାରେ ସେମାନଙ୍କର କାମ ହେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ଚରଣଜୀତ ସୂଚନା ଦେଇଛନ୍ତି ।

ଏହା ସହ ସମସ୍ତ ପ୍ରଶାସନିକ ସଚିବ ତଥା ବିଭାଗ ପ୍ରମୁଖ ନିଜ କାର୍ଜ୍ୟାଳୟ ଗୁଡିକରେ ଥିବା କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କର ରିପୋର୍ଟ ଓ କାର୍ଯ୍ୟ କାରିତା ଦକ୍ଷତା ଉପରେ ନଜର ରଖାଯିବ । ଯଦି ଏହି ସବୁ ନିର୍ଦେଶକୁ ଅବମାନନା କରାଯାଏ ତେବେ ଉପଯୁକ୍ତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି । ମୁଖ୍ୟମନ୍ତ୍ରୀ ଚରଞ୍ଜିତଙ୍କ ଏହି ନିଷ୍ପତିକୁ ନେଇ ସରକାରୀ କର୍ମଚାରୀ ମାନେ ଶଙ୍କା କରୁଥିବା ବେଳେ ସାଧାରଣ ଲୋକ ମାନେ ଏହାକୁ ସ୍ଵୀକାର କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ମୁଖ୍ୟମନ୍ତ୍ରୀ ଚରଞ୍ଜିତଙ୍କ ନିଷ୍ପତିକୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *