ରାତି ସାରା ବାପାର ଶବ ଧରି ଶ୍ମଶାନରେ ରାତି ବିତେଇଲା ଝିଅ…. ସେମାନଙ୍କ ସହ ଯାହା ହେଇଛି ଜାଣି ଆଖିର ଆସିଯିବ ଲୁହ

ଲକଡାଉନ ସମୟରେ ଓଡିଶାର ରାଜଧାନୀରୁ ସାମ୍ନାକୁ ଆସିଛି ଏକ ହୃଦୟ ଥରେଇ ଦେଲାଭଳି ଘଟଣା । ଯେମିତିକି ଆପଣ ଜାଣିଛନ୍ତି ଏବେ ସାରା ଦେଶରେ ଲକଡାଉନ ଚାଲିଛି ଓ ଏହାର କାରଣ ହେଉଛି କରୋନା ସଂକ୍ରମଣ । ତେବେ ଏମିତିରେ ଲୋକେ ମଧ୍ୟ ବହୁତ ଭୟଭୀତ ରହୁଛନ୍ତି । କିନ୍ତୁ ଏହି ଭୟ ଗୋଟେ ଲୋକର ଜୀବନ ନେଇ ଯାଇଛି । ଖବର ଅନୁସାରେ ସେହି ବ୍ୟକ୍ତି ଭୁବନେଶ୍ଵରର ଅଟନ୍ତି । ଏବଂ ହଟାତ ଅଧରାତିରେ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କ ଝିଅ ତାଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ଡ଼ାକିଥିଲେ । କିନ୍ତୁ ଆମ୍ବୁଲାନ୍ସ ଆସି ନଥିଲା ଓ ସେ ଗାଡି ଭଡା କରି ତାଙ୍କ ବାପଙ୍କୁ ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲେ ।

କିନ୍ତୁ ସବୁଠୁ ବଡ ଦୁଃଖର ବିଷୟ ଯେ ସେଠାରେ ପହଞ୍ଚିବା ପରେ ଯେତେବେଳେ ଡାକ୍ତର ଜାଣିଲେ ସେମାନେ କରୋନା ପ୍ରଭାବିତ ଅଞ୍ଚଳରୁ ଆସିଛନ୍ତି ତ ତାଙ୍କର ଚିକିତ୍ସା ନ କରି ତାଙ୍କୁ ଫେରାଇ ଦେଇଥିଲେ । ଏହିଭଳି ଦୁଇଟି ଡାକ୍ତରଖାନାରୁ ଫେରିବା ପରେ ତୃତୀୟ ଡାକ୍ତରଖାନା ଯିବା ବାଟରେ ସେ ପ୍ରାଣ ହରାଇଥିଲେ । ତେବେ ସନ୍ଦେହ ପାଇଁ ଡାକ୍ତର ମାନେ ଚିକତ୍ସା ନ କରିବାରୁ ଗୋଟେ ଲୋକର ଜୀବନ ଚାଲିଯାଇଥିଲା ।

ତେବେ କେବଳ ଏତିକି ନୁହେଁ ମୃତ୍ୟୁ ପରେ ମଧ୍ୟ ଯେବେ ଝିଅଟି ବାପାର ଶବକୁ ନେଇ ଘରକୁ ଗଲା ତ ଭଡା ଘରର ମାଲିକ ମଧ୍ୟ ଘରେ ପୁରେଇଲେ ନାହିଁ । ଘରକୁ ତ ଯିବାକୁ ଦେଲେନି କିନ୍ତୁ ସେହି ଜାଗାରେ ବି ତାଙ୍କୁ ବସିବାକୁ ମନାକରିଥିଲେ ଘର ମାଲିକ । ଡାକ୍ତର ଖାନାରୁ ଫେରିଥିବାରୁ ତାଙ୍କୁ ତଡି ଦେଇଥିଲେ ଘର ମାଲିକ । ଶେଷରେ ସବୁ ହରାଇ ସାରିଥିବା ମା, ଝିଅ ଶବକୁ ଧରି ଶ୍ମଶାନରେ ବସିଥିଲେ ରାତିସାର । ଏହା ପରେ ଝିଅ ନିଜ ବାପା ମୁହଁରେ ଦେଇଥିଲା ମୁଖାଗ୍ନି ।

ତେବେ ସେହି ବ୍ୟକ୍ତିଙ୍କ ନାମ ରବୀନ୍ଦ୍ର କୁମାର ନାୟକ ଓ ତାଙ୍କ ଝିଅ ହେଲେ ସମନ୍ଵିତା । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରବୀନ୍ଦ୍ରଙ୍କ ଝିଅ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇ ଯାଉଥିଲେ ହେଲେ ଅଧ ବାଟରେ ୬୦ ବର୍ଷୀୟ ରବୀନ୍ଦ୍ର ଆଖି ବୁଜିଥିଲେ । ସେ ଜଣେ ଅବସର ପ୍ରାପ୍ତ ବିଏସଏନଏଲ କର୍ମଚାରୀ ଥିଲେ । ତାଙ୍କ ପୁଅ ମଧ୍ୟ ତାଙ୍କୁ ଶେଷଥର ପାଇଁ ଦେଖି ପାରିଲା ନାହିଁ । ମା’ର ଉପସ୍ଥିତି ରେ ଝିଅ ତାର ବାପାକୁ ମୁଖାଗ୍ନି ଦେଇଥିଲା ।

Leave a Reply

Your email address will not be published. Required fields are marked *